ଜାତୀୟ ପ୍ରେସ୍ ଦିବସରେ ସାମ୍ବାଦିକମାନଙ୍କୁ ଶୁଭେଚ୍ଛା ଜଣାଇଲେ ଦୁଇ ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 16 ନଭେମ୍ବର (ହି.ସ.)- ଜାତୀୟ ପ୍ରେସ୍ ଦିବସରେ ସାମ୍ବାଦିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତି ପରିଡା । ଏହି ଅବସରରେ ଏକ୍ସ ହ୍ୟାଣ୍ଡେଲରେ କନକ ବର୍ଦ୍ଧନ ସିଂହଦେଓ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ଜାତୀୟ ପ୍ରେ
ପ୍ରେସଦିବସ


ଭୁବନେଶ୍ୱର, 16 ନଭେମ୍ବର (ହି.ସ.)- ଜାତୀୟ ପ୍ରେସ୍ ଦିବସରେ ସାମ୍ବାଦିକମାନଙ୍କୁ ଶୁଭେଚ୍ଛା

ଜଣାଇଛନ୍ତି ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତି ପରିଡା ।

ଏହି ଅବସରରେ ଏକ୍ସ ହ୍ୟାଣ୍ଡେଲରେ କନକ ବର୍ଦ୍ଧନ ସିଂହଦେଓ ଏକ

ବାର୍ତ୍ତା ଜାରି କରି କହିଛନ୍ତି ଯେ, ଜାତୀୟ ପ୍ରେସ୍ ଦିବସ ଅବସରରେ ସାମ୍ବାଦିକ, ସମ୍ପାଦକ, ଗଣମାଧ୍ୟମ

ବୃତ୍ତିଜୀବୀ ଏବଂ ସାମ୍ବାଦିକତା ଜଗତ ସହ ଜଡ଼ିତ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ

ଅଭିନନ୍ଦନ ଜଣାଉଛି।

ଏକ ସଜୀବ ଗଣତନ୍ତ୍ର ପାଇଁ ମୁକ୍ତ, ନିର୍ଭୀକ ଏବଂ ଦାୟିତ୍ୱବାନ ଗଣମାଧ୍ୟମ ଅପରିହାର୍ଯ୍ୟ।

କେବଳ ଘଟଣାବଳୀର ଖବର ପ୍ରସାରଣ ନୁହେଁ, ସତ୍ୟର ସୁରକ୍ଷା କରିବା, ଜନସାଧାରଣଙ୍କ ମଧ୍ୟରେ ସଚେତନ ଓ ସୁସ୍ଥ ଆଲୋଚନାକୁ ପ୍ରୋତ୍ସାହିତ

କରିବା ସହ ସମାଜର ଚିନ୍ତା, ଆକାଂକ୍ଷା ଓ ଆଶାକୁ

ସ୍ୱର ଦେବାର ମହତ୍ତ୍ୱପୂର୍ଣ୍ଣ ଦାୟିତ୍ୱ ଗଣମାଧ୍ୟମ ବହନ କରିଥାଏ।

ସାମ୍ବାଦିକତାର ସଚ୍ଚୋଟତା, ନିରପେକ୍ଷତା ଏବଂ ଉତ୍ତରଦାୟିତ୍ୱ ଭଳି ମୂଲ୍ୟବୋଧ ପ୍ରତି ଆମେ

ପୁନର୍ବାର ନିଜର ପ୍ରତିବଦ୍ଧତା ଦୋହରାଇବା। କାରଣ ଏକ ସୁଦୃଢ଼ ଗଣତନ୍ତ୍ରର ଆଧାର କେବଳ ସଚେତନ

ନାଗରିକ ନୁହନ୍ତି, ବରଂ ଏକ

ଦାୟିତ୍ୱବାନ ଗଣମାଧ୍ୟମ ମଧ୍ୟ।

ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଏକ ବାର୍ତ୍ତାରେ କହିଛନ୍ତି ଯେ, ଏକ ସ୍ୱାଧୀନ, ନିରପେକ୍ଷ ଓ ଦାୟିତ୍ୱବାନ ଗଣମାଧ୍ୟମ ଏକ ସୁଦୃଢ଼ ଗଣତନ୍ତ୍ରର

ମୂଳଦୁଆ। ସତ୍ୟକୁ ଲୋକଲୋଚନକୁ ଆଣିବା ସହ ସମାଜକୁ ସଚେତନ ଓ ସୂଚନାସମୃଦ୍ଧ ରଖୁଥିବା

ସାମ୍ବାଦିକମାନଙ୍କ ନିଷ୍ଠା ଓ ସମର୍ପଣକୁ ମୋର ସଲାମ। ଜାତୀୟ ପ୍ରେସ୍ ଦିବସ ଅବସରରେ ହାର୍ଦ୍ଦିକ

ଶୁଭେଚ୍ଛା!

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande