ଜୟ ଭୀମ କ୍ରିକେଟ୍ ଗ୍ରାଣ୍ଡ ଫାଇନାଲ ୨୦୨୬ରେ ପାଟଣାଗଡ଼କୁ ହରାଇ ବିଜେତା ଟ୍ରଫି ହାସଲ କଲେ ବଲାଙ୍ଗୀର ୱେଷ୍ଟର୍ନ ଦଳ
ସୁବର୍ଣ୍ଣପୁର, ୧୬ ନଭେମ୍ବର(ହି.ସ.) – ସୁବର୍ଣ୍ଣପୁରର ଅବହେଳିତ ନୂତନ ପିଢ଼ିର ଯୁବ କ୍ରିକେଟ ଖେଳାଳି ମାନଙ୍କ ଖେଳ ନୈପୁଣ୍ୟର ବିକାଶ ପାଇଁ ବିଗତ ଦୁଇବର୍ଷ ଧରି ସୋନପୁର ୟୁନିଟି ସ୍ପୋର୍ଟିଂ ଆନୁକୂଲ୍ୟରେ ଊକ୍ସ ଭୀମରାଓ ଆମ୍ବେଦକରଙ୍କ ସମ୍ମାନ ଉଦେଶ୍ୟରେ ଶ୍ରୀ ରାମେଶ୍ୱର ଷ୍ଟାଡିଅମ୍ ଠାରେ ୟୁନିଟି ସ୍ପୋଟ
ଜୟ ଭୀମ କ୍ରିକେଟ୍ ଗ୍ରାଣ୍ଡ ଫାଇନାଲ ୨୦୨୬ ରେ ପାଟଣାଗଡ କୁ ହରାଇ ବିଜେତା ଟ୍ରଫି ହାସଲ କଲେ ବଲାଙ୍ଗିର ୱେଷ୍ଟର୍ନ ଦଳ


ସୁବର୍ଣ୍ଣପୁର, ୧୬ ନଭେମ୍ବର(ହି.ସ.) – ସୁବର୍ଣ୍ଣପୁରର ଅବହେଳିତ ନୂତନ ପିଢ଼ିର ଯୁବ କ୍ରିକେଟ ଖେଳାଳି ମାନଙ୍କ ଖେଳ ନୈପୁଣ୍ୟର ବିକାଶ ପାଇଁ ବିଗତ ଦୁଇବର୍ଷ ଧରି ସୋନପୁର ୟୁନିଟି ସ୍ପୋର୍ଟିଂ ଆନୁକୂଲ୍ୟରେ ଊକ୍ସ ଭୀମରାଓ ଆମ୍ବେଦକରଙ୍କ ସମ୍ମାନ ଉଦେଶ୍ୟରେ ଶ୍ରୀ ରାମେଶ୍ୱର ଷ୍ଟାଡିଅମ୍ ଠାରେ ୟୁନିଟି ସ୍ପୋଟିଂ ପକ୍ଷରୁ ୨୦/୨୦ ଟ୍ୱେଂଟି ଟ୍ୱେଂଟି କ୍ରିକେଟ୍ ଟୁର୍ଣ୍ଣାମେଂଟ ଅୟୋଜନ କରାଯାଇ ଥିଲା। ଚଳିତ ବର୍ଷ ନଭେମ୍ବର ୧୧ ତାରିଖରୁ ୧୫ ତାରିଖ ୫ ଦିନ ବ୍ୟାପି ପ୍ରତିଦିନ ଦୁଇଟି ମ୍ୟାଚ୍ ଅନୁଷ୍ଟିତ ହୋଇ ୧୫ ତାରିଖ ଫାଇନାଲରେ ୱେଷ୍ଟର୍ନ ବଲାଙ୍ଗୀର ଓ ପାଟଣାଗଡ଼ ଦଳ ମଧ୍ୟରେ ଅନୁଷ୍ଟିତ ମ୍ୟାଚ୍ ଟୁର୍ନାମେଂଟର ଉତ୍କର୍ଷ ଖେଳ ପ୍ରଦର୍ଶନ ହୋଇଥିଲା। ଗତକାଲିର ଗ୍ରାଣ୍ଡ ଫାଇନାଲ ମ୍ୟାଚ୍ରେ ପାଟଣାଗଡ଼ ଦଳ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୦ ୱିକେଟ୍ ହରାଇ ବଲାଙ୍ଗୀର ଦଳକୁ ୧୨୫ ରନ୍ ଟାର୍ଗେଟ ଦେଇଥିଲା। ଦଳ ପକ୍ଷରୁ ରାହୁଲ କୁମାର ୨୭ ବଲ୍ରେ ୨୭ ରନ୍ ଓ କୁନାଲ ପଣ୍ଡା ୨୭ ବଲ୍ରେ ୪୧ ରନ୍ ସଂଗ୍ରହ କରିଥିଲେ। ପ୍ରତି ଉତରରେ ୧୯ ଓଭର୍ରେ ୫ ୱିକେଟ୍ ହରାଇ ବଲାଙ୍ଗୀର ଦଳ ଏହି ଟାର୍ଗେଟ୍କୁ ସହଜରେ ପୁରା କରି ୨୦୨୬ର ଜୟ ଭୀମ କ୍ରିକେଟ୍ ଟର୍ଣ୍ଣାମେଂଟର ବିଜେତା ଟ୍ରଫି ହାସଲ କରିଥିଲେ। ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀ ଦେବାଶିଷ୍ ସିଂ, ସମ୍ମାନିତ ଅତିଥି ଭାବରେ ଏଡିଏମ୍ ଶ୍ରୀ ଅନିରୁଦ୍ଧ ପ୍ରଧାନ, ରାଜ୍ୟ ପ୍ରାକ୍ତନ ମତ୍ସ୍ୟ ନିଗମ ଅଧ୍ୟକ୍ଷ ଅଭିମନ୍ୟୁ କୁଶଳ, କର୍ମଯୋଗୀ ଗୋବିନ୍ଦ ମହାରଣା, ବରିଷ୍ଠ ସାମ୍ୱାଦିକ ମନୋରଞ୍ଜନ ତ୍ରିପାଠୀ, ସମାଜ ସେବୀ ଶ୍ରୀକାନ୍ତ ମିଶ୍ର ଯୋଗଦେଇ ଖେଳାଳିଙ୍କ ପରିଚୟ ପ୍ରଦାନ ଓ ପୁରସ୍କାର ପ୍ରଦାନ କରିଥିଲେ। ଉପ ବିଜେତା ଦଳର କୁନାଲ ପଣ୍ଡା ସର୍ବଶ୍ରେଷ୍ଠ ବୋଲର ଓ ମ୍ୟାନ ଅଫ ଦି ସିରିଜ ଭାବେ ପୁରଷ୍କୃତ ହୋଇଥିବାବେଳେ ସୁଶାନ୍ତ ପଟେଲ ବେଷ୍ଟ ବୋଲର ଓ ବାବୁଲୁ ସେଠି ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ପୁରସ୍କୃତ ହୋଇଥିଲେ। କ୍ଳବ୍ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande