ଶ୍ରୀମନ୍ଦିର ନିକଟରେ ନକଲି ଗୁମାସ୍ତାଙ୍କ ଦୌରାତ୍ମ୍ୟ : ୯ ଅଭିଯୁକ୍ତ ଗିରଫ ଓ କୋର୍ଟ ଚାଲାଣ
ପୁରୀ, ୧୬ ନଭେମ୍ବର (ହି.ସ.)- ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ଗାଇଡ୍ କରିବା ଆଳରେ ଜୋରଜବରଦସ୍ତି ଟଙ୍କା ଆଦାୟ କରୁଥିବା ନକଲି ଗୁମାସ୍ତାଙ୍କ ବିରୋଧରେ ପୁରୀ ପୋଲିସ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ରବିବାର ଦିନ ସିଂହଦ୍ୱାର ଥାନା ପୋଲିସ ଉତ୍ତର ଦ୍ୱାର ନିକଟ ପାଣି ଟ
ଶ୍ରୀମନ୍ଦିର ନିକଟରେ ନକଲି ଗୁମାସ୍ତାଙ୍କ ଦୌରାତ୍ମ୍ୟ : ୯ ଅଭିଯୁକ୍ତ ଗିରଫ ଓ କୋର୍ଟ ଚାଲାଣ


ପୁରୀ, ୧୬ ନଭେମ୍ବର (ହି.ସ.)- ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ଗାଇଡ୍ କରିବା ଆଳରେ ଜୋରଜବରଦସ୍ତି ଟଙ୍କା ଆଦାୟ କରୁଥିବା ନକଲି ଗୁମାସ୍ତାଙ୍କ ବିରୋଧରେ ପୁରୀ ପୋଲିସ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ରବିବାର ଦିନ ସିଂହଦ୍ୱାର ଥାନା ପୋଲିସ ଉତ୍ତର ଦ୍ୱାର ନିକଟ ପାଣି ଟାଙ୍କି ନିକଟରୁ ଏହି କାର୍ଯ୍ୟରେ ସମ୍ପୃକ୍ତ ୯ ଜଣ ନକଲି ଗୁମାସ୍ତାଙ୍କୁ ଧରିଥିଲା। ଏମାନେ ଭକ୍ତମାନଙ୍କୁ ଜୋରଜବରଦସ୍ତି ଗାଇଡ୍ କରିବାକୁ ପ୍ରସ୍ତାବ ଦେବା ସହ ଏଥିରେ ଅରାଜି ହେଲେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ଏବଂ ଧମକ ଦେଇ ଟଙ୍କା ଆଦାୟ କରୁଥିଲେ। ଏ ସଂକ୍ରାନ୍ତରେ ସିଂହଦ୍ୱାର ଥାନା କେସ୍ ନଂ ୨୭୧/୧୫.୧୧.୨୦୨୬ ରୁଜୁ କରାଯାଇ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ନିକଟରୁ ୨,୬୬୦ ଟଙ୍କା ଜବତ କରାଯାଇଛି।

ପୁରୀ ପୋଲିସ ପକ୍ଷରୁ ଜନସାଧାରଣ ଓ ଶ୍ରଦ୍ଧାଳୁଙ୍କୁ ଅନୁରୋଧ ଶ୍ରୀମନ୍ଦିର ଦର୍ଶନ ସମୟରେ କୌଣସି ଅଜଣା ବ୍ୟକ୍ତିଙ୍କ ଜୋରଜବରଦସ୍ତି ଗାଇଡ୍ ସେବା କିମ୍ବା ଟଙ୍କା ଦାବିକୁ ପ୍ରଶୟ ଦିଅନ୍ତୁ ନାହିଁ। କୌଣସି ପ୍ରକାର ହଇରାଣ, ଧମକ କିମ୍ବା ଅସଦାଚରଣର ସମ୍ମୁଖୀନ ହେଲେ ତୁରନ୍ତ ନିକଟସ୍ଥ ପୋଲିସ କର୍ମଚାରୀ କିମ୍ବା ଥାନାକୁ ଜଣାନ୍ତୁ। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ସୁନିଶ୍ଚିତ କରିବା ପାଇଁ ପୁରୀ ପୋଲିସ ସର୍ବଦା ସଜାଗ ଓ ପ୍ରତିବଦ୍ଧ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande