ଫିଲିପାଇନ୍ସରେ ପହଂଚିଲେ ପ୍ରଧାନମନ୍ତ୍ରୀ ମୋଦୀ, ହେଲା ଭବ୍ୟ ସ୍ୱାଗତ
ମନିଲା, ୧୬ ନଭେମ୍ବର (ହି.ସ.)। ୨୩ତମ ଆସିଆନ୍-ଭାରତ ଶିଖର ସମ୍ମିଳନୀ ଏବଂ ୨୧ତମ ପୂର୍ବ ଏସିଆ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ତିନିଦିନିଆ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଫିଲିପାଇନ୍ସର ରାଜଧାନୀ ମନିଲାରେ ପହଂଚିଛନ୍ତି। ମନିଲା ଅନ୍ତର୍ଜାତୀୟ ବିମାନବନ୍ଦରରେ ଫିଲିପାଇନ୍ସର ସୂଚନା
ଫିଲିପାଇନ୍ସରେ ପହଂଚିଲେ ପ୍ରଧାନମନ୍ତ୍ରୀ ମୋଦୀ, ହେଲା ଭବ୍ୟ ସ୍ୱାଗତ


ମନିଲା, ୧୬ ନଭେମ୍ବର (ହି.ସ.)। ୨୩ତମ ଆସିଆନ୍-ଭାରତ ଶିଖର ସମ୍ମିଳନୀ ଏବଂ ୨୧ତମ ପୂର୍ବ ଏସିଆ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ତିନିଦିନିଆ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଫିଲିପାଇନ୍ସର ରାଜଧାନୀ ମନିଲାରେ ପହଂଚିଛନ୍ତି। ମନିଲା ଅନ୍ତର୍ଜାତୀୟ ବିମାନବନ୍ଦରରେ ଫିଲିପାଇନ୍ସର ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତି ବିଭାଗର ସଚିବ ରବର୍ଟ ଜୋସେଫ୍ ‘ଜୟ’ ମୋଂଟେସ୍ ଡି କ୍ଲାରୋ ତାଙ୍କୁ ସ୍ୱାଗତ କରିଥିଲେ। ଏହି ଅବସରରେ ଭାରତୀୟ ସମୁଦାୟର ଲୋକମାନେ ‘ବନ୍ଦେ ମାତରମ୍’ ସ୍ଲୋଗାନ ଦେଇ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ। ପିଲାମାନେ ସଂସ୍କୃତ ମନ୍ତ୍ର ଉଚ୍ଚାରଣ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରିଥିଲେ।

ବିମାନବନ୍ଦରରେ ପ୍ରଧାନମନ୍ତ୍ରୀଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା। ସେ ସେଠାରେ ଉପସ୍ଥିତ ଭାରତୀୟ ସମୁଦାୟର ଲୋକମାନଙ୍କୁ ଭେଟିବା ସହ ସେମାନଙ୍କ ଅଭିବାଦନ ଗ୍ରହଣ କରିଥିଲେ। ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ୍ ଏକ୍ସରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀଙ୍କ ମନିଲା ପହଂଚିବା ସମ୍ପର୍କରେ ସୂଚନା ଦେଇଥିଲେ। ସେ କହିଥିଲେ ଯେ, ଏହି ଗସ୍ତ ଭାରତର ଆକ୍ଟ ଇଷ୍ଟ ନୀତି ଏବଂ ହିନ୍ଦ-ପ୍ରଶାନ୍ତ ମହାସାଗରୀୟ ଦୃଷ୍ଟିକୋଣର ଏକ ପ୍ରମୁଖ ଆଧାର ଭାବେ ଆସିଆନ୍ ସହ ଭାରତର ସହଭାଗିତାକୁ ପୁନଃପୁଷ୍ଟି କରୁଛି।

ଫିଲିପାଇନ୍ସର ରାଷ୍ଟ୍ରପତି ଫର୍ଡିନାଣ୍ଡ ଆର.ମାର୍କୋସ୍ ଜୁନିୟରଙ୍କ ନିମନ୍ତ୍ରଣରେ ଏଠାରେ ପହଂଚିଥିବା ପ୍ରଧାନମନ୍ତ୍ରୀ ମୋଦୀ ୧୬ରୁ ୧୮ ନଭେମ୍ବର ପର୍ଯ୍ୟନ୍ତ ଫିଲିପାଇନ୍ସରେ ରହିବେ। ୧୭ ନଭେମ୍ବରରେ ହେବାକୁ ଥିବା ଉଭୟ ଶିଖର ସମ୍ମିଳନୀରେ ଭାରତ ଓ ଆସିଆନ୍ ଦେଶଗୁଡ଼ିକ ମଧ୍ୟରେ ବ୍ୟାପକ ରଣନୈତିକ ସହଭାଗିତାର ଅଗ୍ରଗତି ସମୀକ୍ଷା କରାଯିବ। ଏହା ସହିତ ଆଂଚଳିକ ଓ ବିଶ୍ୱସ୍ତରୀୟ ପ୍ରସଙ୍ଗଗୁଡ଼ିକ ଉପରେ ମଧ୍ୟ ଆଲୋଚନା ହେବ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande