
ଖୋର୍ଦ୍ଧା, 16 ନଭେମ୍ବର (ହି.ସ.), ଗଣ ମାଧ୍ୟମ ପ୍ରତିନିଧି ସମାଜର ଜାଗ୍ରତ ପ୍ରହରୀ, ସମୃଦ୍ଧ ସମାଜ ଗଠନରେ ତଥା ସରକାର ଓ ଲୋକଙ୍କ ମଧ୍ୟରେ ସେମାନେ ସେତୁ ଭଳି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି l ପ୍ରକୃଷ୍ଟ କର୍ତ୍ତବ୍ୟ ଓ ସତ୍ୟ ସମ୍ବାଦ ପରିବେଷଣ କଲେ ସରକାରଙ୍କ ଯୋଜନା ଫଳପ୍ରସୂ ହେବା ସହ ସମୃଦ୍ଧ ସମାଜ ଗଠନର ପ୍ରକ୍ରିୟା ଦୃତ ଗତିରେ ଆଗକୁ ବଢିବ ବୋଲି ଆଜି ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ମିଳିତ ଆନୁକୁଲ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜୟୀ ରାଜଗୁରୁ ସମ୍ମିଳନୀ କକ୍ଷରେ ଅପରାହ୍ନରେ ଜାତୀୟ ପ୍ରେସ ଦିବସ ପାଳନ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ ପ୍ରତାପ ଚନ୍ଦ୍ର ବେଉରା ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଦିବସକୁ ଉଦ୍ଘାଟନ କରି ଉପରୋକ୍ତ ବିଷୟ ପ୍ରକାଶ କରିଛନ୍ତି l ସଭାପତି ଭାବେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ କୈଳାସ ଚନ୍ଦ୍ର ଦାସ ଯୋଗଦେଇ ଗଣ ମାଧ୍ୟମ ସମାଜର ଆଖି ଓ କାନ ପ୍ରକାଶ କରି ସତ୍ୟ ଏବଂ ଗଠନ ମୂଳକ ସମ୍ବାଦ ପାଠକ ମାନଙ୍କ ନିକଟରେ ଅଧିକ ଆଦୃତ ହୋଇଥାଏ ବୋଲି କହି ସାମ୍ବାଦିକ ମାନେ ସଦାସର୍ବଦା ସତ୍ୟ ଖବର ପ୍ରକାଶ କରନ୍ତୁ ବୋଲି ଭାଷଣ ପ୍ରଦାନ କରିଥିଲେ l ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ୍ ସାହିତ୍ୟିକ ବେଗୁନିଆ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ତଥା ମାସିକ ଓଡ଼ିଆ ପତ୍ରିକା ଆମରି ସତ୍ୟ ଡ଼ଃ ପ୍ରମୋଦ ଚନ୍ଦ୍ର ଦାଶ ଯୋଗଦେଇ ଭାରତୀୟ ପ୍ରେସ ପରିଷଦ ପ୍ରଦତ୍ତ ବିଷୟ ବସ୍ତୁ ସାମ୍ବାଦିକତା: ଲୋକପ୍ରିୟତା ବନାମ କର୍ତ୍ତବ୍ୟ ବୋଧ ଉପରେ ସୂ ବିସ୍ତୃତ ବକ୍ତବ୍ୟ ସହ ଗଣ ମାଧ୍ୟମ ମୁକ୍ତ, ସ୍ଵାଧୀନ, ଦାୟିତ୍ଵ ବାନ୍ ଏବଂ ଜନସ୍ୱାର୍ଥ କୁ ଦେଖି ସମ୍ବାଦ ପରିବେଷଣ ଓ କର୍ତ୍ତବ୍ୟ ସମ୍ପାଦନ ଦିଗରେ ଜାଗ୍ରତ ଓ ବିଶେଷ ଧ୍ୟାନ ଦେବାକୁ ଗୁରୁତ୍ୱାରୋପ କରିଥିଲେ l ସେହିପରି ସାମ୍ବାଦିକ ଶୁଭ୍ରାଂଶୁ ରଂଜନ ସାମନ୍ତରାୟ, ଜିଲ୍ଲା ପ୍ରକାଶ କୁମାର ହାତୀ, ପ୍ରଭାତ ପାଣିଗ୍ରାହୀ, ଗୋପାଳ କୃଷ୍ଣ ପ୍ରଧାନ, ବୁଦ୍ଧିଜୀବୀ ଦିବାକର ମୁଦୁଲି ପ୍ରମୁଖ ବିଷୟ ବସ୍ତୁ ଉପରେ ଆଲୋକ ପାତ କରିଥିଲେ l ଦିବସରେ ଅତିଥି ମାନଙ୍କୁ ଉତ୍ତରୀୟ ଏବଂ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l ପ୍ରାରମ୍ଭରେ ଓ ଶେଷରେ ବନ୍ଦେମାତରମ୍ ଓ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ କରାଯାଇଥିଲା l ଜିଲ୍ଲାର ପ୍ରଖ୍ୟାତ ଖବର କାଗଜ ସଂଗ୍ରହକ ସ୍ବର୍ଗତ ବିମଳ ପ୍ରସାଦ ଷଡ଼ଙ୍ଗୀଙ୍କ ବିୟୋଗରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା l ଡେପୁଟୀ କଲେକ୍ଟର ସୁଶ୍ରୀ ସାରା ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ l ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ସ୍ୱାଗତ ଭାଷଣ, ଧନ୍ୟବାଦ ଅର୍ପଣ ଏବଂ ମଞ୍ଚ ସଂଯୋଜନା କରିଥିବା ବେଳେ ଜିଲ୍ଲା ର ସମସ୍ତ ଗଣ ମାଧ୍ୟମ ପ୍ରତିନିଧି ବୁଦ୍ଧିଜୀବୀ, ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ସେହିପରି ମହିଳା ମହାବିଦ୍ୟାଳୟ ପରିସରରେ ଭଏସ୍ ଅଫ ମିଡ଼ିଆ ପକ୍ଷରୁ ପ୍ରଭାତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ