
ଘଟଗାଁ , ୧୬ ନଭେମ୍ବର(ହି.ସ.) – ସମାଜର ଦର୍ପଣ ଭାବେ ପରିଚିତ ସାମ୍ବାଦିକତାର ଦାୟିତ୍ୱବୋଧ, ନିରପେକ୍ଷତା ଓ ଗଣତନ୍ତ୍ରରେ ଗଣମାଧ୍ୟମର ଭୂମିକାକୁ ସ୍ମରଣ କରି ଘଟଗାଁରେ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଯାଇଛି।
ଘଟଗାଁ ସ୍ଥାନୀୟ ଡାକ ବଙ୍ଗଳା ପରିସରରେ ମା’ ତାରିଣୀ ପ୍ରେସ୍ କ୍ଲବ୍ ପକ୍ଷରୁ ଆୟୋଜିତ ଏହି ସଭାରେ କ୍ଲବ୍ର ସଭାପତି ପ୍ରଦୀପ ସା’ ଅଧ୍ୟକ୍ଷତା କରିଥିଲେ। କ୍ଲବ୍ର ସମ୍ପାଦକ ଭବାନୀ ମହାନ୍ତ ଯୋଗଦେଇ ପ୍ରେସ୍ ଦିବସର ମହତ୍ୱ ଉପରେ ଆଲୋକପାତ କରିବା ସହ ସାମ୍ବାଦିକତା କ୍ଷେତ୍ରରେ ସମସ୍ତଙ୍କ ମଧ୍ୟରେ ସମନ୍ୱୟ, ସହଯୋଗ ଓ ଏକତାର ଆବଶ୍ୟକତା ସମ୍ପର୍କରେ ମତ ରଖିଥିଲେ।
ଏହି ଅବସରରେ ବରିଷ୍ଠ ସଦସ୍ୟ ଆନନ୍ଦ ଚନ୍ଦ୍ର ସିଂହ, ସଞ୍ଜୟ କୁମାର ମିଶ୍ର, ଭୀମସେନ ବଳ, ମାନସ କୁମାର ପେରେଇ, ମନୋଜ ବିଶ୍ୱାଳ, ଦେବାଶିଷ ଭଞ୍ଜ, ତ୍ରିଲୋଚନ ପାତ୍ର, ଲକ୍ଷ୍ମୀକାନ୍ତ ତ୍ରିପାଠୀ ଓ ଅଜୟ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଦିବସର ମହତ୍ୱ ଉପରେ ନିଜ ନିଜର ମତାମତ ରଖିଥିଲେ।
ସତ୍ୟ, ନିରପେକ୍ଷତା ଓ ଜନସ୍ୱାର୍ଥକୁ ପ୍ରାଥମିକତା ଦେଇ ସାମ୍ବାଦିକତାର ଗାରିମା ଅକ୍ଷୁଣ୍ଣ ରଖିବାକୁ ଏହି ଦିବସ ଏକ ସାମୂହିକ ସଂକଳ୍ପର ବାର୍ତା ପ୍ରଦାନ କରିଥିଲା।
.......................................
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ