ରାହୁଲ ଗାନ୍ଧୀଙ୍କ ରାଜନୀତି ବିଦେଶୀ ସମର୍ଥନ ଯୋଗାଡ଼ କରିବା ମଧ୍ୟରେ ସୀମିତ: ତରୁଣ ଚୁଘ
ନୂଆଦିଲ୍ଲୀ, ୧୬ ନଭେମ୍ବର (ହି.ସ.)- ହାଇଦ୍ରାବାଦରେ ଆୟୋଜିତ ସମ୍ମିଳନୀରେ ଘଟିଥିବା ଘଟଣାକୁ ନେଇ ବିଜେପିର ଜାତୀୟ ମୁଖ୍ୟାଳୟ ପ୍ରଭାରୀ ତଥା ସାଂସଦ ତରୁଣ ଚୁଘ ରାହୁଲ ଗାନ୍ଧୀଙ୍କ ଉପରେ ତୀବ୍ର ଆକ୍ରମଣ କରିଛନ୍ତି। ସୋମବାର ଗଣମାଧ୍ୟମ ସହ ଆଲୋଚନା ବେଳେ ସେ କହିଛନ୍ତି ଯେ, କଂଗ୍ରେସ ନେତାଙ୍କ ରାଜନୀତି ଏ
भाजपा राज्यसभा तरुण चुग


ନୂଆଦିଲ୍ଲୀ, ୧୬ ନଭେମ୍ବର (ହି.ସ.)- ହାଇଦ୍ରାବାଦରେ ଆୟୋଜିତ ସମ୍ମିଳନୀରେ ଘଟିଥିବା ଘଟଣାକୁ ନେଇ ବିଜେପିର ଜାତୀୟ ମୁଖ୍ୟାଳୟ ପ୍ରଭାରୀ ତଥା ସାଂସଦ ତରୁଣ ଚୁଘ ରାହୁଲ ଗାନ୍ଧୀଙ୍କ ଉପରେ ତୀବ୍ର ଆକ୍ରମଣ କରିଛନ୍ତି। ସୋମବାର ଗଣମାଧ୍ୟମ ସହ ଆଲୋଚନା ବେଳେ ସେ କହିଛନ୍ତି ଯେ, କଂଗ୍ରେସ ନେତାଙ୍କ ରାଜନୀତି ଏବେ ବିଦେଶୀ ଦର୍ଶକଙ୍କ ସମ୍ମୁଖରେ ଭାରତର ଗଣତାନ୍ତ୍ରିକ ଅନୁଷ୍ଠାନ, ସାମ୍ବିଧାନିକ ବ୍ୟବସ୍ଥା ଏବଂ ଜାତୀୟ ଛବିକୁ ବଦନାମ କରି ନିଜର ରାଜନୈତିକ ଅଭିଯୋଗ ପାଇଁ ଅନ୍ତର୍ଜାତୀୟ ସମର୍ଥନ ଯୋଗାଡ଼ କରିବା ମଧ୍ୟରେ ସୀମିତ ରହିଛି।

ସେ କହିଛନ୍ତି ଯେ, ଭାରତ ସମ୍ମିଳନୀ ନାମରେ କଂଗ୍ରେସ ଏକ ଅନ୍ତର୍ଜାତୀୟ ଆୟୋଜନକୁ ନିଜର ରାଜନୈତିକ ହତାଶା ପ୍ରଦର୍ଶନ କରିବା ଏବଂ ଭାରତର ଗଣତାନ୍ତ୍ରିକ ବିଶ୍ୱସନୀୟତା ଉପରେ ଆକ୍ରମଣ କରିବାର ମଂଚରେ ପରିଣତ କରିଛି।

ଚୁଘ କହିଛନ୍ତି ଯେ, ବିଦେଶୀ ପ୍ରତିନିଧିମାନଙ୍କ ସମ୍ମୁଖରେ ଭାରତକୁ ଏପରି ଏକ ଦେଶ ଭାବେ ଚିତ୍ରଣ କରିବାକୁ ରାହୁଲ ଗାନ୍ଧୀଙ୍କ ଉଦ୍ୟମ ଅତ୍ୟନ୍ତ ଦୁର୍ଭାଗ୍ୟଜନକ, ଯେଉଁଠାରେ ଗଣତନ୍ତ୍ରର ଅସ୍ତିତ୍ୱ ନାହିଁ। ଏହି ଘଟଣାକ୍ରମର ଚରମ ସୀମା ସେତେବେଳେ ଦେଖିବାକୁ ମିଳିଲା, ଯେତେବେଳେ ୟୁରୋପୀୟ ସୋସିଆଲିଷ୍ଟ ପାର୍ଟିର ମହାସଚିବ ଜିଆକୋମୋ ଫିଲିବେକ୍ ଭାରତ ସମ୍ମିଳନୀର ମଂଚରୁ କଂଗ୍ରେସର ସ୍ଲୋଗାନ ‘ଭୋଟ୍ ଚୋର, ଗାଦି ଛାଡ଼’ ଦୋହରାଇଥିଲେ ଏବଂ ରାହୁଲ ଗାନ୍ଧୀ ଓ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ହସିବା ସହ ତାଳି ମାରୁଥିବା ଦେଖାଯାଇଥିଲା।

ସେ କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ଠିକ୍ ପ୍ରଶ୍ନ ଉଠାଇଛନ୍ତି ଯେ, ଯେତେବେଳେ କୌଣସି ବିଦେଶୀ ବ୍ୟକ୍ତି ଭାରତର ଅପମାନ କରୁଛନ୍ତି, ସେତେବେଳେ ହସିବାର କାରଣ କ’ଣ?

ଚୁଘ ପ୍ରଶ୍ନ କରିଛନ୍ତି ଯେ, ଭାରତର ନିର୍ବାଚନ, ନିର୍ବାଚନ ଆୟୋଗ ଏବଂ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକ ବିରୋଧରେ ବିଦେଶୀ ରାଜନୈତିକ ପ୍ରତିନିଧିମାନଙ୍କଠାରୁ ସମର୍ଥନ ଯୋଗାଡ଼ କରିବା କ’ଣ କଂଗ୍ରେସର ରାଜନୈତିକ ରଣନୀତି ପାଲଟିଛି? ସେ କହିଛନ୍ତି ଯେ, ଭାରତର ଗଣତନ୍ତ୍ର ଏବଂ ନିର୍ବାଚନ ପ୍ରକ୍ରିୟାର ନିଷ୍ପତି ଦେଶର ଜନସାଧାରଣ ନେବେ, କୌଣସି ବିଦେଶୀ ରାଜନୈତିକ ସଂଗଠନର ପ୍ରତିନିଧି ନୁହେଁ।

ଚୁଘ କହିଛନ୍ତି ଯେ, ଅନ୍ତର୍ଜାତୀୟ ମଂଚରେ ଭାରତକୁ ବଦନାମ କରି କ୍ଷମତା ହାସଲ କରାଯାଇପାରିବ ନାହିଁ ବୋଲି ରାହୁଲ ଗାନ୍ଧୀ ବୁଝିବା ଉଚିତ। ଯଦି ସେ ପ୍ରକୃତରେ ଜନସାଧାରଣଙ୍କ ବିଶ୍ୱାସ ଜିତିବାକୁ ଚାହାନ୍ତି, ତେବେ ବିଦେଶୀ ମଂଚରେ ଭାରତ ବିରୋଧରେ ମତ ଗଠନ କରିବା ପରିବର୍ତେ ଦେଶର ଗାଁଗୁଡ଼ିକୁ ଯାଇ କୃଷକ, ଯୁବକ ଏବଂ ସାଧାରଣ ନାଗରିକଙ୍କ ମଧ୍ୟରେ କାମ କରିବା ଉଚିତ। ଭାରତର ଗଣତନ୍ତ୍ର ବିଦେଶୀ ନେତାଙ୍କ ରାଜନୈତିକ ସମର୍ଥନରେ ନୁହେଁ, ବରଂ ଦେଶର ଜନସାଧାରଣଙ୍କ ଜନାଦେଶରେ ମଜବୁତ ହୋଇଥାଏ।

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande