ବାୟୋଗ୍ୟାସ୍ ପ୍ରଯୁକ୍ତିର ଅଗ୍ରଣୀ ବୈଜ୍ଞାନିକ ରାମ ବକ୍ସ ସିଂହଙ୍କ ସମ୍ମାନରେ ଜାରି ହେଲା ଡାକ ଟିକଟ
ନୂଆଦିଲ୍ଲୀ, ୧୬ ନଭେମ୍ବର (ହି.ସ.)- ବାୟୋଗ୍ୟାସ୍ ପ୍ରଯୁକ୍ତି ଏବଂ ଅକ୍ଷୟ ଶକ୍ତି କ୍ଷେତ୍ରରେ ଅଗ୍ରଣୀ ଅବଦାନ ରଖିଥିବା ବୈଜ୍ଞାନିକ ରାମ ବକ୍ସ ସିଂହ (୧୯୨୫-୨୦୧୬)ଙ୍କ ସମ୍ମାନରେ ଡାକ ବିଭାଗ ପକ୍ଷରୁ ଏକ ସ୍ମାରକୀ ଡାକ ଟିକଟ ଜାରି କରାଯାଇଛି। ନଭେମ୍ବର ୧୩ ତାରିଖରେ ନୂଆଦିଲ୍ଲୀଠାରେ ଆୟୋଜିତ ଏକ କାର୍ଯ
केंद्रीय सामाजिक न्याय एवं अधिकारिता राज्य मंत्री रामदास आठवले ने नई दिल्ली में बायोगैस तकनीक के अग्रणी वैज्ञानिक राम बक्स सिंह के सम्मान में स्मारक डाक टिकट जारी क


केंद्रीय सामाजिक न्याय एवं अधिकारिता राज्य मंत्री रामदास आठवले ने नई दिल्ली में बायोगैस तकनीक के अग्रणी वैज्ञानिक राम बक्स सिंह के सम्मान में स्मारक डाक टिकट जारी क


ନୂଆଦିଲ୍ଲୀ, ୧୬ ନଭେମ୍ବର (ହି.ସ.)- ବାୟୋଗ୍ୟାସ୍ ପ୍ରଯୁକ୍ତି ଏବଂ ଅକ୍ଷୟ ଶକ୍ତି କ୍ଷେତ୍ରରେ ଅଗ୍ରଣୀ ଅବଦାନ ରଖିଥିବା ବୈଜ୍ଞାନିକ ରାମ ବକ୍ସ ସିଂହ (୧୯୨୫-୨୦୧୬)ଙ୍କ ସମ୍ମାନରେ ଡାକ ବିଭାଗ ପକ୍ଷରୁ ଏକ ସ୍ମାରକୀ ଡାକ ଟିକଟ ଜାରି କରାଯାଇଛି। ନଭେମ୍ବର ୧୩ ତାରିଖରେ ନୂଆଦିଲ୍ଲୀଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଡାକ ଟିକଟ ଜାରି କରାଯାଇଥିଲା।

କେନ୍ଦ୍ରୀୟ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଆଠୱଲେ ଏବଂ ଦିଲ୍ଲୀ ସର୍କଲର ମୁଖ୍ୟ ପୋଷ୍ଟମାଷ୍ଟର ଜେନେରାଲ କର୍ଣ୍ଣେଲ ଅଖିଳେଶ କୁମାର ପାଣ୍ଡେୟ ମନ୍ତ୍ରୀଙ୍କ ବାସଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମିଳିତ ଭାବେ ଏହି ଡାକ ଟିକଟ ଜାରି କରିଥିଲେ। ଏହି ଅବସରରେ ଅନ୍ୟ ବରିଷ୍ଠ ଗଣ୍ୟମାନ୍ୟ ବ୍ୟକ୍ତିମାନେ ମଧ୍ୟ ଉପସ୍ଥିତ ଥିଲେ।

ରାମ ବକ୍ସ ସିଂହ ବିଶେଷ କରି ଗ୍ରାମୀଣ ସମୁଦାୟ ପାଇଁ ସ୍ଥାୟୀ ଶକ୍ତି ସମାଧାନ ଭାବେ ବାୟୋଗ୍ୟାସ୍ ପ୍ରଯୁକ୍ତିର ବିକାଶ ଓ ପ୍ରସାରରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥିଲେ। ୧୯୫୭ ମସିହାରେ ଉତରପ୍ରଦେଶର ସୀତାପୁରଠାରେ ଦେଶର ପ୍ରାରମ୍ଭିକ ସଫଳ ଗୋବର ଗ୍ୟାସ୍ ପ୍ଲାଂଟ ମଧ୍ୟରୁ ଗୋଟିଏର ଉଦଘାଟନ କରିଥିଲେ। ଏହାପରେ ସେ ଉତରପ୍ରଦେଶର ଅଜିତମଲଠାରେ ଏସିଆର ପ୍ରଥମ ଗୋବର ଗ୍ୟାସ୍ ଗବେଷଣା କେନ୍ଦ୍ରରେ ୧୬ ବର୍ଷ ଧରି ଦାୟିତ୍ୱରେ ଥିବା ଅଧିକାରୀ ଭାବେ କାର୍ଯ୍ୟ କରିଥିଲେ। ଏହାବ୍ୟତୀତ ସେ ୧୫ରୁ ଅଧିକ ଦେଶରେ ଅକ୍ଷୟ ଶକ୍ତି ସମ୍ବନ୍ଧୀୟ ପଦକ୍ଷେପରେ ମଧ୍ୟ ଅବଦାନ ରଖିଥିଲେ।

ତାଙ୍କ କାର୍ଯ୍ୟକୁ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ସ୍ୱୀକୃତି ମିଳିଥିଲା। ୧୯୭୫ ମସିହାର ଆମେରିକା ସିନେଟ୍ ରିପୋର୍ଟ ଏବଂ ‘ମଦର ଆର୍ଥ ନ୍ୟୁଜ୍’ ଭଳି ପ୍ରକାଶନରେ ତାଙ୍କ କାର୍ଯ୍ୟ ସମ୍ପର୍କରେ ଉଲ୍ଲେଖ କରାଯାଇଥିଲା। ସେ ବାୟୋଗ୍ୟାସ୍ ପ୍ରଯୁକ୍ତି ଉପରେ ଅନେକ ପୁସ୍ତକ ମଧ୍ୟ ରଚନା କରିଥିଲେ। ତାଙ୍କ ରଚିତ ପୁସ୍ତକ ‘ବାୟୋଗ୍ୟାସ୍ ପ୍ଲାଂଟ: ଜେନେରେଟିଂ ମିଥେନ୍ ଫ୍ରମ୍ ଅର୍ଗାନିକ୍ ୱେଷ୍ଟସ୍’ ଆମେରିକାର ଲାଇବ୍ରେରି ଅଫ୍ କଂଗ୍ରେସର ତାଲିକାରେ ସ୍ଥାନ ପାଇଛି।

ତାଙ୍କର ଗବେଷଣା ପତ୍ର ଏବଂ ବୃତିଗତ ଅଭିଲେଖଗୁଡ଼ିକୁ ସେପ୍େଟମ୍ବର ୨୦୨୩ରେ ଜାତୀୟ ଅଭିଲେଖାଗାର ନିଜ ସଂଗ୍ରହରେ ସାମିଲ କରିଥିଲା। ଏହି ଦସ୍ତାବିଜଗୁଡ଼ିକୁ ‘ଅଭିଲେଖ ପଟଳ’ ପୋର୍ଟାଲ ମାଧ୍ୟମରେ ଡିଜିଟାଲ୍ ରୂପ ଦିଆଯାଇଛି। ତାଙ୍କ ଅବଦାନକୁ ଜାତୀୟ ଶିକ୍ଷାଗତ ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନସିଇଆରଟି)ର ପାଠ୍ୟପୁସ୍ତକରେ ମଧ୍ୟ ସ୍ଥାନ ଦିଆଯାଇଛି।

ଡାକ ବିଭାଗ ଅନୁଯାୟୀ, ଏହି ସ୍ମାରକୀ ଡାକ ଟିକଟ ମାଧ୍ୟମରେ ରାମ ବକ୍ସ ସିଂହଙ୍କ ବୈଜ୍ଞାନିକ ଗବେଷଣା, ଅକ୍ଷୟ ଶକ୍ତି ଏବଂ ଗ୍ରାମୀଣ ବିକାଶ କ୍ଷେତ୍ରରେ ରହିଥିବା ଅବଦାନକୁ ସମ୍ମାନିତ କରାଯାଇଛି।

-------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande