ଭଏସ ଅଫ ମିଡ଼ିଆ ପକ୍ଷରୁ ୬୦ ତମ ଜାତୀୟ ସାମ୍ବାଦିକ ଦିବସ ପାଳିତ
Press Day Celebration By Voice of Media in Phulbani
ଭଏସ ଅଫ ମିଡ଼ିଆ ପକ୍ଷରୁ ୬୦ ତମ ଜାତୀୟ ସାମ୍ବାଦିକ ଦିବସ ପାଳିତ


କନ୍ଧମାଳ, ୧୬ ନଭେମ୍ବର(ହି.ସ.) – ସ୍ଥାନୀୟ ଜିଲ୍ଲା ପ୍ରେସ କ୍ଳବ ଠାରେ ଭଏସ ଅଫ ମିଡ଼ିଆ କନ୍ଧମାଳ ଶାଖା ପକ୍ଷରୁ ୬୦ ତମ ଜାତୀୟ ପ୍ରେସ୍ ଦିବସ ମହା ସମାରୋହରେ ସଙ୍ଘ ସଭାପତି ଶିବାନନ୍ଦ ପଟ୍ଟନାୟକଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରାରମ୍ଭରେ ସଙ୍ଘ ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ ଅତିଥି ମାନଙ୍କୁ ମଂଚକୁ ନିମନ୍ତ୍ରଣ କରିଥିଲେ। ମୁଖ୍ୟ ଅତିଥି ଭାବେ ସୁନୀଲ ବିଶ୍ୱାଳ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ଭଏସ ଅଫ ମିଡ଼ିଆର ଷ୍ଟେଟ ଭାଇସ ପ୍ରେସିଡେଣ୍ଟ ବିଭି ଶଙ୍କର ଯୋଗ ଦେଇ ଆଜିର ଦିନକୁ ଆମେ କାହିଁକି ପାଳନ କରୁଛେ ସେ ବିଷୟରେ ବକ୍ତବ୍ୟ ରଖିଥିଲେ କ୍ଷ ଆହୁରି ମଧ୍ୟ କହିଥିଲେ ଯେ ୧୯୬୬ ମସିହା ନଭେମ୍ବର ୧୬ ତାରିଖ ରେ ଭାରତୀୟ ପ୍ରେସ୍ ପରିଷଦ କାର୍ଯ୍ୟ ଆରମ୍ଭ କରିଥିଲା। ଏ ବର୍ଷର ବିଷୟ ବସ୍ତୁ ଥିଲା ସାମ୍ବାଦିକତା: ଲୋକପ୍ରିୟ ନା ଦାୟିତ୍ୱବାନ'। ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ବ୍ରଜ ବିହାରୀ ନନ୍ଦ ଯୋଗ ଦେଇ ସାମ୍ବାଦିକତା ର ବର୍ତମାନ ସ୍ଥିତି ଉପରେ ଆଲୋଚନା କରିଥିଲେ। ଏଥି ସହିତ ଆଜି ର ସୋସିଆଲ୍ ମିଡିଆ ଯୁଗରେ ମିଛ ଖବର ବଢୁଛି। ଏଭଳି ସମୟ ରେ ସତ୍ୟ, ନିର୍ଭୀକ ଓ ଦାୟିତ୍ୱବାନ ସାମ୍ବାଦିକତା ହିଁ ଗଣତନ୍ତ୍ର କୁ ବଂଚାଇ ରଖିବ ବୋଲି କହିଥିଲେ କ୍ଷ ପ୍ରଶାନ୍ତ କୁମାର ବେହେରା, ଓ ଅଶୋକ କୁମାର ପରିଡା ପ୍ରମୁଖ ଯୋଗ ଦେଇ କହିଥିଲେ ଯେ ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ। ସମାଜର ଅନ୍ୟାୟ, ଅନୀତି, ଦୁର୍ନୀତି ଓ ଅବ୍ୟବସ୍ଥାକୁ ଲୋକଲୋଚନକୁ ଆଣିବା ସହ ସାଧାରଣ ଲୋକଙ୍କ ସମସ୍ୟାକୁ ସରକାରଙ୍କ ନିକଟରେ ପହଂଚାଇବା ସାମ୍ବାଦିକଙ୍କ ମୁଖ୍ୟ ଦାୟିତ୍ୱ। କିନ୍ତୁ ଆଜିର ସମୟରେ ସାମ୍ବାଦିକତା ଅନେକ ଆହ୍ୱାନର ସମ୍ମୁଖୀନ। ସତ୍ୟ ଖବର ପ୍ରକାଶ କଲେ ସାମ୍ବାଦିକମାନେ ଧମକ, ଆକ୍ରମଣ ଓ ଚାପର ଶିକାର ହେଉଛନ୍ତି। ଅନେକ ସାମ୍ବାଦିକ ଆର୍ôଥକ ଅନିଶ୍ଚିତତା ମଧ୍ୟରେ କାର୍ଯ୍ୟ କରୁଛନ୍ତି। ନିୟମିତ ଦରମା, ସାମାଜିକ ସୁରକ୍ଷା, ପେନସନ୍ ଓ ସାମ୍ବାଦିକ ସୁରକ୍ଷା ଆଜିର ମୁଖ୍ୟ ଦାବି ପାଇଁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ବିଶ୍ୱାଳ କହିଥିଲେ, ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ଭ ଭାବେ ସାମ୍ବାଦିକ ମାନଙ୍କୁ ଲୋକଙ୍କ ସ୍ୱର ହୋଇ କାମ କରିବାକୁ ପଡିବ। କନ୍ଧମାଳ ଜିଲ୍ଲା ର ବିକାଶ, ଶିକ୍ଷା ଓ ଜନ ସମସ୍ୟା କୁ ସରକାର ଙ୍କ ପାଖ ରେ ପହଂଚାଇବା ରେ ସ୍ଥାନୀୟ ସାମ୍ବାଦିକମାନଙ୍କ ଭୂମିକା କୁ ସେ ପ୍ରଶଂସା କରିଥିଲେ। ସଭାପତି ଶ୍ରୀ ପଟ୍ଟନାୟକ ଜିଲ୍ଲାର ସମସ୍ତ ସାମ୍ବାଦିକ ଙ୍କୁ ଶୁଭେଚ୍ଛା ଜଣାଇ କାର୍ଯ୍ୟକ୍ରମ ଶେଷ କରିଥିଲେ। ଏହି ଅବସର ରେ ଜିଲ୍ଲା ର ବହୁ ବରିଷ୍ଠ ଓ କନିଷ୍ଠ ସାମ୍ବାଦିକ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande