୧୯ ତାରିଖ ରାତି କିମ୍ବା ୨୦ ତାରିଖ ଅପରାହ୍ନରେ ବାତ୍ୟାର ଲ୍ୟାଣ୍ଡଫଲ !
ଭୁବନେଶ୍ୱର, 16 ନଭେମ୍ବର (ହି.ସ.)- ସମ୍ଭାବ୍ୟ ବାତ୍ୟା ୧୯ ତାରିଖ ରାତି କିମ୍ବା ୨୦ ତାରିଖ ଅପରାହ୍ନରେ ଲ୍ୟାଣ୍ଡଫଲ କରିପାରେ ବୋଲି ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଶରତ ସାହୁ । ସେ କହିଛନ୍ତି ଯେ, ବର୍ତ୍ତମାନ ଏହା ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରୁ ୮୭୦ କିଲୋମିଟର
୧୯ ତାରିଖ ରାତି କିମ୍ବା ୨୦ ତାରିଖ ଅପରାହ୍ନରେ ବାତ୍ୟାର ଲ୍ୟାଣ୍ଡଫଲ !


ଭୁବନେଶ୍ୱର, 16 ନଭେମ୍ବର (ହି.ସ.)- ସମ୍ଭାବ୍ୟ ବାତ୍ୟା ୧୯ ତାରିଖ ରାତି କିମ୍ବା ୨୦ ତାରିଖ

ଅପରାହ୍ନରେ ଲ୍ୟାଣ୍ଡଫଲ କରିପାରେ ବୋଲି ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଶରତ ସାହୁ । ସେ

କହିଛନ୍ତି ଯେ, ବର୍ତ୍ତମାନ ଏହା ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରୁ ୮୭୦ କିଲୋମିଟର

ଦକ୍ଷିଣ-ଦକ୍ଷିଣପୂର୍ବରେ ଏବଂ ଓଡ଼ିଶାର ଗୋପାଳପୁରଠାରୁ ୯୮୦ କିଲୋମିଟର ଦକ୍ଷିଣରେ ରହିଛି।

ମଡେଲର ଆକଳନ ଅନୁଯାୟୀ ୧୮ ତାରିଖ ପରେ ଏହାର ଗତି ଉତ୍ତର-ପଶ୍ଚିମକୁ ରହିବ। ବର୍ତ୍ତମାନ ଏହି

ସିଷ୍ଟମରେ ପବନର ଗତିରେ ହଠାତ ପରିବର୍ତ୍ତନ ହେଉଥିବାରୁ ମେଘମାଳା ସଂଘଠିତ ହୋଇପାରୁନାହିଁ, ମେଘମାଳା ବାରମ୍ବାର

ଅର୍ଗାନାଇଜ ଓ ଡ଼ିସଅର୍ଗାନାଇଜ ହେଉଥିବାରୁ ଏହାର ଗତି ପଥ ଆକଳନରେ ସ୍ପଷ୍ଟତା ଆସିପାରୁନାହିଁ। ୧୯

ତାରିଖ ରାତି କିମ୍ବା ୨୦ ତାରିଖ ଅପରାହ୍ନରେ ଲ୍ୟାଣ୍ଡଫଲ ସ୍ଥଳଭାଗ ଅତିକ୍ରମ କରିପାରେ। ଆନ୍ଧ୍ର

ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିବାର ଅଧିକ ସମ୍ଭାବନା ରହିଛି। ୧୮ ତାରିଖରେ ଏହାର ଲ୍ୟାଣ୍ଡଫଲ

ସ୍ଥାନ ସ୍ପଷ୍ଟ ହେବ। ୧୮ ଓ ୧୯ ତାରିଖରେ ଓଡିଶାର ଉପକୂଳ ଜିଲ୍ଲାରେ ଓ ଉତ୍ତର ଓଡିଶାରେ ବର୍ଷାର

ସମ୍ଭାବନା ରହିଛି। ଦକ୍ଷିଣ ଓଡିଶାରେ ମଧ୍ୟ ବର୍ଷାର ପ୍ରଭାବ ଦେଖିବାକୁ ମିଳିବ। ୧୯ରୁ ୨୧

ତାରିଖରେ ଉପକୂଳ ଓ ଦକ୍ଷିଣ ଓଡିଶାରେ ବର୍ଷାର ବିଶେଷ ପ୍ରଭାବ ରହିବ କିନ୍ତୁ ଆଭ୍ୟନ୍ତରୀଣ

ଓଡିଶାରେ ବର୍ଷାର ବିଶେଷ ପ୍ରଭାବ ରହିବ ନାହିଁ। ପବନର ବେଗ ବର୍ତ୍ତମାନ ଆକଳଣ କରିବା କଷ୍ଟକର।

ଓଡିଶାରେ ସର୍ବାଧିକ ୫୦ କିମି ବେଗରେ ପବନ ହୋଇପାରେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande