
କେନ୍ଦୁଝର, ୧୬ ନଭେମ୍ବର(ହି.ସ.) – ଘଟଗାଁ ବ୍ଲକ ଅନ୍ତର୍ଗତ ମନୋହରପୁର ପଂଚାୟତ ଡାଙ୍ଗୁଆପଶି ଆଶ୍ରମ ବିଦ୍ୟାଳୟ ରେ ରବିବାର ପିଏପି ବା ଅଭିଭାବକ ଅଂଶିଦାର ବୈଠକ ପ୍ରଧାନ ଶିକ୍ଷକ ନିର୍ମଳ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଂଚ ଦୁଃଶାସନ ନାୟକ, ମୁଖ୍ୟବକ୍ତା ଭାବେ କଟରା ବେଡା ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ହୃଷୀକେଶ ପଲେଇ ଯୋଗ ଦେଇ ଛାତ୍ର ଛାତ୍ରୀ ଓ ସେମାନଙ୍କ ଅଭିଭାବକ ସହ ଶିକ୍ଷକ ମାନଙ୍କ ର ସମନ୍ୱୟ ପିଲାମାନଙ୍କୁ ସଫଳତା ରାସ୍ତା ଦେଖାଇବା ସହଜ ହେବ ବୋଲି ମତ ରଖିବା ସହ ଜନଜାତି ଛାତ୍ର ଛାତ୍ରୀ ମାନଙ୍କୁ ପ୍ରାଥମିକ ଶିକ୍ଷା, ଉଚ୍ଚ ଶିକ୍ଷା ଆଦି ପାଇଁ ମିଳୁଥିବା ସୁବିଧା ସୁଯୋଗ ଓ ସହାୟତା ସମ୍ପର୍କ ରେ ମାର୍ଗ ଦର୍ଶନ ଦେଇଥିଲେ। ସହକାରୀ ଶିକ୍ଷକ ଶାନ୍ତନୁ କୁମାର ସେଠୀ, ମଧୁସ୍ମିତା ସ୍ୱାଇଁ ଓ ସ୍ୱାତୀ ସୁମନ ମଲ୍ଲିକ ଛାତ୍ର ଛାତ୍ରୀ ଓ ଅଭିଭାବକଙ୍କୁ ନେଇ ରଙ୍ଗୋଲି ପ୍ରତିଯୋଗିତା ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ଭଗବାନ ବିର୍ସା ମୁଣ୍ଡା ଜୟନ୍ତୀ ପାଳନ ସହ ତାଙ୍କପ୍ରତି ଶ୍ରଦ୍ଧା ସୁମନ ଅର୍ପଣ ସହ ସ୍ମୃତିଚାରଣ କରାଯାଇଥିଲା। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA