ସମବାୟ କର୍ମଚାରୀଙ୍କ ଅକାଳ ବିୟୋଗ
ଭଦ୍ରକ, ୧୬ ନଭେମ୍ବର (ହି.ସ.) - ଚଣ୍ଡୀଗାଁ ସମିତି ର ଡିଇଓ ଚିନ୍ମୟ ନାୟକ ହଠାତ ଅସୁସ୍ଥ ହୋଇ ମୃତ୍ୟୁ ବରଣ କରିଥିଲେ । ଆଜି ଅପରାହ୍ନ ରେ ଭଦ୍ରକ ୟୁନିୟନ ସମ୍ପାଦକ ଭରତ ପାତ୍ର ଙ୍କ ଅଧ୍ୟକ୍ଷତରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଯେଉଁଥିରେ ଭଦ୍ରକ ଶାଖା ପରିଚାଳକ ସଂଜୟ ମହାନ୍ତି , ଚଣ୍ଡୀଗାଁ ସେବା
SAMABAYA KARMACHARI AKALA BIYOG


ଭଦ୍ରକ, ୧୬ ନଭେମ୍ବର (ହି.ସ.) - ଚଣ୍ଡୀଗାଁ ସମିତି ର ଡିଇଓ ଚିନ୍ମୟ ନାୟକ ହଠାତ ଅସୁସ୍ଥ ହୋଇ ମୃତ୍ୟୁ ବରଣ କରିଥିଲେ । ଆଜି ଅପରାହ୍ନ ରେ ଭଦ୍ରକ ୟୁନିୟନ ସମ୍ପାଦକ ଭରତ ପାତ୍ର ଙ୍କ ଅଧ୍ୟକ୍ଷତରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଯେଉଁଥିରେ ଭଦ୍ରକ ଶାଖା ପରିଚାଳକ ସଂଜୟ ମହାନ୍ତି , ଚଣ୍ଡୀଗାଁ ସେବା ସମବାୟ ସମିତି ର ସଭାପତି ବିକାଶ ମହାନ୍ତି,ସମସ୍ତ ବ୍ୟାଙ୍କ କର୍ମଚାରୀ ତଥା ଭଦ୍ରକ ବ୍ଲକ ର ସମସ୍ତ ସମିତି ସମ୍ପାଦକ, ଡିଇଓ ମାନେ ଉପସ୍ଥିତ ରହି ଶୋକ ପ୍ରକାଶ କରିଥିଲେ । ଶେଷରେ ରାହାଞ୍ଜ ସମବାୟ ସମିତିର ସମ୍ପାଦକ ଅନିରୁଦ୍ଧ ଧିନ୍ଦା ଶେଷ ଶୋକ ସମ୍ଭାଷଣ ସହିତ ଶୋକସଭା ସାଙ୍ଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ


 rajesh pande