
ଭୁବନେଶ୍ୱର, 16 ନଭେମ୍ବର (ହି.ସ.)- ବିଧାୟକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍ଘାଟନ କରିଛନ୍ତି
ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ । ଓଡ଼ିଆରେ ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କରିଥିଲେ
ଉପରାଷ୍ଟ୍ରପତି । ଏହି ଅବସରରେ ସେ ସମସ୍ତ ବିଧାୟକ ଓ ସାଂସଦଙ୍କୁ ଅଭିବାଦନ ଜଣାଇଥିଲେ ।
ଉପରାଷ୍ଟ୍ରପତି ଓରିଏଣ୍ଟେସନ
କାର୍ଯ୍ୟକ୍ରମରେ ବିଧାୟକଙ୍କୁ ଶୁଭେଚ୍ଛା ଜଣାଇଲେ ଉପରାଷ୍ଟ୍ରପତି । ସେ କହିଛନ୍ତି ଯେ, ଜଗନ୍ନାଥଙ୍କ
ମାଟିରେ ଛିଡାହେବା ମୋ ପାଇଁ ଅତ୍ୟନ୍ତ ଗବର୍ର ବିଷୟ । କ୍ଷମତା ସହିତ ଦାୟିତ୍ବ ମିଳିଥାଏ, ଏହାକୁ ନେଇ ବିଧାୟକ
ଆଗକୁ ବଢିବା ଉଚିତ । ଚଳିତ ଥର ବିଧାନସଭାକୁ ୮୨ ପ୍ରଥମ ଥର ନିର୍ବାଚିତ ବିଧାୟକ ଆସିଛନ୍ତି । ଏହା
ଯୁବ ଓ ଅଭିଜ୍ଞତାର ଏକ ପ୍ରକୃଷ୍ଟ ମିଶ୍ରଣ । ନିଜ
ନିର୍ବାଚନମଣ୍ଡଳୀରେ ଭୋଟରଙ୍କ ବିଶ୍ବାସ ଭାଜନ ହେବାକୁ ପରାମର୍ଶ ଦେଇଛନ୍ତି ଉପରାଷ୍ଟ୍ରପତି । ଅଭିଭାଷଣରେ
ବିଜୁ ପଟ୍ଟନାୟକଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି । ତାମିଲ ନେତା କେ. କାମରାଜଙ୍କ ସହ ବିଜୁ
ପଟ୍ଟନାୟକଙ୍କ ତୁଳନା କରିବା ସହ ଉଭୟ ନେତା ନିଜ ନିଜ ରାଜ୍ୟରେ ବଳିଷ୍ଠ ନେତୃତ୍ବର ଉଦାହରଣ
ବୋଲି କହିଛନ୍ତି । ଦେଶକୁ ପ୍ରଥମ ଆଦିବାସୀ ରାଷ୍ଟ୍ରପତି ଦେଇଥିବାରୁ ଓଡ଼ିଶାବାସୀଙ୍କୁ
ଧନ୍ୟବାଦ ଜଣାଇଛନ୍ତି । ଜଣେ ମହିଳାଙ୍କୁ ବାଚସ୍ପତି ନିର୍ବାଚିତ କରିଥିବାରୁ ସମସ୍ତ ବିଧାୟକଙ୍କୁ
ଧନ୍ୟବାଦ ମଧ୍ୟ ଜଣାଇଥିଲେ । ଗୃହକାର୍ଯ୍ୟକୁ ହାଲୁକା ଭାବେ ନ ନେବାକୁ ସମସ୍ତ ବିଧାୟକଙ୍କୁ
ପରାମର୍ଶ ଦେବା ସହ ବିଭିନ୍ନ ଷ୍ଟାଣ୍ଡିଂ କମିଟିରେ ଅଂଶଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ ।
ଅନ୍ୟପଟେ ବିଧାୟକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସାମିଲ ହୋଇନାହାନ୍ତି
ବିରୋଧୀ । ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଭୟ ଦଳର ବିଧାୟକ ଆସିନାହାନ୍ତି । ତେବେ ନିଲମ୍ବିତ
ବିଧାୟକ ମାନେ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ
ଅଂଶଗ୍ରହଣ କରିଛନ୍ତି ।
ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ବାଚସ୍ପତି ଓ ସମସ୍ତ ବିଧାୟକ ଓ ସାଂସଦ ମଧ୍ୟ
କାର୍ଯ୍ୟକ୍ରମରେ ଉପସ୍ଥିତ ଅଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା