ସମ୍ମିଳିତ ଆଦିବାସୀ ସମାଜ ପକ୍ଷରୁ ବିଡ଼ିଓଙ୍କୁ ୫ ଦଫା ଦାବିପତ୍ର
Memorandum to kolabira BDO
ସମ୍ମିଳିତ ଆଦିବାସୀ ସମାଜ ପକ୍ଷରୁ ବିଡ଼ିଓଙ୍କୁ ୫ ଦଫା ଦାବିପତ୍ର


ଝାରସୁଗୁଡ଼ା, ୧୬ ନଭେମ୍ବର (ହି.ସ.)- ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ସୋଡାମାଳ ପଞ୍ଚାୟତ ସମ୍ମିଳିତ ଆଦିବାସୀ ସମାଜ ପକ୍ଷରୁ ଆଦିବାସୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ୫ ଦଫା ସମ୍ବଳିତ ଦାବିପତ୍ରକୁ ସୋମବାର କୋଲାବିରା ବିଡ଼ିଓଙ୍କୁ ପ୍ରଦାନ କରାଯାଇଛି l

ଦାବିପତ୍ର ଅନୁଯାୟୀ, ପୂର୍ବ ଜନଗଣନାରେ କୋଲାବିରା ବ୍ଲକ ରେ ୪୮ ପ୍ରତିଶତ ଆଦିବାସୀ ରହିଛନ୍ତି l ମାତ୍ର ଏବେ ଏହି ବ୍ଲକ ରେ ୫୦ ପ୍ରତିଶତ ରୁ ଉର୍ଦ୍ଧ ଆଦିବାସୀ ଅଛନ୍ତି l ଏଣୁ ପୁଣି ଥରେ ଜାତି ଜନଗଣନା କରାଯାଇ କୋଲାବିରା ବ୍ଳକକୁ ଆଇଟିଡି ବ୍ଲକ ର ମାନ୍ୟତା ଦେବା, ଆଦିବାସୀ ବହୁଳ ଅଞ୍ଚଳରେ ଗ୍ରାମସଭା ବୈଠକକୁ ପ୍ରାଧାନ୍ୟ ଦେବାପାଇଁ ପେସା ଆଇନକୁ ଲାଗୁ କରିବା, ଧର୍ମ କୋଡ଼ ରେ ଆଦିବାସୀ ଧର୍ମକୁ ସ୍ଥାନିତ କରିବା, ଆଦିବାସୀ ଅଞ୍ଚଳରେ ଶିକ୍ଷାର ପ୍ରସାର କରାଯାଉ ଓ ଲଇକେରା ଠାରେ ମଞ୍ଜୁର ପାଇଥିବା ଏକଲବ୍ୟ ମଡେଲ ସ୍କୁଲକୁ ଶୀଘ୍ର କାର୍ଯ୍ୟକାରୀ କରାଯାଉ ଏବଂ ଆଦିବାସୀ ମାନଙ୍କ ଜଙ୍ଗଲ ଜମି ଅଧିକାରୀ ଆଇନ ୨୦୦୬ କୁ ସଠିକ୍ ଭାବେ କାର୍ଯ୍ୟକାରୀ କରାଯିବା ନେଇ ଦାବୀପତ୍ରରେ ଉଲ୍ଲେଖ ରହିଛି l

ସମ୍ମିଳିତ ଆଦିବାସୀ ସମାଜର ସଭାନେତ୍ରୀ ପଦ୍ମିନୀ ମୁଣ୍ଡା, ସମ୍ପାଦକ ତପନ କାଲୋ, ଉପଦେଷ୍ଟା ପ୍ରେମସାଗର ଧୁରୁଆ, ଜୟମଙ୍ଗଲ ଲୁହା, ଖୁସିରାମ ଲୁହା ପ୍ରମୁଖ ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ l ବିଡ଼ିଓଙ୍କ ଅନୁପସ୍ଥିତିରେ ସେକ୍ସନ ଅଫିସର ପୃଥିବୀରାଜ ଗୌଡ ଦାବୀପତ୍ରକୁ ଗ୍ରହଣ କରିଥିଲେ l

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande