୩୬ ବର୍ଷ ଧରି ଅସହାୟଙ୍କ ସେବାରେ ରାଧାକୃଷ୍ଣ ଦରିଦ୍ର ନାରାୟଣ ସେବା ସଂଘ।
Odisha, 16 ନଭେମ୍ବର (ହି.ସ.) ଖୋର୍ଦ୍ଧା,ମାନବ ସେବା ହିଁ ମାଧବ ସେବା। ଦୀର୍ଘ ୩୬ ବର୍ଷ ଧରି ଗରିବ, ଅସହାୟ ଓ ଦିବ୍ୟାଙ୍ଗଙ୍କ ସେବା କରିଆସୁଛି ରାଧାକୃଷ୍ଣ ଦରିଦ୍ର ନାରାୟଣ ସେବା ସଂଘ। ଖୋର୍ଦ୍ଧା ଜିଲ୍ଲା ଗଙ୍ଗପଡ଼ା ଭାତଖୁରୀସ୍ଥିତ ମା’ ଭୂଆଷୁଣୀ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ହୋଇଛି ଦରିଦ୍ର ନାରାୟ
Radhakrihna


Daridranarayan


Odisha, 16 ନଭେମ୍ବର (ହି.ସ.)

ଖୋର୍ଦ୍ଧା,ମାନବ ସେବା ହିଁ ମାଧବ ସେବା। ଦୀର୍ଘ ୩୬ ବର୍ଷ ଧରି ଗରିବ, ଅସହାୟ ଓ ଦିବ୍ୟାଙ୍ଗଙ୍କ ସେବା କରିଆସୁଛି ରାଧାକୃଷ୍ଣ ଦରିଦ୍ର ନାରାୟଣ ସେବା ସଂଘ। ଖୋର୍ଦ୍ଧା ଜିଲ୍ଲା ଗଙ୍ଗପଡ଼ା ଭାତଖୁରୀସ୍ଥିତ ମା’ ଭୂଆଷୁଣୀ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ହୋଇଛି ଦରିଦ୍ର ନାରାୟଣ ସେବା କାର୍ଯ୍ୟକ୍ରମ।ପ୍ରତିବର୍ଷ କାର୍ତ୍ତିକ ମାସର ଶେଷ ରବିବାରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାୟ ୨୫୦୦ରୁ ୩୦୦୦ ଅସହାୟ, ଭିନ୍ନକ୍ଷମ ଓ କୁଷ୍ଠରୋଗୀଙ୍କୁ ମାଗଣା ଭୋଜନ, ଧୋତି, ଗାମୁଛା, ଶାଢ଼ୀ, କମ୍ବଳ ଓ ଔଷଧ ବଣ୍ଟନ କରାଯାଇଛି। ଏଥିସହ ପ୍ରତି ମାସର ୭ ତାରିଖରେ ୫୦୦ରୁ ୬୦୦ ଅସହାୟଙ୍କୁ ଭୋଜନ, ଔଷଧ ଓ ମାସିକ ୨୦୦ ଟଙ୍କା ଆର୍ଥିକ ସହାୟତା ଦିଆଯାଉଛି।କାର୍ଯ୍ୟକ୍ରମରେ ସଂଘର ସଭାପତି ତଥା ପୂର୍ବତନ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ସମ୍ପାଦକ ଲଲାଟ କିଶୋର ପୃଷ୍ଟି, ସହ-ସମ୍ପାଦକ ନିରଞ୍ଜନ ପୃଷ୍ଟି ଓ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଓଡ଼ିଶା ମୁଖ୍ୟ ପ୍ରବନ୍ଧକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ।୧୯୯୨ ମସିହାରୁ ଲଲାଟ କିଶୋର ପୃଷ୍ଟି ନିଜ ପାରିଶ୍ରମିକରୁ ଅର୍ଥ ସଞ୍ଚୟ କରି ଏହି ସେବା ଅନୁଷ୍ଠାନକୁ ଚଳାଇ ଆସୁଛନ୍ତି। ତାଙ୍କ ପରିବାର ମଧ୍ୟ ଏହି ମହତ୍ କାର୍ଯ୍ୟରେ ସହଯୋଗ କରୁଛନ୍ତି। ଅସହାୟଙ୍କ ସେବାରେ ଅନୁଷ୍ଠାନର ଏଭଳି ଉଦ୍ୟମକୁ ସବୁ ମହଲରେ ପ୍ରଶଂସା କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande