
କେନ୍ଦୁଝର, ୧୬ ନଭେମ୍ବର (ହି.ସ.) - କେନ୍ଦୁଝର ଜିଲ୍ଲା ତେଲକୋଇ ଅଂଚଳରେ ଜଣେ ଆଦିବାସୀ ମହିଳାଙ୍କ ସହ ଦୁଷ୍କର୍ମ ଅଭିଯୋଗକୁ ନେଇ ଚାଂଚଲ୍ୟ। ଘଟଣାକୁ ନେଇ ତେଲକୋଇ ଥାନାରେ ଏଫ୍ଆଇଆର୍ ନମ୍ବର ୩୬୪/୨୬ରେ ମାମଲା ରୁଜୁ ହୋଇଛି। ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତଙ୍କୁ ଧରିବା ପାଇଁ ୩ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ପକ୍ଷରୁ ଜୋରଦାର ଉଦ୍ୟମ ଜାରି ରହିଛି ।
ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଗତ ୧୫ ନଭେମ୍ବର ୨୦୨୬ରେ ଏହି ଘଟଣା ସମ୍ପର୍କିତ ରିପୋର୍ଟ ପୋଲିସ ନିକଟରେ ପହଂଚିଥିଲା। ରିପୋର୍ଟରେ ଜଣେ ଆଦିବାସୀ ମହିଳାଙ୍କ ସହ ଦୁଷ୍କର୍ମ ହୋଇଥିବା ଉଲ୍ଲେଖ ରହିଥିଲା। ଏହାପରେ ତେଲକୋଇ ଥାନା ପୋଲିସ ଏଫ୍ଆଇଆର୍ ନମ୍ବର ୩୬୪/୨୬ରେ ମାମଲା ରୁଜୁ କରି ତଦନ୍ତକୁ ଆଗକୁ ବଢ଼ାଇଛି। ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଚାଲିଥିବା ବେଳେ ଅଭିଯୁକ୍ତଙ୍କୁ ଠାବ କରିବା ପାଇଁ ୩ଟି ଟିମ୍ ଗଠନ କରାଯାଇଛି।
ତେବେ ପୋଲିସ ତଦନ୍ତ ପରେ ହିଁ ଘଟଣାର ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ। ଅଭିଯୁକ୍ତଙ୍କ ଗିରଫକୁ ନେଇ ଏବେ ସମସ୍ତଙ୍କ ନଜର ରହିଛି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA