
ଭୁବନେଶ୍ୱର, 16 ନଭେମ୍ବର (ହି.ସ.)- ସମ୍ବଲପୁରର ମାରଓ୍ୱାଡ଼ିପଡ଼ା ଓ ମାନ୍ଦଲିଆ ଠାରେ
ପବିତ୍ର ଛଠ୍ ପୂଜାର ଅନ୍ତିମ ପର୍ବ ‘ଉଷା ଅର୍ଘ୍ୟ’ କାର୍ଯ୍ୟକ୍ରମରେ ସାମିଲ ହେବା ସହ
ଶ୍ରଦ୍ଧାଳୁମାନଙ୍କ ଗହଣରେ ରହି ସୂର୍ଯ୍ୟଦେବଙ୍କୁ ପ୍ରଣାମ ଓ ଅର୍ଘ୍ୟ ଅର୍ପଣ କରିଛନ୍ତି
ଧର୍ମେନ୍ଦ୍ର ପ୍ରଧାନ ।
ଭକ୍ତି, ନିଷ୍ଠା ଏବଂ ସାମୂହିକ ଭାଇଚାରାର ଏହି ମହାନ ଉତ୍ସବ ସମସ୍ତଙ୍କ ମନରେ
ନୂଆ ଉତ୍ସାହ ଓ ସକାରାତ୍ମକ ଶକ୍ତି ସଞ୍ଚାର କରିଛି । ଛଠୀ ମୈୟା ଏବଂ ଭଗବାନ ସୂର୍ଯ୍ୟଦେବଙ୍କ
ଆଶୀର୍ବାଦ ସମସ୍ତଙ୍କ ସହ ରହିଥାଉ, ଏହା କାମନା କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା