ଜିଲ୍ଲା ବ୍ରାହ୍ମଣ ମହାସଭା ବଲାଙ୍ଗିରର ବାର୍ଷିକୋତ୍ସବ ୨୦୨୬ ସହିତ ନୁଆଁଖାଇ ଭେଟଘାଟ ଅନୁଷ୍ଠିତ
ବଲାଙ୍ଗିର, 16 ନଭେମ୍ବର (ହି.ସ.)ଗତକାଲି ସଂଗଠନର ଉପସଭାପତି ବିଶ୍ବନାଥ ମିଶ୍ରଙ୍କ ସଭାପତିତ୍ବରେ ଜିଲ୍ଲା ବ୍ରାହ୍ମଣ ମହାସଭା ବଲାଙ୍ଗିରର ବାର୍ଷିକୋତ୍ସବ ୨୦୨୬ ସହିତ ନୁଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇ ଯାଇଛି । ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବିଦୁଷୀ ଶ୍ରଦ୍ଧା ଷଡଙ୍ଗୀ, ମହାସଚିବ, ଅଖିଳ ଓଡିଶ
ଜିଲ୍ଲା ବ୍ରାହ୍ମଣ ମହାସଭା ବଲାଙ୍ଗିରର ବାର୍ଷିକୋତ୍ସବ ୨୦୨୬ ସହିତ ନୁଆଁଖାଇ ଭେଟଘାଟ ଅନୁଷ୍ଠିତ


ଜିଲ୍ଲା ବ୍ରାହ୍ମଣ ମହାସଭା ବଲାଙ୍ଗିରର ବାର୍ଷିକୋତ୍ସବ ୨୦୨୬ ସହିତ ନୁଆଁଖାଇ ଭେଟଘାଟ ଅନୁଷ୍ଠିତ


ଜିଲ୍ଲା ବ୍ରାହ୍ମଣ ମହାସଭା ବଲାଙ୍ଗିରର ବାର୍ଷିକୋତ୍ସବ ୨୦୨୬ ସହିତ ନୁଆଁଖାଇ ଭେଟଘାଟ ଅନୁଷ୍ଠିତ


ଜିଲ୍ଲା ବ୍ରାହ୍ମଣ ମହାସଭା ବଲାଙ୍ଗିରର ବାର୍ଷିକୋତ୍ସବ ୨୦୨୬ ସହିତ ନୁଆଁଖାଇ ଭେଟଘାଟ ଅନୁଷ୍ଠିତ


ଜିଲ୍ଲା ବ୍ରାହ୍ମଣ ମହାସଭା ବଲାଙ୍ଗିରର ବାର୍ଷିକୋତ୍ସବ ୨୦୨୬ ସହିତ ନୁଆଁଖାଇ ଭେଟଘାଟ ଅନୁଷ୍ଠିତ


ବଲାଙ୍ଗିର, 16 ନଭେମ୍ବର (ହି.ସ.)ଗତକାଲି ସଂଗଠନର ଉପସଭାପତି ବିଶ୍ବନାଥ ମିଶ୍ରଙ୍କ ସଭାପତିତ୍ବରେ ଜିଲ୍ଲା ବ୍ରାହ୍ମଣ ମହାସଭା ବଲାଙ୍ଗିରର ବାର୍ଷିକୋତ୍ସବ ୨୦୨୬ ସହିତ ନୁଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇ ଯାଇଛି । ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବିଦୁଷୀ ଶ୍ରଦ୍ଧା ଷଡଙ୍ଗୀ, ମହାସଚିବ, ଅଖିଳ ଓଡିଶା ବ୍ରାହ୍ମଣ ମହାସଭା, ଡାଲମିଆ ଧର୍ମଶାଳା, ଭୁବନେଶ୍ୱର ୟୁନିଟ ୨,

ମୁଖ୍ଯବକ୍ତା ଭାବରେ ପ୍ରଫେସର ମଧୁସୂଦନ ପତି, ପ୍ରାକ୍ତନ ବିଭାଗୀୟ ମୁଖ୍ଯ, ଇଂରାଜୀ ବିଭାଗ , ସମ୍ବଲପୁର ୟୁନିଭରସିଟି, ସମ୍ମାନିତ ଅତିଥିମାନଙ୍କ ମଧ୍ଯରେ ପ୍ରଫେସର ପଣ୍ଡିତ ସତ୍ଯବନ୍ତ ବେଦବାକ, ପୂର୍ବତନ ଅଧ୍ୟକ୍ଷ ରାଜେନ୍ଦ୍ର ମହାବିଦ୍ୟାଳୟ, ବଲାଙ୍ଗିର , ବ୍ରହ୍ମଶ୍ରୀ ଗିରିଧାରୀ ଶତପଥୀ, ବିପ୍ରଶ୍ରୀ ଗୋପବନ୍ଧୁ ପୁରୋହିତ, ଏବଂ ସଂପାଦକ ପଣ୍ଡିତ ଶ୍ଯାମ ସୁନ୍ଦର ଦାଶ ମଞ୍ଚାସୀନ ଥିଲେ।

ପ୍ରାରମ୍ଭରେ ମୁଖ୍ୟ ଅତିଥି ଏବଂ ଅନ୍ଯାନ୍ଯ ଅତିଥିବର୍ଗ ଭଗବାନ ପର୍ଶୁରାମଙ୍କ ସମକ୍ଷରେ ପଣ୍ଡିତ ଲକ୍ଷ୍ମୀପ୍ରସାଦ ଚାନ୍ଦ ଏବଂ ବ୍ରହ୍ମଶ୍ରୀ ଗିରିଧାରୀ ଶତପଥୀଙ୍କ ଉଦ୍ଦାତ୍ତ ମନ୍ତ୍ରୋଚ୍ଚାରଣ ମାଧ୍ଯମରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉତ୍ସବ ଉଦ୍ଘାଟିତ ହେବାପରେ ନବତି ଏବଂ ତଦୁର୍ଦ୍ଧ ବର୍ଷ ବୟସ୍କ ବର୍ଷୀୟାନ ବ୍ରାହ୍ମଣ ଶ୍ରୀ ଲୋକନାଥ ମିଶ୍ର, ଯୋଗୀକର ମିଶ୍ର ଏବଂ ଅଯୋଧ୍ୟା ମିଶ୍ରଙ୍କ ପଦପ୍ରକ୍ଷାଳନ, ଫୁଲ ଚନ୍ଦନ ସହ ନବ ବସ୍ତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଗଲା।

ପରେ ବନ୍ୟା,ବାତ୍ୟା ଏବଂ ଅନ୍ୟାନ୍ୟ କାରଣଜନୀତ ମୃତ୍ୟୁବରଣ କରିଥିବା ଜନସାଧାରଣ ତଥା ବ୍ରାହ୍ମଣଦେବତା ଙ୍କ ଆତ୍ମାର ସଦ୍ଗତି ନିମିତ୍ତ ଏକ ମିନିଟ ନୀରବ ପ୍ରାର୍ଥନା ଉପରାନ୍ତ ସଂପାଦକଙ୍କ ଦ୍ବାରା ସ୍ବାଗତ ତଥା ସଂପାଦକୀୟ ବିବରଣୀ ପଠନ କରାଗଲା। ଅତିଥିବର୍ଗ ନିଜ ନିଜର ବକ୍ତବ୍ଯ ପ୍ରଦାନ କରିବା ମାଧ୍ୟମରେ ବ୍ରାହ୍ମଣମାନଙ୍କ କର୍ତ୍ତବ୍ଯ, ଦାୟିତ୍ବ, ବର୍ତ୍ତମାନ ସାମାଜିକ ବ୍ଯବସ୍ଥା , ବ୍ରାହ୍ମଣମାନଙ୍କ ପରଣତି, ସମସ୍ଯା, ସମାଧାନ ଏବଂ ବ୍ରାହ୍ମଣଙ୍କ ଏକତା ଉପରେ ଗୁରୁତ୍ବ ଆରୋପ କରିଥିଲେ। ଶେଷରେ ପ୍ରିୟବ୍ରତ ମିଶ୍ରଙ୍ ଧନ୍ୟବାଦାର୍ପଣ ପରେ ସଭାସାଙ୍ଗ ହୋଇ ଥିଲା।

ଆଜିକାର ଉତ୍ସବ ପରିଚାଳନାରେ ପଞ୍ଚାନନ ବେଦବାକ,ସରୋଜ ବେହେରା, କବିରାଜ ହୋତା, ଜଗନ୍ନାଥ ଷଡଙ୍ଗୀ, ପୁରୁଷୋତ୍ତମ ପଣ୍ଡା, କାଳୀପ୍ରସାଦ ମିଶ୍ର, ସୁଭାଷ ତ୍ରିପାଠୀ, ମଧୁମଙ୍ଗଳ ନନ୍ଦ, ବିଭୂତି ମିଶ୍ର, ଲଳିତା ବେଦବାକ, ସୁନୀତା ଷଡଙ୍ଗୀ ,ସଂଯୁକ୍ତା ମିଶ୍ର, ଗୋବର୍ଦ୍ଧନ ଶତପଥୀ ପ୍ରମୁଖ ସର୍ବାନ୍ତକରଣରେ ସହଯୋଗ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande