
କେନ୍ଦ୍ରାପଡ଼ା, 16 ନଭେମ୍ବର (ହି.ସ.) - କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ପେଟଛେଲା ପଞ୍ଚାୟତ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ଲୁଣିମାଠିଆ ଆଦିବାସୀ ଖେଳପଡ଼ିଆଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲାସ୍ତରୀୟ ଜନଜାତି ଗୌରବ ଦିବସ ତଥା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜୟନ୍ତୀ ରବିବାର ପାଳିତ ହୋଇଯାଇଛି।ଉପସ୍ଥିତ ଅତିଥିମାନେ ବିର୍ସା ମୁଣ୍ଡାଙ୍କ ତୈଳଚିତ୍ର ଏବଂ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଆନୁଷ୍ଠାନିକ ଭାବେ ଏହାକୁ ଉଦ୍ଘାଟନ କରିଥିଲେ। ଏହି କାର୍ୟ୍ୟକ୍ରମରେ ଜିଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ, ଜିଲା ଅତିରିକ୍ତ ମଙ୍ଗଳ ଅଧିକାରିଣୀ ରଶ୍ମି ମଞ୍ଜରୀ ପ୍ରଧାନ, ଏମ୍ପି ପ୍ରତିନିଧି ସରୋଜ କାନ୍ତ ସାହୁ, ବିଧାୟକ ପ୍ରତିନିଧି ରଞ୍ଜନ ଚୌଧୁରୀ, ଆଦିବାସୀ ବରିଷ୍ଠ ନେତା ଛୋଟରାୟ ମାଝୀ, ଇଞ୍ଜିନିୟର ଚନ୍ଦ୍ରକାନ୍ତ ସ୍ବାଇଁ, ସରପଞ୍ଚ ପ୍ରସନ୍ନ ବେହେରାଙ୍କ ସମେତ ବହୁ ବରିଷ୍ଠ ଆଦିବାସୀ ନେତା ଯୋଗଦେଇ ବିର୍ସା ମୁଣ୍ଡାଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ବ୍ଲକର ଆଦର୍ଶ ଶିକ୍ଷକ ସୁନ୍ଦର ମୋହନ ସିଂ ଏବଂ ରାଜେନ୍ଦ୍ର କିସ୍କୁଙ୍କୁ ରାଜ୍ୟସ୍ତରୀୟ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ମିଳିଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ୟ୍ୟକ୍ରମ ଶେଷରେ ଆଦିବାସୀ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଡିଓ ବାର୍ତ୍ତା ଆଭାସୀ ମାଧ୍ୟମରେ ମଞ୍ଚରେ ପ୍ରଦର୍ଶିତ ହୋଇଥିଲା। ବିଭିନ୍ନ ଗ୍ରାମର ଆଦିବାସୀ ସମାଜର ଲୋକମାନେ ଏଥିରେ ସାମିଲ ହୋଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ରବି