
ଝାରସୁଗୁଡା, ୧୬ ନଭେମ୍ବର (ହି.ସ.)-
ବେଦାନ୍ତ ଆଲୁମିନିୟମ ପକ୍ଷରୁ ଜିଲ୍ଲାର ବେହେରାପାଲି, ପଣ୍ଡରିପଥର, କୁରେବଗା ଓ କାତିକେଲା ଗାଁରେ ପଶୁ ସ୍ବାସ୍ଥ୍ୟ ଶିବିର ଆୟୋଜିତ ହୋଇଛି। ଶିବିରରେ ୫୦ରୁ ଊର୍ଦ୍ଧ୍ବ ଚାଷୀଙ୍କ ୪୦୦ରୁ ଅଧିକ ଗୃହପାଳିତ ପଶୁଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହ ଚିକିତ୍ସା କରାଯାଇଥିଲା। ଶିବିରରେ ପଶୁଙ୍କ ବିଭିନ୍ନ ରୋଗର ଚିକିତ୍ସା, ଔଷଧ, ଇଞ୍ଜେକ୍ସନ, ଖଣିଜ ମିଶ୍ରଣ ଓ କୃମିନାଶକ ଔଷଧ ପ୍ରଦାନ କରାଯାଇଥିଲା । ଏଥିସହ ପଶୁଙ୍କ ଉତ୍ତମ ପୋଷଣ, ରୋଗ ପ୍ରତିରୋଧ ଓ ଯତ୍ନ ସମ୍ପର୍କରେ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଥିଲା।ଶିବିରରେ ଜିଲ୍ଲା ଉପନିର୍ଦ୍ଦେଶକ (ପଶୁ ପାଳନ) ଡା. ସୁଧାଂଶୁ ଶେଖର ଦାଶଙ୍କ ସମେତ ସରକାରୀ ପଶୁଧନ ନିରୀକ୍ଷକ, କୃତ୍ରିମ ପ୍ରଜନନ ବୈଷୟିକ କର୍ମଚାରୀ ଓ ବାଏଫ୍ ର ବିଶେଷଜ୍ଞ ଯୋଗଦେଇଥିଲେ । ବେଦାନ୍ତ ସିଇଓ ସି. ଚନ୍ଦୁ କହିଥିଲେ, ଗ୍ରାମାଞ୍ଚଳର ଅନେକ ପରିବାରଙ୍କ ଜୀବିକା ଓ ଆର୍ଥିକ ସୁରକ୍ଷା ପଶୁପାଳନ ଉପରେ ନିର୍ଭରଶୀଳ। ତେଣୁ ପଶୁଙ୍କ ସ୍ବାସ୍ଥ୍ୟ ସୁରକ୍ଷା ମାଧ୍ୟମରେ ଚାଷୀଙ୍କ ଜୀବିକାକୁ ସୁଦୃଢ଼ କରିବା ପାଇଁ ବେଦାନ୍ତ କମ୍ପାନୀ ପ୍ରତିଶ୍ରୁତିବଦ୍ଧ। କମ୍ପାନୀର ପ୍ରୋଜେକ୍ଟ ବେଦଗ୍ରାମ ଅଧୀନରେ ଜାରି ରହିଥିବା ଗ୍ରାମୀଣ କୃଷି ଓ ପଶୁ ପାଳନ ବିକାଶ ପଦକ୍ଷେପର ଅଂଶ। ପ୍ରୋଜେକ୍ଟ ଦ୍ବାରା ୧୦୦୦ ରୁ ଊର୍ଦ୍ଧ୍ବ ଚାଷୀ ଓ ଗ୍ରାମୀଣ ପରିବାର ଉପକୃତ ହୋଇସାରିଥିବା । ଆଗକୁ ବେଦଗ୍ରାମ ପ୍ରୋଜେକ୍ଟ ଜାରି ରହିବ ବୋଲି କହି ଛନ୍ତି ସିଇଓ ଶ୍ରୀ ଚନ୍ଦୁ ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ