ଜୟପୁର ନିର୍ବାଚନ ମଣ୍ଡଳିରେ ସମ୍ପୂର୍ଣ ମଦ ବନ୍ଦ ଦାବିରେ ହଜାର ହଜାର ମହିଳାଙ୍କ ଶୋଭାଯାତ୍ରା, ଧାରଣା
ଜୟପୁର, ୧୬ ନଭେମ୍ବର (ହି.ସ.)- କୋରାପୁଟ ଜିଲା ଜୟପୁର ନିର୍ବାଚନ ମଣ୍ଡଳିରେ ସମ୍ପୂର୍ଣ ମଦ ବନ୍ଦ ଦାବି ହୋଇଛି । ଏନେଇ ହଜାର ହଜାର ମହିଳା ସାମିଲ ହୋଇ ମଦ ସମ୍ପୁଣ୍ଣ ବନ୍ଦ କରିବାକୁ ଦାବି କରିଛି । ଏନେଇ ଆଜି ଜୟପୁର ରାଜା ନହର ଠାରୁ ହଜାର ହଜାର ମହିଳା ଏହି ଅଭିଯାନରେ ସାମିଲ ହୋଇଥିଲେ । ଏହି ଶୋଭା
ଜୟପୁର ନିବାଚନ ମଣ୍ଡଳିରେ  ସମ୍ପୁଣ୍ଣ ମଦ ବନ୍ଦ ଦାବି  ହଜାର ହଜାର ମହିଳା ଙ୍କ   ଶୋଭାଯାତ୍ରା. ଧାରଣା


ଜୟପୁର ନିବାଚନ ମଣ୍ଡଳିରେ  ସମ୍ପୁଣ୍ଣ ମଦ ବନ୍ଦ ଦାବି  ହଜାର ହଜାର ମହିଳା ଙ୍କ   ଶୋଭାଯାତ୍ରା. ଧାରଣା


ଜୟପୁର, ୧୬ ନଭେମ୍ବର (ହି.ସ.)-

କୋରାପୁଟ ଜିଲା ଜୟପୁର ନିର୍ବାଚନ ମଣ୍ଡଳିରେ ସମ୍ପୂର୍ଣ ମଦ ବନ୍ଦ ଦାବି ହୋଇଛି । ଏନେଇ ହଜାର ହଜାର ମହିଳା ସାମିଲ ହୋଇ ମଦ ସମ୍ପୁଣ୍ଣ ବନ୍ଦ କରିବାକୁ ଦାବି କରିଛି । ଏନେଇ ଆଜି ଜୟପୁର ରାଜା ନହର ଠାରୁ ହଜାର ହଜାର ମହିଳା ଏହି ଅଭିଯାନରେ ସାମିଲ ହୋଇଥିଲେ । ଏହି ଶୋଭାଯାତ୍ରା ମୁଖ୍ୟ ରାସ୍ତା ଦେଇ ଜୟପୁର ଉପ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଥିଲା । ଏନେଇ ଆଜି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜୟପୁର ଉପ ଜିଲାପାଳ ସୁଭ୍ରା ପଣ୍ଡାଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି । ଜୟପୁର ବ୍ଲକ କଂଗ୍ରେସର ଆହ୍ୱାନରେ ବିଧାୟକ ତାରା ପ୍ରସାଦ ବାହିନିପତିଙ୍କ ନେତ୍ୱରେ ସମ୍ପୁଣ୍ଣ ମଦ ମୁକ୍ତ ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନରେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷା ବାହିନିପତି ଯୋଗଦେଇ ମଦ ମୁକ୍ତ ଅଭିଯାନକୁ ଜୋରଜାର କରିବାକୁ ପରାମର୍ଶ ଦେଇଥିଲେ । ଜୟପୁର ନିର୍ବାଚନ ମଣ୍ଡଳିରେ ସମ୍ପୁଣ୍ଣ ମଦ ବନ୍ଦ ଦାବିରେ ସେଠାରେ ହଜାର ହଜାର ମହିଳାଙ୍କ ସହ ବିଧାୟକ ବାହିନିପତି, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷି ବାହିନିପତି, ଜିଲା କଂଗ୍ରେସ ସଭାପତି ରୁପକ ତୁରୁକ, ପୂର୍ବତନ ବିଧାୟକ ନିମାଇ ସରକାର, ବ୍ଲକ କଂଗ୍ରେସ ସଭାପତି ବସନ୍ତ ନାୟକ ପ୍ରମୁଖ ବସିଥିଲେ ।

ମଦ ମୁକ୍ତ ଅଭିଯାନ ଶୋଭାଯାତ୍ରାରେ ପାହାଡିଆ ମାଟିରେ ଗୋଟିଏ ଡାକ ନିଶାମୁକ୍ତ କୋରାପୁଟ ଜିଲା ଆମର ହକ୍, ନାରୀ ଏକତା ଜିନ୍ଦାବାଦ, ଦେଶୀ ମଦ ହେଉ କି ବାହାରି ମଦ, ବିଦେଶୀ ମଦ ହେଉକି ଚୋରା ମଦ, କୋରାପୁଟ ଜିଲାରେ ମଦ ବନ୍ଦ ହେଉ, ମାଆର ମମତା, ଭଉଣୀର ସମ୍ମାନ ମଦମୁକ୍ତ ସମାଜ ଆମର ଅଭିଯାନ, ମଦ କାରବାର ହଟେଇ ଦିଅ ଆମ ଗାଁ ଓ ସହରକୁ ବଞ୍ଚେଇ ଦିଅ, ମଦରେ ଭାଙ୍ଗୁଛି ଘର ସଂସାର ମଦ ବନ୍ଦ କର ହେ ଓଡିଶା ସରକାର, ମଦ ଲାଗି ଯାଉଛି ଜୀବନ । ଏ ମଦକୁ କର ବାଏ ବାଏ ବୋଲି ମହିଳା ମାନେ ସ୍ଲୋଗାନ ଦେଇଥିଲେ । ଏନେଇ ଆଜି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜୟପୁର ଉପ ଜିଲାପାଳ ସୁଭ୍ରା ପଣ୍ଡାଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି । ମଦ୍ୟପାନ ଯୋଗୁଁ ଅନେକ ପରିବାର ଆର୍ଥିକ ଅନାଟନ, ପାରିବାରିକ ଆଶାନ୍ତି, ଘରୋଇ ହିଂସା ଓ ସ୍ୱାସ୍ଥ୍ୟଗତ ସମସ୍ୟା, ଦେଖା ଦେଉଛି । ଏହାର ସବୁଠାରୁ ଅଧିକ କୁ-ପ୍ରଭାବ ମହିଳା, ଶିଶୁ ଓ ଅସହାୟ ପରିବାର ସଦସ୍ୟଙ୍କ ଉପରେ ପଡୁଛି । ଯୁବ ପିଢି ମଧ୍ୟ ନିଶାର କୁପ୍ରଭାବରେ ପ୍ରଭାବିତ ହୋଇ ନିଜ ଭବିଷ୍ୟତ ଓ ଜୀବନର ମୂଲ୍ୟବାନ ସମୟ ନଷ୍ଟ କରୁଛନ୍ତି । ଏହି ପରିସ୍ଥିତିରେ ମଦମୁକ୍ତ ଜୟପୁର ନିର୍ବାଚନ ମଣ୍ଡଳି ଗଠନ କରିବା ସମସ୍ତଙ୍କର ସାମୁହିକ ଦାୟିତ୍ୱ ଓ ସମୟର ଆହ୍ୱାନ । ଏହା କେବଳ ଏକ ରାଜନୈତିକ ଦାବି ନୁହେଁ ବରଂ ଏହା ହଜାର ହଜାର ମାଆ, ଉଭଣୀ ଓ ସାଧାରଣ ପରିବାରର ନ୍ୟାୟସଙ୍ଗତ ସାମାଜିକ ଆକାଂକ୍ଷା । ଏନେଇ ୮ ଦଫା ଦାବି ପତ୍ର ପ୍ରଦାନ କରାଯାଇଛି ।

ଉକ୍ତ ଦାବି ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଜୟପୁର ବିଧାନସଭା ନିର୍ବାଚନ ମଣ୍ଡଳିକୁ ସମ୍ପୂର୍ଣ ମଦମୁକ୍ତ କରିବା ପାଇଁ ସରକାରଙ୍କ ପକ୍ଷରୁ ଏକ ସ୍ପଷ୍ଟ ନୀତି ଓ ସମୟସୀମା ଭିତ୍ତିକ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯାଉ, ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ସମସ୍ତ ସରକାରୀ ଓ ଘରୋଇ ଦେଶୀ ଏବଂ ବିଦେଶୀ ମଦ ଦୋକାନ ଗୁଡିକୁ ବନ୍ଦ କରିବା ପାଇଁ ଆବଶ୍ୟକୀୟ ଆଇନଗତ ଓ ପ୍ରଶାସନିକ ପଦକ୍ଷେପ ଗ୍ରହଣ କରାଯାଉ, ଗ୍ରାମାଞ୍ଚଳରେ ବିକ୍ରୟ ହେଉଥିବା ବିହାରୀ ମଦ ନାମରେ ପରିଚିତ ମଦ ସମେତ, ସମସ୍ତ ପ୍ରକାରର ଚୋରା ଓ ବେଆଇନ ମଦର ଉତ୍ପାଦନ ପରିବହନ, ଗଛିତକରଣ ଓ ବିକ୍ରୟ ଉପରେ ସମ୍ପୂର୍ଣ ରୋକ ଲଗାଯାଉ, ଅବୈଧ ମଦ କାରବାର ସମ୍ପୃକ୍ତ ବ୍ୟକ୍ତି ଓ ଚୋରା ମଦ ବ୍ୟବସାୟୀଙ୍କ ବିରୋଧରେ ନିୟମ ଅନୁଯାୟୀ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ, ପତ୍ୟେକ ବ୍ଲକ ପଞ୍ଚାୟତ ଗ୍ରାମ ସ୍ତରରେ ମଦ ବିରୋଧୀ ଜନ ଜାଗରଣ କାର୍ଯ୍ୟକ୍ରମ ଆୟୋଜନ କରାଯାଉ, ଏଥିରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀ, ଯୁବକ ସଂଘ ଓ ସାମାଜିକ ସଂଗଠନ ଗୁଡିକୁ ସାମିଲ କରାଯାଉ, ମଦ୍ୟପାନ ଯୋଗୁଁ ପ୍ରଭାବିତ ପରିବାର ଓ ବ୍ୟକ୍ତି ମାନଙ୍କ ପାଇଁ ନିଶାମୁକ୍ତି କେନ୍ଦ୍ର, ପରାମର୍ଶ ସେବା ଓ ଆବଶ୍ୟକୀୟ ଚିକିତ୍ସା ସୁବିଧା ଉପଲବ୍ଧ କରାଯାଉ, ମଦ ବ୍ୟବସାୟ ଉପରେ ନିର୍ଭରଶୀଳ ଲୋକଙ୍କ ପାଇଁ ବିକଳ୍ପ ଜୀବିକା ଓ ରୋଜଗାରର ସୁଯୋଗ ସୃଷ୍ଟି କରାଯାଉ, ମଦ ସମ୍ବନ୍ଧୀୟ ଅଭିଯୋଗ ଗୁଡିକର ତ୍ୱରତ ସମାଧାନ ନିମନ୍ତେ ଏକ ସ୍ୱତନ୍ତ୍ର ଅଭିଯୋଗ ଓ ତଦାରଖ ବ୍ୟବସ୍ଥା ଗଠନ କରାଯାଉ ଆଦି ଦାବି ରହିଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande