କୋରାପୁଟ ଜିଲ୍ଲାର ନବନିଯୁକ୍ତ ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳର ନୂତନ କର୍ମକର୍ତ୍ତାଙ୍କୁ ଭବ୍ୟ ସ୍ଵାଗତ
ଜୟପୁର, ୧୬ ନଭେମ୍ବର (ହି.ସ.)- ଜୟପୁରସ୍ଥିତ ବିଜୁ ଭବନଠାରେ କୋରାପୁଟ ଜିଲ୍ଲାର ନବନିଯୁକ୍ତ ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳର ନୂତନ କର୍ମକର୍ତ୍ତାମାନଙ୍କୁ ଭବ୍ୟ ସ୍ଵାଗତ ଓ ଶୁଭେଚ୍ଛା ଜଣାଇବା ନିମନ୍ତେ ଏକ ସ୍ୱାଗତ ସମାରୋହ ଅନୁଷ୍ଠିତ ହୋଇଥିଲା।ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦ
ନୂତନ ନେତୃତ୍ୱ, ନୂଆ ଆଶା ଓ ନୂଆ ସଂକଳ୍ପ।


ଜୟପୁର, ୧୬ ନଭେମ୍ବର (ହି.ସ.)- ଜୟପୁରସ୍ଥିତ ବିଜୁ ଭବନଠାରେ କୋରାପୁଟ ଜିଲ୍ଲାର ନବନିଯୁକ୍ତ ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳର ନୂତନ କର୍ମକର୍ତ୍ତାମାନଙ୍କୁ ଭବ୍ୟ ସ୍ଵାଗତ ଓ ଶୁଭେଚ୍ଛା ଜଣାଇବା ନିମନ୍ତେ ଏକ ସ୍ୱାଗତ ସମାରୋହ ଅନୁଷ୍ଠିତ ହୋଇଥିଲା।ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ନବନିଯୁକ୍ତ ଯୁବ ଓ ଛାତ୍ର ନେତୃତ୍ୱଙ୍କ ଉପରେ ଆସ୍ଥା ଓ ଭରସା ପ୍ରକଟ କରି ଗୁରୁଦାୟିତ୍ୱ ପ୍ରଦାନ କରିଥିବାରୁ ସମସ୍ତଙ୍କ ମଧ୍ୟରେ ନୂତନ ଉତ୍ସାହ ଓ ଉଦ୍ଦୀପନା ସୃଷ୍ଟି ହୋଇଛି। ଏହି ସ୍ୱାଗତ କାର୍ଯ୍ୟକ୍ରମ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ରାଜ୍ୟ ଉପସଭାପତି ରବି ନାରାୟଣ ନନ୍ଦଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିଲା। ଏହି ଅବସରରେ କୋରାପୁଟ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦୁର୍ଗା ମିଶ୍ର, ପୂର୍ବତନ ପୌରପାଳିକା ଉପାଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ରଥ, ଶିବ ପଟ୍ଟନାୟକ, ପୂର୍ବତନ ନଗର ସଭାପତି ହର ମିଶ୍ର, ମହିଳା ସଭାନେତ୍ରୀ ଶ୍ରୀମତୀ ଏ. ଅରୁଣା ଏବଂ ପୂର୍ବତନ ମହିଳା ସଭାନେତ୍ରୀ ଶ୍ରୀମତୀ ଟ୍ୱିଙ୍କଲ ମିଶ୍ରଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ।ଯୁବଶକ୍ତି ହେଉଛି ଦଳର ଭବିଷ୍ୟତ। ନୂତନ ଦାୟିତ୍ୱ, ନୂତନ ଉତ୍ସାହ ଓ ନୂତନ ସଂକଳ୍ପ ସହ କୋରାପୁଟ ଜିଲ୍ଲାରେ ବିଜୁ ଜନତା ଦଳକୁ ଆହୁରି ସୁଦୃଢ଼ କରିବା ଆମର ଲକ୍ଷ୍ୟ ବୋଲି ସୂଚନା ଦିଆଯାଇଛି l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande