
ବଲାଙ୍ଗୀର, ୧୬ ନଭେମ୍ବର(ହି.ସ.) – ପଶ୍ଚିମ ଓଡ଼ିଶାର ଗଣପର୍ବ ତଥା କୃଷିଭିତିକ ମହାନ୍ ପର୍ବ ପୌରାଂଚଳ ଯାଦବ ମହାସଭା, ବଲାଙ୍ଗୀର ପକ୍ଷରୁ ନୂଆଁଖାଇ ଭେଟ୍–୨୦୨୬ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ଯାଦବ ସମାଜ ସଂସ୍କୃତି ଓ ପରମ୍ପରା ଆଧାରରେ ସର୍ବ ପ୍ରଥମେ ମା’ ଚଣ୍ଡୀ ସମଲେଇ ଓ ପ୍ରଭୁ ରାଧାକୃଷ୍ଣଙ୍କ ଠାରେ ପୁଷ୍ପମାଲ୍ୟ ଦେଇ ପୂଜାର୍ଚ୍ଚନା କଲାପରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଏହି ଅବସରରେ ଯାଦବ ସମାଜର ଭାଇଚାରା, ଏକତା, ସଂହତି ଓ ସାମାଜିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ସହିତ ଆମ ମହାନ୍ ପରମ୍ପରା ଓ ସଂସ୍କୃତିକୁ ଉଜ୍ଜୀବିତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ନୂଆଁଖାଇ କେବଳ ଏକ ପର୍ବ ନୁହେଁ, ଏହା ଆମ ପଶ୍ଚିମ ଓଡ଼ିଶାର ଗଣଜୀବନ, କୃଷି ସଂସ୍କୃତି, ପରମ୍ପରା ଓ ଭାଇଚାରାର ଏକ ଅନନ୍ୟ ପରିଚୟ। ଏହି ପର୍ବ ଆମକୁ ଭେଦଭାବ ଭୁଲି ଏକାଠି ହେବା, ବଡ଼ମାନଙ୍କୁ ସମ୍ମାନ ଦେବା ଏବଂ ସାନମାନଙ୍କୁ ସ୍ନେହ ଓ ଆଶୀର୍ବାଦ ପ୍ରଦାନ କରିବାର ସନ୍ଦେଶ ଦେଇଥାଏ। ଏହି କାର୍ଯ୍ୟକ୍ରମରେ ପୌରାଂଚଳ ଯାଦବ ମହାସଭା ବଲାଙ୍ଗୀର ସଭାପତି ସନ୍ଦୀପ କୁମାର ବାଗ ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଲକ୍ଷ୍ମଣ ବାଗ ସଭାପତି ଜିଲ୍ଲା ଯାଦବ ମହାସଭା ବଲାଙ୍ଗୀର, କଂଟାବାଞ୍ଜି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ, ସମ୍ମାନିତ ଅତିଥି ଭାବେ ଶ୍ରୀମତୀ ଦମୟନ୍ତୀ ବାଗ ରାଜ୍ୟ ମହିଳା ସମ୍ପାଦିକା ଉତ୍କଳ ଯାଦବ ମହାସଭା, ଶ୍ରୀମତୀ ମୃଣ୍ମୟୀ ଭୋଇ ଜିଲ୍ଲା ସଭାନେତ୍ରୀ, ସତ୍ୟନାରାୟଣ ବାଗ ଜିଲ୍ଲା ମୁଖ୍ୟ ଉପଦେଷ୍ଟା, ଖୁସିରାମ ଦୀପ କାର୍ଯ୍ୟାଳୟ ସମ୍ପାଦକ, ସୁବ୍ରତ ନାଗ ଜିଲ୍ଲା ଯୁବ ଯାଦବ ସଭାପତି, ପୌରାଂଚଳ ଉପ-ସଭାପତି ସରୋଜ ଗହୀର, ସଭାନେତ୍ରୀ ଶ୍ରୀମତୀ ଦମୟନ୍ତୀ ନାଗ, ସହ ସମ୍ପାଦକ ଅଷ୍ଟମି ବଗର୍ତୀ, ପୌରାଂଚଳ କାଉନ୍ସିଲର ମହେନ୍ଦ୍ର ବାଗ, ଅରବିନ୍ଦ ପରୁଆ, ଯୁବ ସଭାପତି ସିଦ୍ଧାର୍ଥ ବନଛୋର ପ୍ରମୁଖ ମଂଚାସୀନ ଥିଲେ। ପୌରାଂଚଳ ଯାଦବ ମହାସଭାର କର୍ମକର୍ତା, ବରିଷ୍ଠ ସଦସ୍ୟ, ଯୁବକ, ମହିଳା ଓ ଛାତ୍ରଛାତ୍ରୀମାନେ ଯୋଗଦାନ କରିଥିଲେ। ସମାଜର ସାମଗ୍ରିକ ବିକାଶ, ଶିକ୍ଷାର ପ୍ରସାର, ଯୁବପିଢ଼ିଙ୍କୁ ସଂଗଠିତ କରିବା, ମହିଳାମାନଙ୍କ ଭାଗିଦାରୀ ବୃଦ୍ଧି ଏବଂ ସାମାଜିକ ସେବାକୁ ଗୁରୁତ୍ୱ ଦେଇ ଆଲୋଚନା କରାଯାଇଥିଲା। ବିଶେଷକରି ଆଗାମୀ ପିଢ଼ି ନିଜର ଜାତିଗତ ଗୌରବ, ସାଂସ୍କୃତିକ ଐତିହ୍ୟ ଓ ସାମାଜିକ ଦାୟିତ୍ୱ ପ୍ରତି ସଚେତନ ହେବା ସହିତ ସମାଜର ଉନ୍ନତି ପାଇଁ ଏକଜୁଟ ହୋଇ କାମ କରିବାକୁ ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ବାଗ ଆହ୍ୱାନ ଦେଇଥିଲେ। ସଭାକାର୍ଯ୍ୟ ସମାପ୍ତି ପରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମାଜରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଗ୍ରହଣ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସେହିପରି ନିହାର ରଞ୍ଜନ ପୋଢ଼, ବ୍ରହ୍ମାତ୍ରି ଘିଭେଲା, ଇଶ୍ୱର କାଲସାଏଙ୍କୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ, ସୋମେଶ କୁମାର ବାଗ, ପ୍ରିୟାଂଶ ଶେଖର ଭାଟି, କବିରାଣୀ ହଂସଙ୍କୁ କୋଲକାତା ଠାରେ ଆନ୍ତର୍ଜାତୀୟ କରାଟେ ପ୍ରତିଯୋଗିତାରେ ପଦକ ବିଜେତା, ଆରାଧ୍ୟ ଚିରଗୁନ, ସୁହାନା ଠେଲା ରାଜ୍ୟସ୍ତରୀୟ ଭଲିବଲ ଦଳରେ ଚୟନ ହୋଇଥିବାରୁ ସମ୍ୱର୍ଦ୍ଧିତ କରାଯାଇଥିଲା ଏବଂ ପୌରାଂଚଳ ଯାଦବ ମହାସଭାର ପୂର୍ବତନ କର୍ମକର୍ତା ଖରତମଲ ରାଉତ, ବାସୁଦେବ ନାଗ, ବାଗଦଳ ମହକୁର, ସ୍ୱର୍ଗତ ବିନୋଦ ବିହାରୀ ଷାଣ୍ଡ, ଉଦ୍ଧବ ଷାଣ୍ଡଙ୍କୁ ସମ୍ମାନିତ କରାଯାଇଥିଲା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଛାତ୍ରଛାତୀମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା। ସଭା ପରିଚାଳନା ପୌରାଂଚଳ ସମ୍ପାଦକ ବସନ୍ତ କୁମାର ଷାଣ୍ଡ ଓ ଆର୍ତତ୍ରାଣ ବାଗ କରିଥିବାବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ବୀରେନ୍ଦ୍ର ପାଣ୍ଡେଙ୍କ ଦ୍ୱାରା ପରିଚାଳନା ହୋଇଥିଲା। କାର୍ଯ୍ୟକ୍ରମରେ ଗୌତମ ଷାଣ୍ଡ, ସୁବଳ ନାଗ, ଆନନ୍ଦ ଠେଲା, ଦିଗାମ୍ବର ମାଝୀ, ରିଙ୍କୁ କଠାର, ରଞ୍ଜନ ବଗର୍ତୀ, ପ୍ରକାଶ ମଟାରି, ଶଙ୍କର ପୋଢ଼ ପ୍ରମୁଖ ସହଯୋଗ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ