
ଚେନ୍ନାଇ, ୧୬ ନଭେମ୍ବର (ହି.ସ.) - ତାମିଲନାଡୁର ଲୋକ ନିର୍ମାଣ ଓ କ୍ରୀଡ଼ାମନ୍ତ୍ରୀ ଆଧବ ଅର୍ଜୁନ ଏବଂ ତାଙ୍କ ପତ୍ନୀ ଡେଜି ମାର୍ଟିନ୍ ୧୪ ବର୍ଷର ବୈବାହିକ ଜୀବନ ପରେ ଅଲଗା ହେବାକୁ ନିଷ୍ପତି ନେଇଛନ୍ତି। ଉଭୟ ପାରସ୍ପରିକ ସହମତିରେ ବୈବାହିକ ସମ୍ପର୍କ ଶେଷ କରି ନିଜ ନିଜ ରାସ୍ତାରେ ଆଗକୁ ବଢ଼ିବାକୁ ସ୍ଥିର କରିଛନ୍ତି। ଡେଜି ମାର୍ଟିନ୍ ସୋମବାର ନିଜର ଅଧିକାରିକ ଇନ୍ଷ୍ଟାଗ୍ରାମ୍ ଆକାଉଂଟରେ ଏକ ବୟାନ ଜାରି କରି ଏହି ସୂଚନା ଦେଇଛନ୍ତି।
ଡେଜି ନିଜ ବୟାନରେ ଗତ ୧୪ ବର୍ଷର ମିଳିତ ଜୀବନ ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ, ଏହି ସମୟ ମଧ୍ୟରେ ଉଭୟ ବନ୍ଧୁ, ଜୀବନସାଥୀ ଏବଂ ପିତାମାତା ଭାବେ ଅନେକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଏକାଠି ଅତିକ୍ରମ କରିଛନ୍ତି। ପାରସ୍ପରିକ ପ୍ରେମ ଓ ବୁଝାମଣା ସହ ଏହି ବର୍ଷଗୁଡ଼ିକ ବିତାଇବା ପରେ ଏବେ ଉଭୟ ସହମତିରେ ଅଲଗା ହେବାକୁ ନିଷ୍ପତି ନେଇଛନ୍ତି।
ଡେଜି ମାର୍ଟିନ୍ ସ୍ପଷ୍ଟ କରିଛନ୍ତି ଯେ, ବୈବାହିକ ସମ୍ପର୍କ ଶେଷ ହେବା ସତ୍ୱେ ପିଲାମାନଙ୍କ ପ୍ରତି ଉଭୟଙ୍କ ଦାୟିତ୍ୱ ପୂର୍ବଭଳି ରହିବ। ପିଲାମାନଙ୍କ ଖୁସି, ଉତମ ଲାଳନପାଳନ ଏବଂ ସୁରକ୍ଷିତ ଭବିଷ୍ୟତ ସୁନିଶ୍ଚିତ କରିବା ଲାଗି ଉଭୟ ମିଳିମିଶି କାମ କରିବେ। ପିଲାମାନଙ୍କ ଲାଳନପାଳନ ସେମାନଙ୍କର ସର୍ବୋଚ୍ଚ ପ୍ରାଥମିକତା ରହିବ।
ଡେଜି ଆଧବ ଅର୍ଜୁନଙ୍କ ପ୍ରତି ସମ୍ମାନ ପ୍ରକାଶ କରିବା ସହ ତାଙ୍କ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଛନ୍ତି। ସେ କହିଛନ୍ତି ଯେ, ଆଧବ ଅର୍ଜୁନଙ୍କ ପ୍ରତି ତାଙ୍କ ମନରେ ସବୁବେଳେ ସମ୍ମାନ ରହିବ ଏବଂ ତାଙ୍କ ଭବିଷ୍ୟତ ପାଇଁ ସେ ଶାନ୍ତି ଓ ସଫଳତା କାମନା କରୁଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ