ବାତ୍ୟା ପାଇଁ ଆଗୁଆ ଡ୍ୟାମ୍ ରୁ ଜଳ ନିଷ୍କାସନ କରୁଛୁ : ସର୍ବୋଚ୍ଚ ଯନ୍ତ୍ରୀ
ଭୁବନେଶ୍ୱର,୧୬ ନଭେମ୍ବର (ହି.ସ)- ସମ୍ଭାବ୍ୟ ବାତ୍ୟାକୁ ଆଖିରେ ରଖି ଜଳସମ୍ପଦ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି ଯେ ସମ୍ଭାବ୍ୟ ବାତ୍ୟା ଯୋଗୁଁ ଗଞ୍ଜାମ, ଗଜପତି, କନ୍ଧମାଳରେ ବେଶୀ ବର୍ଷା ହେବା ନେଇ ଆଶଙ୍କା କରାଯାଉଛି। ଆସନ୍ତ
ବାତ୍ୟା ପାଇଁ ଆଗୁଆ ଡ୍ୟାମ୍ ରୁ ଜଳ ନିଷ୍କାସନ କରୁଛୁ : ସର୍ବୋଚ୍ଚ ଯନ୍ତ୍ରୀ


ଭୁବନେଶ୍ୱର,୧୬ ନଭେମ୍ବର (ହି.ସ)- ସମ୍ଭାବ୍ୟ ବାତ୍ୟାକୁ ଆଖିରେ ରଖି ଜଳସମ୍ପଦ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି ଯେ ସମ୍ଭାବ୍ୟ ବାତ୍ୟା ଯୋଗୁଁ ଗଞ୍ଜାମ, ଗଜପତି, କନ୍ଧମାଳରେ ବେଶୀ ବର୍ଷା ହେବା ନେଇ ଆଶଙ୍କା କରାଯାଉଛି। ଆସନ୍ତା ୨୧ରେ ଉତର ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ଅଛି। ସେଥିପାଇଁ ଆମେ ଆଗୁଆ ପଦକ୍ଷେପ ନେଉଛୁ । ଆଜିଠାରୁ ଡ୍ୟାମ୍ ରୁ ପାଣି ରିଲିଜ କରିଛୁ । ଡ୍ୟାମ୍ ର ଜଳ ସ୍ତର ୬୦ ପ୍ରତିଶତକୁ ଆଣିବୁ। ଆଜି ସକାଳୁ ଅପରେସନ ଆରମ୍ଭ କରିଛୁ, ତଳେ ଡ୍ୟାମେଜ ରହିଛି। ସେଥିପାଇଁ କେଂଟ୍ରାଲ କରି ଆଗୁଆ ଜଳ ନିଷ୍କାସନ କରିବୁ। ୧୯ ତାରିଖ ସୁଦ୍ଧା ୬୦ ପ୍ରତିଶତକୁ ଆଣିବୁ ବୋଲି କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande