ବୌଦ୍ଧ ବ୍ୟବସାୟୀ ବିରୂପାକ୍ଷଙ୍କ ନିଖୋଜକୁ ୪ ଦିନ ବିତିଲା : ତୁରନ୍ତ ଘଟଣାର ତଦନ୍ତ କରି ଉଚିତ୍ ପଦକ୍ଷେପ ଗ୍ରହଣ କରିବାକୁ ଏସପିଙ୍କୁ ବଣିକ ସଂଘର ଦାବିପତ୍ର
ବୌଦ୍ଧ, ୧୬ ନଭେମ୍ବର (ହି.ସ.)- ବୌଦ୍ଧରେ କପଡ଼ା ବ୍ୟବସାୟୀ ବିରୂପାକ୍ଷ ଅଗ୍ରୱାଲ ନିଖୋଜର ୪ ଦିନ ପରେ ବି ପୋଲିସ ତାଙ୍କୁ ଖୋଜି ଠାବ କରିବାରେ ଅଦ୍ୟାବଧି ସଫଳ ହୋଇପାରିନାହିଁ । ଘଟଣାକୁ ୪ ଦିନ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କର କୌଣସି ଖୋଜଖବର ମିଳିପାରି ନାହିଁ । ସମୟ ଗଡ଼ିବା ସହ ପରିବାର ଲୋକଙ
ବୌଦ୍ଧ ବ୍ୟବସାୟୀ ବିରୂପାକ୍ଷଙ୍କ ନିଖୋଜକୁ ୪ ଦିନ ବିତିଲା : ତୁରନ୍ତ ଘଟଣାର ତଦନ୍ତ କରି ଉଚିତ୍ ପଦକ୍ଷେପ ଗ୍ରହଣ କରିବାକୁ ଏସପିଙ୍କୁ ବଣିକ ସଂଘର ଦାବିପତ୍ର


ବୌଦ୍ଧ, ୧୬ ନଭେମ୍ବର (ହି.ସ.)- ବୌଦ୍ଧରେ କପଡ଼ା ବ୍ୟବସାୟୀ ବିରୂପାକ୍ଷ ଅଗ୍ରୱାଲ ନିଖୋଜର ୪ ଦିନ ପରେ ବି ପୋଲିସ ତାଙ୍କୁ ଖୋଜି ଠାବ କରିବାରେ ଅଦ୍ୟାବଧି ସଫଳ ହୋଇପାରିନାହିଁ । ଘଟଣାକୁ ୪ ଦିନ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କର କୌଣସି ଖୋଜଖବର ମିଳିପାରି ନାହିଁ । ସମୟ ଗଡ଼ିବା ସହ ପରିବାର ଲୋକଙ୍କ ମନରେ ଚିନ୍ତା ବଢ଼ିବାରେ ଲାଗିଛି ।

ଗତ ୧୨ ତାରିଖ ଦିନ ପ୍ରାୟ ୧୧ଟା ପରେ ବିରୂପାକ୍ଷ ଦୋକାନରୁ ବାହାରି କୁଆଡ଼େ ଚାଲିଯାଇଥିଲେ ଏବଂ ରାତିରେ ମଧ୍ୟ ଘରକୁ ଫେରିନଥିଲେ । ଏନେଇ ପରିବାର ପକ୍ଷରୁ ଆଦର୍ଶ ଥାନାରେ ଏତଲା ଦିଆଯାଇଥିଲା । ଅଭିଯୋଗକୁ ଭିତିକରି ପୋଲିସ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ୪ ଦିନ ହେଲା ତାଙ୍କର କୌଣସି ଖୋଜ ଖବର ମିଳିନାହିଁ । ଏହି ଘଟଣାର ତଦନ୍ତ ପାଇଁ ବୌଦ୍ଧ ପୋଲିସ ପକ୍ଷରୁ ୨ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ଗୋଟିଏ ଟିମ୍ ଏସଡିପିଓଙ୍କ ନେତୃତ୍ୱରେ କାମ କରୁଥିବା ବେଳେ ଅନ୍ୟଟି ଆଦର୍ଶ ଥାନା ଆଇଆଇସିଙ୍କ ନେତୃତ୍ୱରେ ତଦନ୍ତ ଜାରି ରଖିଛି । ତଥାପି ତଦନ୍ତର ୪ ଦିନ ପରେ ବି ପୋଲିସର ହାତ ଖାଲି ରହିଛି ।

ଏହି ଘଟଣାକୁ ନେଇ ଆଜି ବୌଦ୍ଧ ବଣିକ ସଂଘ ସମେତ ସହରର ବିଭିନ୍ନ ସଂଗଠନ ପକ୍ଷରୁ ଏକ ପଦଯାତ୍ରା ଶାନ୍ତିପୂର୍ଣ୍ଣ ଭାବରେ ମର୍ଯାକୁଦ ବ୍ରିଜ୍ ଛକ ଠାରୁ ବାହାରି ଏସପି କାର୍ଯ୍ୟାଳୟରେ ପହଂଚିବା ସହ ଏସପି କୁଲଦୀପ ମୀନାଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି । ତୁରନ୍ତ ଘଟଣାର ତଦନ୍ତ କରି ଉଚିତ୍ ପଦକ୍ଷେପ ଗ୍ରହଣ କରିବାକୁ ବଣିକ ସଂଘ ଦାବି କରିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande