
କାଠମାଣ୍ଡୁ, ୧୬ ନଭେମ୍ବର (ହି.ସ.)। ନେପାଳର ପାଲ୍ପା ଓ ସ୍ୟାଙ୍ଗଜା ଜିଲ୍ଲାର ସୀମା ନିକଟରେ ଅବସ୍ଥିତ ଉତ୍ତରବାହିନୀ କାଳୀଗଣ୍ଡକୀ ଅଞ୍ଚଳକୁ ଧାର୍ମିକ ଓ ଆଧ୍ୟାତ୍ମିକ ପର୍ଯ୍ୟଟନର ଏକ ଅନ୍ତର୍ଜାତୀୟ କେନ୍ଦ୍ର ଭାବେ ବିକଶିତ କରିବା ପାଇଁ ପଦକ୍ଷେପ ନିଆଯାଉଛି। ଏହି ଅଞ୍ଚଳରେ ଏପର୍ଯ୍ୟନ୍ତ ପ୍ରାୟ ୨୫ କୋଟି ନେପାଳୀ ଟଙ୍କାର ନିବେଶରେ ବିଭିନ୍ନ ଧାର୍ମିକ ଓ ଶିକ୍ଷାଗତ ଭିତ୍ତିଭୂମି ନିର୍ମାଣ କରାଯାଇଛି।
ଏହି ଅଭିଯାନର ନେତୃତ୍ୱ ନେଉଥିବା କାଳୀଗଣ୍ଡକୀ ଜ୍ଞାନ-ବିଜ୍ଞାନ ପ୍ରତିଷ୍ଠାନର ପ୍ରତିଷ୍ଠାତା ଆଚାର୍ଯ୍ୟ ଚୈତନ୍ୟକୃଷ୍ଣ ଏହି ଅଞ୍ଚଳକୁ ଭାରତ ସମେତ ବିଶ୍ୱର ବିଭିନ୍ନ ଦେଶର ହିନ୍ଦୁ ଶ୍ରଦ୍ଧାଳୁଙ୍କ ପାଇଁ ଏକ ପ୍ରମୁଖ ଧାର୍ମିକ ଗନ୍ତବ୍ୟସ୍ଥଳୀ ଭାବେ ଗଢ଼ିତୋଳିବାର ଲକ୍ଷ୍ୟ ରଖିଛନ୍ତି। ଏହି ଅଭିଯାନ ଅଧୀନରେ ପାଲ୍ପା ଜିଲ୍ଲାର ଅସେର୍ଦୀ ଏବଂ ସ୍ୟାଙ୍ଗଜା ଜିଲ୍ଲାର ମାଲୁଙ୍ଗା ଅଞ୍ଚଳକୁ ଉତ୍ତରବାହିନୀ ଆଧ୍ୟାତ୍ମିକ ପର୍ଯ୍ୟଟନ କେନ୍ଦ୍ର ଭାବେ ବିକଶିତ କରାଯାଉଛି।
ଆଚାର୍ଯ୍ୟ ଚୈତନ୍ୟକୃଷ୍ଣ ପ୍ରାୟ ୧୧ ବର୍ଷ ପୂର୍ବେ ଏହି ଅଞ୍ଚଳର ଯୋଜନାବଦ୍ଧ ବିକାଶ ଉଦ୍ଦେଶ୍ୟରେ ଏହି ପ୍ରତିଷ୍ଠାନ ସ୍ଥାପନ କରିଥିଲେ। ଏହା ପରଠାରୁ ଏଠାରେ ଧାର୍ମିକ କାର୍ଯ୍ୟକଳାପର ସମ୍ପ୍ରସାରଣ ଏବଂ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ ଉପରେ କାର୍ଯ୍ୟ କରାଯାଉଛି। ଉତ୍ତରବାହିନୀ ଅଞ୍ଚଳର ଧାର୍ମିକ, ସାଂସ୍କୃତିକ ଓ ପ୍ରାକୃତିକ ମହତ୍ତ୍ୱକୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇବା ତାଙ୍କର ଉଦ୍ଦେଶ୍ୟ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା