
କନ୍ଧମାଳ, ୧୬ ନଭେମ୍ବର (ହି.ସ.)-
କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ କରଡ଼ା ଢିମିରିପଲ୍ଲୀ ନିକଟରେ ଘଟିଛି ଅଘଟଣ। ଆଜି ସକାଳୁ ଏକ ଚଳନ୍ତା କାର୍ ରେ ନିଆଁ ଲାଗି ଯାଇଥିଲା । ଏହା ଜାଣିବା ପରେ ଡ୍ରାଇଭର ତୁରନ୍ତ ରାସ୍ତାର ପାର୍ଶ୍ଵକୁ ଗାଡି ପାର୍କିଂ କରିଥିଲେ, ହେଲେ ଭିତରେ ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ଡ୍ରାଇଭର ଗାଡିରୁ ବାହାରି ପାରିନଥିଲେ। ନିଆଁ ଲାଗି କାର୍ ଟି ସମ୍ପୂର୍ଣ୍ଣ ଜଳିପୋଡ଼ି ନଷ୍ଟ ହୋଇଯାଇଛି। ଏହି ଘଟଣାରେ ଚାଳକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ କାର୍ ରେ କିପରି ନିଆଁ ଲାଗିଲା, ତାହାର କାରଣ ଏଯାଏଁ ଅସ୍ପଷ୍ଟ ରହିଛି । ଖବର ପାଇ ରାଇକିଆ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛି। ମୃତକଙ୍କ ପରିଚୟ ମିଳିପାରିନାହିଁ l
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ