ମାତିଲେ ସାଇବର ଠକ: ଓଡିଶା ସରକାରଙ୍କ ଜନଧନ ଯୋଜନାର ସୁଫଳ ଆବଂଟନ ଆଳରେ ମହା ଠକେଇ
ମାତିଲେ ସାଇବର ଠକ: ଓଡିଶା ସରକାରଙ୍କ ଜନଧନ ଯୋଜନାର ସୁଫଳ ଆବଣ୍ଟନ ଆଳରେ ମହା ଠକେଇ
ମାତିଲେ ସାଇବର ଠକ: ଓଡିଶା ସରକାରଙ୍କ ଜନଧନ ଯୋଜନାର ସୁଫଳ ଆବଣ୍ଟନ ଆଳରେ ମହା ଠକେଇ


ମାତିଲେ ସାଇବର ଠକ: ଓଡିଶା ସରକାରଙ୍କ ଜନଧନ ଯୋଜନାର ସୁଫଳ ଆବଣ୍ଟନ ଆଳରେ ମହା ଠକେଇ


ମାତିଲେ ସାଇବର ଠକ: ଓଡିଶା ସରକାରଙ୍କ ଜନଧନ ଯୋଜନାର ସୁଫଳ ଆବଣ୍ଟନ ଆଳରେ ମହା ଠକେଇ


ମାତିଲେ ସାଇବର ଠକ: ଓଡିଶା ସରକାରଙ୍କ ଜନଧନ ଯୋଜନାର ସୁଫଳ ଆବଣ୍ଟନ ଆଳରେ ମହା ଠକେଇ


ସମ୍ବଲପୁର, ୧୬ ନଭେମ୍ବର (ହି.ସ.) - ଆପଣ ଓଡ଼ିଆ ସରକାରଙ୍କ ଜନଧନ ଯୋଜନାରେ ଦୁଇ ହଜାର ଟଙ୍କା ପାଇଛନ୍ତି । ଏଥିପାଇଁ ତୁରନ୍ତ ଆପଣଙ୍କ ବ୍ୟାଙ୍କ ଖାତା ସହ ଯୋଗାଯୋଗ କରି ଏହି ଟଙ୍କା ଗ୍ରହଣ କରନ୍ତୁ । ଏହିପରି ବିଜ୍ଞାପନ ଦ୍ୱାରା ଏବେ ଓଡ଼ିଶାର ବିଭିନ୍ନ ଅଂଚଳରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ ଚାଲିଥିବା ବେଳେ ରାଜ୍ୟ ସରକାରଙ୍କ ସାଇବର ବିଭାଗ କ'ଣ କରୁଛି ସେନେଇ ଠକେଇର ଶିକାର ହୋଇଥିବା ଜଣେ ଦୀନ ଦୁଖି ଦରିଦ୍ର କରିଛି ପ୍ରଶ୍ନ । ରାଜ୍ୟବାସୀଙ୍କ ସବୁ ପ୍ରକାର ଦୁଃଖ ସୁଖକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଯୋଜନା ପରେ ଯୋଜନା କରୁଛନ୍ତି । ହେଲେ ଯୋଜନା ଗୁଡ଼ିକର ସୁଫଳ ପ୍ରକୃତ ହିତାଧିକାରୀ ପାଉଛି କି ନାହିଁ ତାହାର ଶତ ପ୍ରତିଶତ ସୂଚନା ମିଳୁନଥିବା ବେଳେ ଏବେ ରାଜ୍ୟ ସରକାରଙ୍କ ଜନଧନ ଯୋଜନାର ସୁଫଳ ବାଂଟିବା ଆଳରେ ବିଭିନ୍ନ ସୋସିଆଲ ମିଡିଆରେ ପ୍ରଚାର ଜୋରଦାର ହେଉଛି । ଏହି ପ୍ରଚାରକୁ ବିଶ୍ୱାସ କରି ସରକାରଙ୍କ ଦୁଇ ହଜାର ଟଙ୍କା ପାଇବା ପରିବର୍ତେ ହଜାର ହଜାର ସଂଖ୍ୟାରେ ଲୋକେ ଠକେଇର ଶିକାର ହେଉଥିବା ଅଭିଯୋଗ ହୋଇଛି । ସୋମବାର ଅପରାହ୍ନ ସାଢ଼େ ୪ଟାରେ ବନ୍ସି କଂଟାର ଥୋପ ପକାଇ ୟୁନିୟନ ବ୍ୟାଙ୍କର ଜନୈକ ହିତାଧିକାରୀଙ୍କ ଠାରୁ ଅପରାହ୍ନ ୫ ସୁଦ୍ଧା ୧୯୯୬ ଟଙ୍କା ଠକି ନେଇଛନ୍ତି ସାଇବର ଠକ । ହିତାଧିକାରୀ ଜଣଙ୍କ ନିଜ ଜମାଖାତା ନମ୍ବର ୫୨୦୪୫୧୦୦୭୨୨୫୪୧୯ ରେ ସାଇବର ଠକଙ୍କ ନିର୍ଦ୍ଧେଶ କ୍ରମେ ଯୋଗାଯୋଗ କରିବା ମାତ୍ରେ ଆଖି ପିଛୁଳାକେ ଉଡିଯାଇଥିଲା ବହୁ କଷ୍ଟରେ ଉପାର୍ଜିତ ଏହି ଟଙ୍କା । ହିତାଧିକାରୀ ଜଣଙ୍କ ଅତି ବିକଳରେ ଏଭଳି ଠକେଇରୁ ବଂଚିଯିବା ପାଇଁ ସାଇବର ହେଲ୍ପ ଲାଇନ ୧୯୩୦ ଓ ବ୍ୟାଙ୍କ ପକ୍ଷରୁ ସୂଚୀତ ଗ୍ରାହକ ସେବା କେନ୍ଦ୍ର ନମ୍ବର ୧୮୦୦ ୨୨ ୨୨୪୪ ସହ ଯୋଗାଯୋଗ କରିଥେଲେ ମଧ୍ୟ କୌଣସି ଉତର ନପାଇ ହତାଶ ହୋଇଥିଲେ । ସେହିପରି କ୍ରମାଗତ ଭାବରେ ସାଇବର ହେଲ୍ପ ଲାଇନକୁ ମଧ୍ୟ ଫୋନ୍ କରି ଚାଲିଥିଲେ । ସାଇବର ହେଲ୍ପ ଲାଇନ ପକ୍ଷରୁ ଆପଣଙ୍କୁ ସ୍ୱାଗତ ଜଣାଉଛି ବୋଲି ସ୍ୱାନ୍ତନା ଦେବା ମୁଦ୍ରାରେ କ୍ରମାଗତ କେବଳ ସ୍ୱାଗତ ହିଁ ଜଣା ଯାଉଥିଲା। ସେହିପରି ବ୍ୟାଙ୍କ ପକ୍ଷରୁ ସୂଚୀତ ଗ୍ରାହକ ସେବା ନମ୍ବରକୁ ୨୦ ଥରରୁ ଊର୍ଦ୍ଧ୍ୱ ଫୋନ୍ କରିଥିଲେ ମଧ୍ୟ କୌଣସି ଉପଶମ ମିଳିନଥିଲା । ଜରୁରୀକାଳୀନ ସେବା ଯୋଗାଇବାର ଡିଣ୍ଡିମ ପିଟୁଥିବା ବିଭାଗୀୟ ସେବାକୁ ପ୍ରହସନରେ ପରିଣତ ନକରାଇ ବନ୍ଦ୍ କରିଦେବା ଉଚିତ୍ ବୋଲି ଠକେଇର ଶିକାର ହୋଇଥିବା ଦୀନ ଦୁଃଖି ଦରିଦ୍ର ହିତାଧିକାରୀ ଜଣଙ୍କ କହିଛନ୍ତି । ସେ ପୁଣି କହିଛନ୍ତି ସାଇବର ହେଲ୍ପ ଲାଇନକୁ ୯୪୩୮୩୧୫୩୯୯ ନମ୍ବରରୁ କେତେଥର ଫୋନ୍ ଯାଇଛି ଏହାର ତଦନ୍ତ କରିବା ସହ ଆଉ କେତେ ଥର ଫୋନ୍ କରିଥିଲେ ତାଙ୍କ ଅଭିଯୋଗ ଗ୍ରହଣୀୟ ହୋଇଥାଆନ୍ତା ତାହା ବି ସେ ପ୍ରଶ୍ନ କରିଛନ୍ତି । ଆଜିକାଲି ଜଣେ ଠକେଇର ଶିକାର ହେବା କିଛି ବଡ଼ କଥା ନୁହେଁ, କିନ୍ତୁ ସହାୟତା ଯୋଗାଇବାର ଡିଣ୍ଡିମ ପିଟୁଥିବା ବ୍ୟାଙ୍କର ଗ୍ରାହକ ସେବା ନମ୍ବର ଓ ସାଇବର ହେଲ୍ପ ଲାଇନ ନମ୍ବର କେବଳ ଏକ ପ୍ରହସନ ବ୍ୟତୀତ ଅନ୍ୟ କିଛି ହୋଇ ନପାରେ ବୋଲି ଠକେଇର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ହତାଶ ମୁଦ୍ରାରେ କହିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande