୧୪ ବର୍ଷ ପରେ ଅଲଗା ହେବାକୁ ନିଷ୍ପତି ନେଲେ ତାମିଲନାଡୁର ମନ୍ତ୍ରୀ ଆଧବ ଅର୍ଜୁନ ଓ ପତ୍ନୀ ଡେଜି ମାର୍ଟିନ
ଇନଷ୍ଟାଗ୍ରାମରେ ବିବୃତି ଜାରି କରି ସୂଚନା ଦେଲେ ଡେଜି, ପାରସ୍ପରିକ ସହମତିରେ ବୈବାହିକ ସମ୍ପର୍କ ଶେଷ କରିବାକୁ ନିଷ୍ପତି ଚେନ୍ନାଇ, ୧୬ ନଭେମ୍ବର (ହି.ସ.)- ତାମିଲନାଡୁର ଲୋକ ନିର୍ମାଣ ଓ କ୍ରୀଡ଼ା ମନ୍ତ୍ରୀ ଆଧବ ଅର୍ଜୁନ ଏବଂ ତାଙ୍କ ପତ୍ନୀ ଡେଜି ମାର୍ଟିନ ୧୪ ବର୍ଷର ବୈବାହିକ ଜୀବନ ପରେ ଅଲଗା ହେବାକ
मंत्री अधव अर्जुन की पत्नी डेज़ी मार्टिन ने अपने ऑफिशियल इंस्टाग्राम अकाउंट पर उनसे अलग होने के बारे में डिटेल में बताया।


ଇନଷ୍ଟାଗ୍ରାମରେ ବିବୃତି ଜାରି କରି ସୂଚନା ଦେଲେ ଡେଜି, ପାରସ୍ପରିକ ସହମତିରେ ବୈବାହିକ ସମ୍ପର୍କ ଶେଷ କରିବାକୁ ନିଷ୍ପତି

ଚେନ୍ନାଇ, ୧୬ ନଭେମ୍ବର (ହି.ସ.)- ତାମିଲନାଡୁର ଲୋକ ନିର୍ମାଣ ଓ କ୍ରୀଡ଼ା ମନ୍ତ୍ରୀ ଆଧବ ଅର୍ଜୁନ ଏବଂ ତାଙ୍କ ପତ୍ନୀ ଡେଜି ମାର୍ଟିନ ୧୪ ବର୍ଷର ବୈବାହିକ ଜୀବନ ପରେ ଅଲଗା ହେବାକୁ ନିଷ୍ପତି ନେଇଛନ୍ତି। ଉଭୟ ପାରସ୍ପରିକ ସହମତିରେ ବୈବାହିକ ସମ୍ପର୍କ ଶେଷ କରି ନିଜ ନିଜ ରାସ୍ତାରେ ଆଗକୁ ବଢ଼ିବାକୁ ନିଷ୍ପତି ନେଇଛନ୍ତି। ଡେଜି ମାର୍ଟିନ ସୋମବାର ନିଜର ଅଧିକାରିକ ଇନଷ୍ଟାଗ୍ରାମ ଆକାଉଂଟରେ ଏକ ବିବୃତି ଜାରି କରି ଏହି ସୂଚନା ଦେଇଛନ୍ତି।

ଡେଜି ନିଜ ବିବୃତିରେ ଗତ ୧୪ ବର୍ଷର ମିଳିତ ଜୀବନ ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ, ଏହି ସମୟ ମଧ୍ୟରେ ଉଭୟ ବନ୍ଧୁ, ଜୀବନସାଥୀ ଏବଂ ମାତାପିତା ଭାବେ ଅନେକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ ଏକାଠି ବିତାଇଛନ୍ତି। ପାରସ୍ପରିକ ପ୍ରେମ ଓ ବୁଝାମଣା ସହ ଏହି ବର୍ଷଗୁଡ଼ିକ ବିତାଇବା ପରେ ଏବେ ଉଭୟ ସହମତିରେ ଅଲଗା ହେବାକୁ ନିଷ୍ପତି ନେଇଛନ୍ତି।

ଡେଜି ମାର୍ଟିନ ସ୍ପଷ୍ଟ କରିଛନ୍ତି ଯେ, ବୈବାହିକ ସମ୍ପର୍କ ଶେଷ ହେବା ସତ୍ୱେ ପିଲାମାନଙ୍କ ପ୍ରତି ଉଭୟଙ୍କ ଦାୟିତ୍ୱ ପୂର୍ବଭଳି ରହିବ। ପିଲାମାନଙ୍କ ଖୁସି, ଉତମ ଲାଳନପାଳନ ଏବଂ ସୁରକ୍ଷିତ ଭବିଷ୍ୟତ ସୁନିଶ୍ଚିତ କରିବା ପାଇଁ ଉଭୟ ମିଳିତ ଭାବେ କାମ କରିବେ। ପିଲାମାନଙ୍କ ଲାଳନପାଳନ ସେମାନଙ୍କର ସର୍ବୋଚ୍ଚ ପ୍ରାଥମିକତା ରହିବ।

ଡେଜି ଆଧବ ଅର୍ଜୁନଙ୍କ ପ୍ରତି ସମ୍ମାନ ପ୍ରକାଶ କରିବା ସହ ତାଙ୍କ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଛନ୍ତି। ସେ କହିଛନ୍ତି ଯେ, ଆଧବ ଅର୍ଜୁନଙ୍କ ପ୍ରତି ତାଙ୍କ ମନରେ ସବୁବେଳେ ସମ୍ମାନ ରହିବ ଏବଂ ତାଙ୍କ ଭବିଷ୍ୟତ ପାଇଁ ସେ ଶାନ୍ତି ଓ ସଫଳତା କାମନା କରୁଛନ୍ତି।

ଡେଜି ମାର୍ଟିନ ଜୀବନର ଏହି ବ୍ୟକ୍ତିଗତ ପରିବର୍ତନ ସମୟରେ ଗଣମାଧ୍ୟମ ଏବଂ ସାଧାରଣ ଲୋକଙ୍କୁ ସମ୍ବେଦନଶୀଳତା ଅବଲମ୍ବନ କରିବାକୁ ଅନୁରୋଧ କରିଛନ୍ତି। ଏହି ନିଷ୍ପତିକୁ ଦୃଷ୍ଟିରେ ରଖି ସେମାନଙ୍କ ବ୍ୟକ୍ତିଗତ ଗୋପନୀୟତାକୁ ସମ୍ମାନ ଦେବାକୁ ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଆଧବ ଅର୍ଜୁନ ତାମିଲନାଡୁର ରାଜନୈତିକ ଓ ସାର୍ବଜନୀନ ଜୀବନରେ ସକ୍ରିୟ ଅଛନ୍ତି। ଏଭଳି ସ୍ଥିତିରେ ତାଙ୍କ ବୈବାହିକ ଜୀବନ ସହ ଜଡ଼ିତ ଏହି ଘୋଷଣା ରାଜନୈତିକ ମହଲରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଅଲଗା ହେବାର ନିଷ୍ପତିକୁ ଉଭୟ ପାରସ୍ପରିକ ସହମତିରେ ନିଆଯାଇଥିବା ଏକ ବ୍ୟକ୍ତିଗତ ନିଷ୍ପତି ବୋଲି କହିଛନ୍ତି।

------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande