ଜାତୀୟ ପ୍ରେସ୍ ଦିବସ ପାଳନରେ ସାମ୍ବାଦିକତା: ଲୋକପ୍ରିୟତା ବନାମ କର୍ତ୍ତବ୍ୟବୋଧ ଶୀର୍ଷକ ଆଲୋଚନାଚକ୍ର
ଜାତୀୟ ପ୍ରେସ୍ ଦିବସ ପାଳନରେ ସାମ୍ବାଦିକତା: ଲୋକପ୍ରିୟତା ବନାମ କର୍ତ୍ତବ୍ୟବୋଧ ଶୀର୍ଷକ ଆଲୋଚନାଚକ୍ର
ଜାତୀୟ ପ୍ରେସ୍ ଦିବସ ପାଳନରେ ସାମ୍ବାଦିକତା: ଲୋକପ୍ରିୟତା ବନାମ କର୍ତ୍ତବ୍ୟବୋଧ ଶୀର୍ଷକ ଆଲୋଚନାଚକ୍ର


ଜାତୀୟ ପ୍ରେସ୍ ଦିବସ ପାଳନରେ ସାମ୍ବାଦିକତା: ଲୋକପ୍ରିୟତା ବନାମ କର୍ତ୍ତବ୍ୟବୋଧ ଶୀର୍ଷକ ଆଲୋଚନାଚକ୍ର


ସମ୍ବଲପୁର, ୧୬, ନଭେମ୍ବର (ହି.ସ.) ସୋମବାର ଜାତୀୟ ପ୍ରେସ୍ ଦିବସ ଅବସରରେ ଜିଲ୍ଲା ପ୍ରଶାସନ ଏବଂ ସମ୍ବଲପୁର ପ୍ରେସ୍ କ୍ଲବର ମିଳିତ ଆନୁକୂଲ୍ୟରେ ସମ୍ବଲପୁର ପ୍ରେସ୍ କ୍ଲବ୍ ପରିସରରେ ଏକ ଆକର୍ଷଣୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଜାତୀୟ ପ୍ରେସ୍ ଦିବସରେ ସାମ୍ବାଦିକତା: ଲୋକପ୍ରିୟତା ବନାମ କର୍ତ୍ତବ୍ୟବୋଧ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଏବଂ ଗବେଷଣା ପ୍ରତିଷ୍ଠାନ (ଭିମସାର) ର ଅଧ୍ୟକ୍ଷ ତଥା ଡିନ୍ ପ୍ରଫେସର ଡା. ପ୍ରଦୀପ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାମ୍ବାଦିକତାର ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋକପାତ କରିଥିଲେ।

ନିଜ ଅଭିଭାଷଣରେ ଡା. ମହାନ୍ତି ଡାକ୍ତର ଏବଂ ସାମ୍ବାଦିକମାନଙ୍କ କାର୍ଯ୍ୟଶୈଳୀ ମଧ୍ୟରେ ଥିବା ସମାନତା ଦର୍ଶାଇ କହିଥିଲେ ଯେ, ଉଭୟ ବୃତ୍ତିରେ ପ୍ରବଳ ମାନସିକ ଚାପ ଏବଂ ଆହ୍ୱାନ ରହିଥିଲେ ମଧ୍ୟ କର୍ତ୍ତବ୍ୟବୋଧ ଓ ନିଷ୍ଠାର ସହ କାର୍ଯ୍ୟ କରିବା ଅତ୍ୟନ୍ତ ଜରୁରୀ। ଐତିହାସିକ ପୃଷ୍ଠଭୂମି ଉଦାହରଣ ଦେଇ ସେ 'ପୀତ ସାମ୍ବାଦିକତା' ବା କେବଳ ଲୋକପ୍ରିୟତା ଓ ରୋମାଞ୍ଚକର ଖବର ପ୍ରକାଶ କରିବା ପରିବର୍ତ୍ତେ 'ମକ୍ରାକର୍' ସାମ୍ବାଦିକମାନଙ୍କ ଭଳି ସମାଜର ପ୍ରକୃତ ସମସ୍ୟା ଓ ଦୁର୍ନୀତିକୁ ଲୋକଲୋଚନକୁ ଆଣିବା ଉପରେ ଗୁରୁତ୍ୱାରୋପ କରିଥିଲେ।

ଜାତୀୟ ପ୍ରେସ୍ ଦିବସ ପାଳନ ଅବସରରେ ଆଜି ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ହେମନ୍ତ ମହାପାତ୍ର ସାମ୍ବାଦିକତାର ଗରିମା, ସାମାଜିକ ଦାୟିତ୍ୱବୋଧ ଏବଂ ସମସାମୟିକ ଆହ୍ୱାନ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋକପାତ କରିଛନ୍ତି।

ନିଜ ଅଭିଭାଷଣରେ ଶ୍ରୀ ମହାପାତ୍ର କହିଥିଲେ ଯେ, ସାମ୍ବାଦିକତା ହେଉଛି ଏକ ମହାନ ଓ ସେବାମୂଳକ ବୃତ୍ତି। ପୂର୍ବରୁ ମହାତ୍ମା ଗାନ୍ଧୀଙ୍କଠାରୁ ଆରମ୍ଭ କରି ବହୁ ସ୍ୱାଧୀନତା ସଂଗ୍ରାମୀମାନେ ସମାଜର ମଙ୍ଗଳ ଏବଂ ଜନଜାଗରଣ ପାଇଁ ସାମ୍ବାଦିକତାକୁ ଏକ ମାଧ୍ୟମ ଭାବେ ଗ୍ରହଣ କରିଥିଲେ। କିନ୍ତୁ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆ ଏବଂ କୃତ୍ରିମ ବୁଦ୍ଧିମତ୍ତାର ବହୁଳ ବ୍ୟବହାର ଫଳରେ ଅନେକ ସମୟରେ ଅସତ୍ୟ ଓ ଭିତ୍ତିହୀନ ସମ୍ବାଦ ପରିବେଷଣ ହେଉଛି, ଯାହା ସମାଜ ପାଇଁ ଅତ୍ୟନ୍ତ ଉଦ୍ବେଗଜନକ। ଜଣେ ସାମ୍ବାଦିକ ଚାହିଁଲେ ସମାଜକୁ ଗଢ଼ିପାରିବ ଏବଂ ଭୁଲ ତଥ୍ୟ ମାଧ୍ୟମରେ ସମାଜର କ୍ଷତି ମଧ୍ୟ କରିପାରିବ। ତେଣୁ ବର୍ତ୍ତମାନର ବୈଷୟିକ ଯୁଗରେ ସାମ୍ବାଦିକମାନେ ଅଧିକ ଦାୟିତ୍ୱବାନ ହୋଇ ସମାଜର ବୃହତ୍ତର ସ୍ୱାର୍ଥ ଓ ମଙ୍ଗଳ ପାଇଁ ସତ୍ୟ ଆଧାରିତ ସମ୍ବାଦ ପରିବେଷଣ କରିବାକୁ ସେ ଆହ୍ୱାନ ଦେଇଥିଲେ। ଏହି ଅବସରରେ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ତଥା ବରିଷ୍ଠ ଚିକିତ୍ସକ ଡାକ୍ତର ମହାନ୍ତିଙ୍କ ସେବା ଓ ମାନବିକତାର ଉଚ୍ଚ ପ୍ରଶଂସା କରି ଶ୍ରୀ ମହାପାତ୍ର କହିଥିଲେ ଯେ, ଡାକ୍ତର ମହାନ୍ତି କେବଳ ଜଣେ ଦକ୍ଷ ଚିକିତ୍ସକ ନୁହଁନ୍ତି, ବରଂ ଜଣେ ଅତ୍ୟନ୍ତ ହୃଦୟବାନ ଓ ପରୋପକାରୀ ମଣିଷ। କୋଭିଡ୍ ମହାମାରୀ ସମୟରେ ଯେତେବେଳେ ଲୋକମାନେ ଘରୁ ବାହାରିବାକୁ ଭୟ କରୁଥିଲେ, ସେତେବେଳେ ଡାକ୍ତର ମହାନ୍ତି ନିଜ ଜୀବନକୁ ବାଜି ଲଗାଇ ବୁର୍ଲା ମେଡିକାଲର ଆଟେଣ୍ଡାଣ୍ଟମାନଙ୍କୁ ନିୟମିତ ଖାଦ୍ୟ ଯୋଗାଇ ଦେବା ସହ ନିଜ ବିବାହ ବାର୍ଷିକୀରେ ପ୍ରାୟ ୪୦ରୁ ୫୦ ହଜାର ଟଙ୍କା ଖର୍ଚ୍ଚ କରି ଗରିବ ଓ ଅସହାୟଙ୍କ ସେବା କରିଥିଲେ। ବୁର୍ଲା ମେଡିକାଲର ଜଣେ ଛାତ୍ରରୁ ଆଜି ଏକ ସର୍ବୋଚ୍ଚ ପଦବୀରେ ଅଧିଷ୍ଠିତ ହୋଇଥିଲେ ମଧ୍ୟ ତାଙ୍କର ଏହି ନିଃସ୍ୱାର୍ଥପର ସମାଜସେବା ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ବୋଲି ଶ୍ରୀ ମହାପାତ୍ର ମତବ୍ୟକ୍ତ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ସମ୍ବଲପୁର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରିଣୀ ସଞ୍ଜୁକ୍ତା କୁଲ୍ଲୁ, ପ୍ରେସ୍ କ୍ଲବ ଅଧ୍ୟକ୍ଷ ତ୍ରିବିକ୍ରମ ପ୍ରଧାନଙ୍କ ସମେତ ସମସ୍ତ କର୍ତ୍ତବ୍ୟରତ ସାମ୍ବାଦିକମାନେ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande