
ନୂଆଦିଲ୍ଲୀ, ୧୬ ନଭେମ୍ବର (ହି.ସ.)- ପାର୍ବଣ ଋତୁରେ ଯାତ୍ରୀଙ୍କ ଅତିରିକ୍ତ ଭିଡ଼କୁ ଦୃଷ୍ଟିରେ ରଖି ଉତର ରେଳବାଇ ପକ୍ଷରୁ ସହରସା ଓ ଅମୃତସର ମଧ୍ୟରେ ଏକ ଅଣସଂରକ୍ଷିତ ପୂଜା ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବାକୁ ନିଷ୍ପତି ନିଆଯାଇଛି।
ଉତର ରେଳବାଇ ଅନୁଯାୟୀ, ୦୫୫୧୭/୦୫୫୧୮ ସହରସା-ଅମୃତସର-ସହରସା ଅଣସଂରକ୍ଷିତ ପୂଜା ସ୍ୱତନ୍ତ୍ର ଟ୍ରେନ୍ ଉଭୟ ଦିଗରେ ଗୋଟିଏ ଲେଖାଏଁ ଯାତ୍ରା କରିବ।
ଟ୍ରେନ୍ ନମ୍ବର ୦୫୫୧୭ ସହରସା-ଅମୃତସର ଅଣସଂରକ୍ଷିତ ସ୍ୱତନ୍ତ୍ର ଟ୍ରେନ୍ ନଭେମ୍ବର ୧୮ ତାରିଖ ଅପରାହ୍ନ ୧ଟା ୩୫ ମିନିଟ୍ରେ ସହରସାରୁ ଛାଡ଼ି ପରଦିନ ରାତି ୧୦ଟା ୦୫ ମିନିଟ୍ରେ ଅମୃତସରରେ ପହଂଚିବ। ଫେରିବା ସମୟରେ ଟ୍ରେନ୍ ନମ୍ବର ୦୫୫୧୮ ଅମୃତସର-ସହରସା ଅଣସଂରକ୍ଷିତ ସ୍ୱତନ୍ତ୍ର ଟ୍ରେନ୍ ନଭେମ୍ବର ୨୦ ତାରିଖ ସକାଳ ୪ଟାରେ ଅମୃତସରରୁ ଛାଡ଼ି ପରଦିନ ସକାଳ ୧୧ଟା ୨୦ ମିନିଟ୍ରେ ସହରସାରେ ପହଂଚିବ।
ଏହି ସ୍ୱତନ୍ତ୍ର ଟ୍ରେନ୍ ଉଭୟ ଦିଗରେ ସିମରୀ ବଖତିଆରପୁର, ମାନସୀ, ଖଗଡ଼ିଆ, ବେଗୁସରାୟ, ବରୌଣୀ, ଦଲସିଂହସରାୟ, ସମସ୍ତିପୁର, ମୁଜାଫରପୁର, ହାଜିପୁର, ସୋନପୁର, ଛପରା, ସିୱାନ, ଦେଓରିଆ ସଦର, ଗୋରଖପୁର, ଲକ୍ଷ୍ନୌ, ହରଦୋଇ, ବରେଲି, ମୁରାଦାବାଦ, ହାପୁଡ଼, ଦିଲ୍ଲୀ ଜଙ୍କସନ, ଅମ୍ବାଲା କ୍ୟାଣ୍ଟ, ଲୁଧିଆନା, ଫଗୱାଡ଼ା, ଜଳନ୍ଧର ସିଟି ଏବଂ ବ୍ୟାସ ଷ୍ଟେସନରେ ରହଣି କରିବ।
ରେଳବାଇ ପକ୍ଷରୁ ଯାତ୍ରୀମାନଙ୍କୁ ଟ୍ରେନ୍ର ସମୟ ଏବଂ ଅନ୍ୟାନ୍ୟ ସୂଚନା ପାଇଁ ନ୍ୟାସନାଲ୍ ଟ୍ରେନ୍ ଇନକ୍ୱାରୀ ସିଷ୍ଟମ୍ (ଏନଟିଇଏସ୍) ୱେବସାଇଟ୍ ଦେଖିବାକୁ କିମ୍ବା ରେଳବାଇ ହେଲ୍ପଲାଇନ୍ ନମ୍ବର ୧୩୯ରେ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି।
--------------
ହିନ୍ଦୁସ୍ଥାନ ସମାଚାର / ଗଗନ