

ବଲାଙ୍ଗିର, ୧୬ ନଭେମ୍ବର (ହି.ସ.)ପାଟଣା ଷ୍ଟେଟ୍ ଅମଳରେ ବଲାଙ୍ଗୀରରେ ଏକ ହାଇକୋର୍ଟ କାର୍ଯ୍ୟ କରୁଥିଲା କିନ୍ତୁ ଚକ୍ରାନ୍ତ ର ଶୀକାର ହୋଇ ହାଇକୋର୍ଟ କଟକ କୁ ସ୍ଥାନାନ୍ତର ହେଲା। ହୋଇକୋର୍ଟ ର ସ୍ଥାୟୀ ବେଞ୍ଚ ପୁନଃସ୍ଥାପନ ଦାବି ନେଇ ବଲାଙ୍ଗୀରରେ ଦୀର୍ଘ ବର୍ଷ ହେଲା ଆନ୍ଦୋଳନ ଚାଲି ଆସି ଛି । ଏହି ପରିପ୍ରେକ୍ଷୀରେ ବଲାଙ୍ଗୀରରେ ହାଇକୋର୍ଟର ସ୍ଥାୟୀ ଵେଞ୍ଚ ପୁନଃସ୍ଥାପନ ଦାବିରେ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ର ଏକ ପ୍ରତିନିଧି ଦଳ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି। ଗତ ୧୪ତାରିଖ ଦିନ ସ୍ଥାନୀୟ ପଥରଚେପା ଠାରେ ଅନୁଷ୍ଠିତ ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନ କାର୍ଯ୍ୟକ୍ରମରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଯୋଗ ଦେବା ଅବସରରେ ଓକିଲ ସଂଘ ପକ୍ଷରୁ ଏହି ଦାବିପତ୍ର ପ୍ରଦାନ କରାଯ।ଇଛି । ଜିଲ୍ଲା ଓକିଲ ସଂଘ ର ସଭାପତି ବାସୁଦେବ ରଥ, ସମ୍ପାଦକ ଅସିତ ଷଡ଼ଙ୍ଗୀ ଓ ସରକାରୀ ଓକିଲ ଭବାନୀ ଶଙ୍କର ଶତପଥୀ ମୁଖ୍ୟମନ୍ତ୍ରୀ ଙ୍କୁ ଏହି ଦାବିପତ୍ର ପ୍ରଦାନ କରିଛନ୍ତି । ଲୋକଙ୍କ ସୁବିଧା ଦୃଷ୍ଟିରୁ ବଲାଙ୍ଗୀର ଜେଲଖାନା ନିକଟରେ ନିର୍ମାଣାଧୀନ ସିଭିଲ କୋର୍ଟ ପାଖରେ ହିଁ ସରକାରଙ୍କ ପ୍ରସ୍ତାବିତ ଜିଲ୍ଳାପାଳ କାର୍ଯ୍ୟାଳୟ ସ୍ଥାପନ କରାଯିବାକୁ ଦାବିପତ୍ର ରେ ଉଲ୍ଲେଖ କରାଯାଇଛି । ଏଥି ସହ ବଲାଙ୍ଗୀରରୁ ବିଶାଖାପାଟଣାକୁ ଏକ ବସ ଚଳାଚଳ ପାଇଁ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ତରଫରୁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଙ୍କ ନିକଟରେ ଦାବି କରାଯାଇଛି । କିଛି ବର୍ଷ ପୂର୍ବରୁ ସମ୍ବଲପୁରରୁ ବଲାଙ୍ଗୀର ଦେଇ ବିଶାଖାପାଟଣାକୁ ବସ ଚଳାଚଳ କରୁଥିଲା। କିନ୍ତୁ କୌଣସି କାରଣରୁ ଏହାକୁ ସବୁଦିନ ପାଇଁ ବନ୍ଦ କରିଦିଆଗଲା। ତେଣୁ ବଲାଙ୍ଗୀରରୁ ବିଶାଖାପାଟଣାକୁ ସିଧାସଳଖ ଏକ ବସ ଚାଚାଚଳ ପାଇଁ ଓକିଲ ସଂଘ ତରଫରୁ ସରକାରଙ୍କ ପାଖ ରେ ଦାବି କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ