
ଭୁବନେଶ୍ୱର, 16 ନଭେମ୍ବର (ହି.ସ.)- ବିହାର ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି
ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଏନେଇ ସୋସିଆଲ ମିଡିଆ ଏକ୍ସରେ କନକ ବର୍ଦ୍ଧନ ସିଂହଦେଓ
କହିଛନ୍ତି ଯେ, ବିହାରର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ସମ୍ରାଟ ଚୌଧୁରୀ ଜୀଙ୍କୁ ଜନ୍ମଦିନର
ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଆଗାମୀ ବର୍ଷଟି ତାଙ୍କ ପାଇଁ ଉତ୍ତମ ସ୍ୱାସ୍ଥ୍ୟ, ସୁଖ ଓ ଆନନ୍ଦମୟ
ହେଉ। ଜନସେବାରେ ନିରନ୍ତର ସମର୍ପିତ ରହିବା ପାଇଁ ସେ ଅଧିକ ଶକ୍ତି ଓ ସାମର୍ଥ୍ୟ ଲାଭ କରନ୍ତୁ।
ତାଙ୍କର ସମସ୍ତ ପ୍ରୟାସରେ ସଫଳତା କାମନା କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା