ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫିଲିପାଇନ୍ସ ଗସ୍ତ ଆଜିଠାରୁ ଆରମ୍ଭ
ନୂଆଦିଲ୍ଲୀ, ୧୬ ନଭେମ୍ବର (ହି.ସ.)। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫିଲିପାଇନ୍ସ ଗସ୍ତ ଆଜିଠାରୁ ଆରମ୍ଭ ହେଉଛି। ଫିଲିପାଇନ୍ସର ରାଷ୍ଟ୍ରପତି ଫର୍ଡିନାଣ୍ଡ ଆର୍. ମାର୍କୋସ୍ ଜୁନିୟରଙ୍କ ନିମନ୍ତ୍ରଣ କ୍ରମେ ସେ ନଭେମ୍ବର ୧୬ରୁ ୧୭ ତାରିଖ ପର୍ଯ୍ୟନ୍ତ ଫିଲିପାଇନ୍ସ ଗସ୍ତରେ ରହିବେ। ଏହି ଅବସରରେ ପ୍ରଧ
प्रधानमंत्री नरेन्द्र मोदी। फोटो - फाइल


ନୂଆଦିଲ୍ଲୀ, ୧୬ ନଭେମ୍ବର (ହି.ସ.)। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫିଲିପାଇନ୍ସ ଗସ୍ତ ଆଜିଠାରୁ ଆରମ୍ଭ ହେଉଛି। ଫିଲିପାଇନ୍ସର ରାଷ୍ଟ୍ରପତି ଫର୍ଡିନାଣ୍ଡ ଆର୍. ମାର୍କୋସ୍ ଜୁନିୟରଙ୍କ ନିମନ୍ତ୍ରଣ କ୍ରମେ ସେ ନଭେମ୍ବର ୧୬ରୁ ୧୭ ତାରିଖ ପର୍ଯ୍ୟନ୍ତ ଫିଲିପାଇନ୍ସ ଗସ୍ତରେ ରହିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନଭେମ୍ବର ୧୭ ତାରିଖରେ ୨୩ତମ ଆସିଆନ୍-ଭାରତ ଶିଖର ସମ୍ମିଳନୀ ଏବଂ ୨୧ତମ ପୂର୍ବ ଏସିଆ ଶିଖର ସମ୍ମିଳନୀ (ଇଏଏସ୍)ରେ ଯୋଗଦେବେ। ସରକାରୀ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି।

ବିଜ୍ଞପ୍ତି ଅନୁଯାୟୀ, ଭାରତ-ଆସିଆନ୍ ସମ୍ପର୍କ ଦେଶର ‘ଆକ୍ଟ ଇଷ୍ଟ’ ନୀତି ଏବଂ ହିନ୍ଦ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପ୍ରତି ଭାରତର ଦୃଷ୍ଟିକୋଣର ଏକ ପ୍ରମୁଖ ସ୍ତମ୍ଭ। ଏଭଳି ଏକ ସମୟରେ ଏହି ଗସ୍ତ ହେଉଛି, ଯେତେବେଳେ ଭାରତ ଓ ଆସିଆନ୍ ୨୦୨୬ ବର୍ଷକୁ ‘ଆସିଆନ୍-ଭାରତ ସାମୁଦ୍ରିକ ସହଯୋଗ ବର୍ଷ’ ଭାବେ ପାଳନ କରୁଛନ୍ତି। ୨୦୨୭ ମସିହାରେ ଭାରତ ଓ ଆସିଆନ୍ ମଧ୍ୟରେ ଆଲୋଚନା ସମ୍ପର୍କର ୩୫ ବର୍ଷ ଏବଂ ବ୍ୟାପକ ରଣନୈତିକ ଭାଗିଦାରୀର ପାଞ୍ଚ ବର୍ଷ ପୂରଣ ହେବ।

ଆସିଆନ୍-ଭାରତ ଶିଖର ସମ୍ମିଳନୀରେ ବ୍ୟାପକ ରଣନୈତିକ ଭାଗିଦାରୀର କାର୍ଯ୍ୟକାରିତାର ଅଗ୍ରଗତି ସମୀକ୍ଷା କରାଯିବ। ଏଥିରେ ଆସିଆନ୍-ଭାରତ କାର୍ଯ୍ୟଯୋଜନା ୨୦୨୬-୨୦୩୦ ମଧ୍ୟ ସାମିଲ ରହିଛି। ଏଥିସହିତ ଭବିଷ୍ୟତରେ ସହଯୋଗର ଦିଗ ନିର୍ଦ୍ଧାରଣ କରାଯିବ। ପୂର୍ବ ଏସିଆ ଶିଖର ସମ୍ମିଳନୀରେ ଆସିଆନ୍ ଏବଂ ଅନ୍ୟ ସହଭାଗୀ ଦେଶଗୁଡ଼ିକ ସହ ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମତ ବିନିମୟ କରିବାର ସୁଯୋଗ ମିଳିବ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande