
କେନ୍ଦ୍ରାପଡ଼ା , 16 ନଭେମ୍ବର (ହି.ସ.) - କେନ୍ଦ୍ରାପଡା ଜିଲ୍ଲାର ସର୍ବ ପୁରାତନ ଏବଂ ଜିଲ୍ଲାର ଏକମାତ୍ର ସରକାରୀ ପଞ୍ଜିକୃତ ପୁନର୍ବାସ ଫିଜିଓଥେରାପି ଆଣ୍ଡ ରିହାବ୍ ସେଣ୍ଟର ପକ୍ଷରୁ ଅଣ୍ଟା ଓ ବେକ ଯନ୍ତ୍ରଣାର ଫିଜିଓଥେରାପି ଚିକିତ୍ସା ନିମନ୍ତେ ଏକ ନିଶୁଳ୍କ ମେଗା ରିହାବିଲିଟେସନ୍ କ୍ୟାମ୍ପ ଆୟୋଜନ କରାଯାଇଥିଲା। ଏଥିରେ ଓଡ଼ିଶାର ବିଶିଷ୍ଟ ଫିଜିଓଥେରାପିଷ୍ଟ ବିଶ୍ୱଜିତ ଶତପଥୀ ଓ ସହକର୍ମୀଙ୍କ ସହିତ ପୁନର୍ବାସ ଥେରାପି କେନ୍ଦ୍ରର ଅଭିଜ୍ଞ ଫିଜିଓଥେରାପିଷ୍ଟ କମଳକାନ୍ତ ବିଶ୍ୱାଳ ଓ ଆବୃତ୍ତି ବେହେରା ଯୋଗଦେଇ ରୋଗୀମାନଙ୍କୁ ମାଗଣା ଫିଜିଓଥେରାପି ଚିକିତ୍ସା ପ୍ରଦାନ ସହ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପରାମର୍ଶ ପ୍ରଦାନ କରିଥିଲେ। ଏହି ଶିବିରରେ ମୋଟ ୬୬ ଜଣ ବ୍ୟକ୍ତି ଯୋଗଦେଇ ଚିକିତ୍ସା ସେବା ଗ୍ରହଣ କରିଥିଲେ। ଅଣ୍ଟା ଓ ବେକ ଯନ୍ତ୍ରଣାର ନିରାକରଣ ଏବଂ ଫିଜିଓଥେରାପିର ଉପକାରିତା ସମ୍ପର୍କରେ ଜନସାଧାରଣଙ୍କୁ ଏହି ଶିବିର ମାଧ୍ୟମରେ ସଚେତନତା କରାଯାଇଥିଲା।
ଏହି କାର୍ୟ୍ୟକ୍ରମରେ ସହ-ସମ୍ପାଦକ ବଂଶୀଧର ମହାନ୍ତିଙ୍କ ତତ୍ୱାବଧାନରେ କର୍ମଚାରୀ କେଦାରନାଥ ବାରିକ, ପର୍ଶୁରାମ ତ୍ରିପାଠୀ, ଧରଣୀଧର ସେଠୀ, ମିହିର ରଞ୍ଜନ ବାରିକ, ଦୀପକ କୁମାର ସାହୁ, ଗାୟତ୍ରୀ ପ୍ରିୟଦର୍ଶିନୀ ପୃଷ୍ଟି ପ୍ରମୁଖ ପରିଚାଳନା କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ରବି