ବିଜେପି ସନ୍ଥ ରବିଦାସଙ୍କ ସାମାଜିକ ସୌହାର୍ଦ୍ଦ୍ୟର ବାର୍ତା ସାରା ଦେଶରେ ବିସ୍ତାର କରିବାକୁ ଚାହୁଁଛି: ଲାଲ ସିଂ ଆର୍ଯ୍ୟ
ନୂଆଦିଲ୍ଲୀ, ୧୬ ନଭେମ୍ବର(ହି.ସ.) – ଭାରତୀୟ ଜନତା ପାର୍ଟି(ବିଜେପି) ବର୍ଷସାରା ଜାତୀୟ ସ୍ତରରେ ସନ୍ଥ ରବିଦାସଙ୍କ ୬୫୦ତମ ଜୟନ୍ତୀ ପାଳନ କରିବ। ଏ ଦିଗରେ କାଶୀରୁ ତିନୋଟି ପ୍ରମୁଖ ଅଭିଯାନ ଆରମ୍ଭ ହୋଇସାରିଛି। ଏହା ମାଧ୍ୟମରେ ଦଳ ତାଙ୍କର ଜୀବନ ଦର୍ଶନ ଏବଂ ସାମାଜିକ ସୌହାର୍ଦ୍ଦ୍ୟର ବାର୍ତାକୁ ଦେଶର ପ୍ର
ବିଜେପି ସନ୍ଥ ରବିଦାସଙ୍କ ସାମାଜିକ ସୌହାର୍ଦ୍ଦ୍ୟର ବାର୍ତା ସାରା ଦେଶରେ ବିସ୍ତାର କରିବାକୁ ଚାହୁଁଛି: ଲାଲ ସିଂ ଆର୍ଯ୍ୟ


ନୂଆଦିଲ୍ଲୀ, ୧୬ ନଭେମ୍ବର(ହି.ସ.) – ଭାରତୀୟ ଜନତା ପାର୍ଟି(ବିଜେପି) ବର୍ଷସାରା ଜାତୀୟ ସ୍ତରରେ ସନ୍ଥ ରବିଦାସଙ୍କ ୬୫୦ତମ ଜୟନ୍ତୀ ପାଳନ କରିବ। ଏ ଦିଗରେ କାଶୀରୁ ତିନୋଟି ପ୍ରମୁଖ ଅଭିଯାନ ଆରମ୍ଭ ହୋଇସାରିଛି। ଏହା ମାଧ୍ୟମରେ ଦଳ ତାଙ୍କର ଜୀବନ ଦର୍ଶନ ଏବଂ ସାମାଜିକ ସୌହାର୍ଦ୍ଦ୍ୟର ବାର୍ତାକୁ ଦେଶର ପ୍ରତ୍ୟେକ ଭାଗରେ ବିସ୍ତାର କରିବାକୁ ଚାହୁଁଛି। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଲାଲ ସିଂ ଆର୍ଯ୍ୟ ସୋମବାର ପାର୍ଟି ମୁଖ୍ୟାଳୟରେ ଗଣମାଧ୍ୟମକୁ କହିଛନ୍ତି ଯେ ସନ୍ଥ ରବିଦାସଙ୍କ ୬୫୦ ତମ ଜୟନ୍ତୀକୁ ବିଶାଳ ସ୍ତରରେ ପାଳନ କରିବାକୁ ନିଷ୍ପତି ନିଆଯାଇଛି। ଏହା ଅଧୀନରେ ସାରା ଦେଶରେ ବର୍ଷସାରା ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ।

ସେ କହିଥିଲେ ଯେ ସ୍ୱାଧୀନତା ପରେ ଗତ ୭୮ ବର୍ଷ ମଧ୍ୟରେ ସନ୍ଥ ରବିଦାସଙ୍କ ୬୦୦ତମ ଏବଂ ୬୨୫ତମ ଜୟନ୍ତୀ ପାଳନ କରାଯାଇଥିଲା, କିନ୍ତୁ ସେହି ସମୟରେ ଜାତୀୟ ସ୍ତରରେ ତାଙ୍କୁ ସ୍ମରଣ କରିବା ପାଇଁ କୌଣସି ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇନଥିଲା। ସନ୍ଥ ରବିଦାସଙ୍କ ଚିନ୍ତାଧାରା, ସାମାଜିକ ସୌହାର୍ଦ୍ଦ୍ୟ ଏବଂ ତାଙ୍କ ବାର୍ତା ଜନସାଧାରଣଙ୍କ ନିକଟରେ ପହଂଚାଇବା ଉଦ୍ଦେଶ୍ୟରେ ବିଜେପି ବର୍ଷସାରା ଏକ ପର୍ବ ଭାବରେ ସନ୍ଥ ରବିଦାସଙ୍କ ୬୫୦ ତମ ଜନ୍ମ ବାର୍ଷିକୀ ପାଳନ କରୁଛି।

ସେ ସୂଚନା ଦେଇଥିଲେ ଯେ ଚଳିତ ବର୍ଷ ୨୯ ଜୁଲାଇ, ୨୦୨୬ରେ ଗୁରୁ ପୂର୍ଣ୍ଣିମା ଅବସରରେ କାଶୀରୁ ଏହି ଅଭିଯାନର ଶୁଭାରମ୍ଭ କରାଯାଇଥିଲା। କାଶୀର ପାଂଚଟି ପର୍ଯ୍ୟାୟ କାର୍ଯ୍ୟକ୍ରମ ମଧ୍ୟରୁ ତିନୋଟି ପ୍ରମୁଖ କାର୍ଯ୍ୟକ୍ରମ ଗୁରୁ ପୂର୍ଣ୍ଣିମା ଦିନ ଆରମ୍ଭ କରାଯାଇଥିଲା। ସନ୍ଥ ରବିଦାସଙ୍କ ଜୟନ୍ତୀ ପାଳନ ପାଇଁ କାଶୀରୁ ତିନୋଟି ପ୍ରମୁଖ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ପ୍ରଥମ କଳଶ ବନ୍ଦନା ଯାତ୍ରା-ଏହି ଅଭିଯାନ ଅଧୀନରେ ଦେଶର ବିଭିନ୍ନ ରାଜ୍ୟ ତଥା ଉତର ପ୍ରଦେଶର ସମସ୍ତ ଜିଲ୍ଲାକୁ ୧୩୧ଟି କଳଶ ପଠାଯାଇଥିଲା। ଏହା ମାଧ୍ୟମରେ ସନ୍ଥ ରବିଦାସଙ୍କ ବାର୍ତା ଏବଂ ତାଙ୍କ ପ୍ରତି ଶ୍ରଦ୍ଧା ବ୍ୟାପକ ସ୍ତରରେ ବିସ୍ତାର କରିବାର ପ୍ରୟାସ କରାଯାଉଛି।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande