ମନିଲାରେ ଭାରତୀୟ ସମୁଦାୟଙ୍କ ସ୍ୱାଗତରେ ଅଭିଭୂତ ପ୍ରଧାନମନ୍ତ୍ରୀ, ଭାରତ-ଫିଲିପାଇନ୍ସର ପ୍ରାଚୀନ ସାଂସ୍କୃତିକ ସମ୍ପର୍କର ଝଲକକୁ ପ୍ରଶଂସା
ନୂଆଦିଲ୍ଲୀ, ୧୬ ନଭେମ୍ବର (ହି.ସ.)- ଫିଲିପାଇନ୍ସରେ ଭାରତୀୟ ସମୁଦାୟ ପକ୍ଷରୁ ମିଳିଥିବା ଉଷ୍ମ ସ୍ୱାଗତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନନ୍ଦ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ପ୍ରବାସୀ ଭାରତୀୟମାନେ ନିଜ ସଂସ୍କୃତିକୁ ସଂରକ୍ଷିତ ରଖିବା ସହିତ ଭାରତ ଓ ଫିଲିପାଇନ୍ସକୁ ନିକଟତର କରିବା ଦିଗରେ
प्रधानमंत्री नरेन्द्र मोदी का सोमवार को मनीला पहुंचने पर स्वागत


ନୂଆଦିଲ୍ଲୀ, ୧୬ ନଭେମ୍ବର (ହି.ସ.)- ଫିଲିପାଇନ୍ସରେ ଭାରତୀୟ ସମୁଦାୟ ପକ୍ଷରୁ ମିଳିଥିବା ଉଷ୍ମ ସ୍ୱାଗତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନନ୍ଦ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ପ୍ରବାସୀ ଭାରତୀୟମାନେ ନିଜ ସଂସ୍କୃତିକୁ ସଂରକ୍ଷିତ ରଖିବା ସହିତ ଭାରତ ଓ ଫିଲିପାଇନ୍ସକୁ ନିକଟତର କରିବା ଦିଗରେ ମଧ୍ୟ କାର୍ଯ୍ୟ କରୁଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ସୋମବାର ସୋସିଆଲ ମିଡିଆ ମଂଚ ଏକ୍ସରେ କହିଛନ୍ତି ଯେ, ମନିଲାରେ ଭାରତୀୟ ସମୁଦାୟଙ୍କୁ ଭେଟି ସେ ବେଶ୍ ଖୁସି ହୋଇଛନ୍ତି। ସମୁଦାୟ ପକ୍ଷରୁ ତାଙ୍କୁ ଅତ୍ୟନ୍ତ ଉଷ୍ମତାର ସହ ସ୍ୱାଗତ କରାଯାଇଥିଲା। ସେ କହିଛନ୍ତି, “ଏହା ଦେଖି ଖୁସି ଲାଗୁଛି ଯେ, ଆମର ପ୍ରବାସୀ ଭାରତୀୟମାନେ ଭାରତୀୟ ସଂସ୍କୃତିକୁ ସଂରକ୍ଷିତ ରଖିବା ସହିତ ଉଭୟ ଦେଶକୁ ଆହୁରି ନିକଟତର କରିବା ପାଇଁ ମଧ୍ୟ କାର୍ଯ୍ୟ କରୁଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସ୍ୱାଗତ କାର୍ଯ୍ୟକ୍ରମରେ ଭାରତ ଓ ଫିଲିପାଇନ୍ସ ମଧ୍ୟରେ ଥିବା ଗଭୀର ସାଂସ୍କୃତିକ ସମ୍ପର୍କର ସୁନ୍ଦର ଝଲକ ଦେଖିବାକୁ ମିଳିଥିଲା। ଏହି ଅବସରରେ ନବମ-ଦଶମ ଶତାବ୍ଦୀର ଅଗୁସାନର ସ୍ୱର୍ଣ୍ଣ ତାରା ପ୍ରତିମା ଏବଂ ଐତିହାସିକ ଲାଗୁନା ତାମ୍ରପତ୍ର ଅଭିଲେଖର ପ୍ରତିକୃତି ପ୍ରଦର୍ଶିତ କରାଯାଇଥିଲା। ଏହି ଐତିହାସିକ ଐତିହ୍ୟଗୁଡ଼ିକ ଦକ୍ଷିଣ-ପୂର୍ବ ଏସିଆରେ ଭାରତର ପ୍ରାଚୀନ ସାଂସ୍କୃତିକ ଓ ସାମୁଦ୍ରିକ ସମ୍ପର୍କକୁ ଦର୍ଶାଉଛି।

କାର୍ଯ୍ୟକ୍ରମର ବିଶେଷ ଆକର୍ଷଣ ସମ୍ପର୍କରେ ଉଲ୍ଲେଖ କରି ସେ କହିଛନ୍ତି ଯେ, ଉଭୟ ଦେଶର ପିଲାମାନେ ମିଳିତ ଭାବେ ପୂର୍ଣ୍ଣ କୁମ୍ଭ ଶ୍ଳୋକ ପାଠ କରିବା ଅତ୍ୟନ୍ତ ସ୍ୱତନ୍ତ୍ର ଥିଲା। ଏହାପରେ ବଲିଉଡ୍ ଏବଂ ଭାଙ୍ଗଡ଼ାର ଉତ୍ସାହଭରା ପରିବେଷଣ କରାଯାଇଥିଲା। ଏହି ସାଂସ୍କୃତିକ ପରିବେଷଣରେ ଉଭୟ ଦେଶ ମଧ୍ୟରେ ଶତାବ୍ଦୀ ପୁରୁଣା ସମ୍ପର୍କ ଏବଂ ବର୍ତମାନ ସମୟରେ ଜାରି ରହିଥିବା ସାଂସ୍କୃତିକ ଆଦାନପ୍ରଦାନର ଜୀବନ୍ତ ଝଲକ ଦେଖିବାକୁ ମିଳିଥିଲା।

ଉଲ୍ଲେଖଯୋଗ୍ୟ, ୨୩ତମ ଆସିଆନ୍-ଭାରତ ଶିଖର ସମ୍ମିଳନୀ ଏବଂ ୨୧ତମ ପୂର୍ବ ଏସିଆ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ତିନିଦିନିଆ ଗସ୍ତରେ ସୋମବାର ମନିଲାରେ ପହଂଚିଛନ୍ତି। ସେ ନଭେମ୍ବର ୧୭ ତାରିଖରେ ଉଭୟ ଶିଖର ସମ୍ମିଳନୀରେ ଭାଗ ନେବେ।

-----------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande