ଧୁମ୍ଧାମ୍ରେ ମା କାଳୀଙ୍କ ଭସାଣି
କେନ୍ଦୁଝର, ୧୬ ନଭେମ୍ବର(ହି.ସ.) – କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ସ୍ଥିତ ମା ଶ୍ୟାମ କାଳୀପୂଜା କମିଟି ତରଫରୁ ହେଉଥିବା ମା କାଳୀଙ୍କ ପୂଜା ଶେଷ ହୋଇଥିଲେ ମଧ୍ୟ ଗତକାଲି ସନ୍ଧ୍ୟାରେ ଭସାଣି ଉତ୍ସବ ଧୁମ୍ଧାମ୍ରେ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ୫ଟାରେ ମାଙ୍କୁ ମଣ୍ଡପରୁ ଟ୍ରାକ୍ଟର ଯୋଗେ ବାଜା, ବାଣ ରୋଷ
Kali


କେନ୍ଦୁଝର, ୧୬ ନଭେମ୍ବର(ହି.ସ.) – କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ସ୍ଥିତ ମା ଶ୍ୟାମ କାଳୀପୂଜା କମିଟି ତରଫରୁ ହେଉଥିବା ମା କାଳୀଙ୍କ ପୂଜା ଶେଷ ହୋଇଥିଲେ ମଧ୍ୟ ଗତକାଲି ସନ୍ଧ୍ୟାରେ ଭସାଣି ଉତ୍ସବ ଧୁମ୍ଧାମ୍ରେ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ୫ଟାରେ ମାଙ୍କୁ ମଣ୍ଡପରୁ ଟ୍ରାକ୍ଟର ଯୋଗେ ବାଜା, ବାଣ ରୋଷଣୀ କରି ବଜାର ସାହି, ବସ୍ତି ପରିକ୍ରମା କରାଜାଇଥିଲା। ମାଙ୍କୁ ସାହି ବସ୍ତିର ମା, ମାଉସୀ ମାନେ ବନ୍ଦା ପଣା କରି ମେଲାଣି ଦେଇଛନ୍ତି। କମିଟିର ସଭାପତି ବିଜୟ କୁମାର ମଣ୍ଡଳ, ସମ୍ପାଦକ ସାତ୍ୱକି ଗିରି, କୋଷାଧକ୍ଷ ପଦ୍ମନ କୁମାର ମଲ୍ଲିକ, ସମେତ ସଦସ୍ୟ ଜଗବନ୍ଧୁ ନାୟକ,ଦେବାନନ୍ଦ ମଣ୍ଡଳ, ଲିପୁନ ମଣ୍ଡଳ, ରଣଜିତ ମଣ୍ଡଳ, ଜିତେନ୍ଦ୍ର ସିଂହ, ସୁଶାନ୍ତ ମଣ୍ଡଳ, ସୁରେଶ ମଣ୍ଡଳ, ବୀରବର ନାୟକ ପ୍ରମୁଖ ଭସାଣି ଉତ୍ସବ ରେ ସହଯୋଗ କରିଥିଲେ। ଶାନ୍ତି ଶୃଙ୍ଖଳା ନିମନ୍ତେ ଢେଙ୍କିକୋଟ ପୁଲିସ ବିଟ ହାଉସ ପୁଲିସ ଉପସ୍ଥିତ ରହିଥିଲେ। ରାତି ୮ ଟା ବେଳେ ସୀତା ନଦୀ ରେ ବିସର୍ଜନ କରାଜାଇଛି।

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande