ଜନକଲ୍ୟାଣକାରି ଯୋଜନା ମେଗା ଅଭିଯାନ ଉଦଘାଟନ
ଜୟପୁର, ୧୬ ନଭେମ୍ବର (ହି.ସ.) - ଜୟପୁର ବ୍ଲକ ଫାମ୍ପୁଣି ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, କୋରାପୁଟ-ଜୟପୁର ପକ୍ଷରୁ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ନେଇ ୬୦ ଦିନିଆ ମେଗା ଅଭିଯାନର ଉଦ୍ଘାଟନୀ ସମାରୋହ ଆୟୋଜିତ ହୋଇଥିଲା। ଏହି ଉଦ୍ଘାଟନୀ ସମାରୋହରେ ଜିଲ୍ଲା ଜଜ୍
ଜନକଲ୍ୟାଣକାରି ଯୋଜନା ମେଗା ଅଭିଯାନ ଉଦଘାଟନ


ଜୟପୁର, ୧୬ ନଭେମ୍ବର (ହି.ସ.) - ଜୟପୁର ବ୍ଲକ ଫାମ୍ପୁଣି ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, କୋରାପୁଟ-ଜୟପୁର ପକ୍ଷରୁ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ନେଇ ୬୦ ଦିନିଆ ମେଗା ଅଭିଯାନର ଉଦ୍ଘାଟନୀ ସମାରୋହ ଆୟୋଜିତ ହୋଇଥିଲା।

ଏହି ଉଦ୍ଘାଟନୀ ସମାରୋହରେ ଜିଲ୍ଲା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ପ୍ରଦୀପ କୁମାର ମହାନ୍ତ, ସଚିବ ତଥା ସ୍ଥାୟୀ ଲୋକ ଅଦାଲତର ବିଚାରପତି ଶ୍ରୀମତୀ ପ୍ରଦ୍ୟୋମୟୀ ସୁଜାତା, ଫାମ୍ପୁଣି ପଂଚାୟତର ସରପଂଚ ଶ୍ରୀ ଶିବ ଭୂମିଆ ଏବଂ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଲୋକନାଥ ଚୌଧୁରୀ ଉପସ୍ଥିତ ରହିଥିଲେ। ଏଥିସହିତ ଗ୍ରାମର ୱାର୍ଡ ସଭ୍ୟସଭ୍ୟା, ଅଙ୍ଗନବାଡ଼ି କର୍ମୀ, ଆଶା ଦିଦି ଏବଂ ଗ୍ରାମର ଯୁବପିଢ଼ିଙ୍କ ସମେତ ବହୁ ଗ୍ରାମବାସୀ ମଧ୍ୟ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ୧୩ଟି ବିଭିନ୍ନ ଯୋଜନା ସମ୍ପର୍କରେ ଉପସ୍ଥିତ ଗ୍ରାମବାସୀଙ୍କୁ ବିସ୍ତୃତ ଭାବେ ଅବଗତ କରାଇଥିଲେ। ଏହି ଅଭିଯାନ ମାଧ୍ୟମରେ ସାଧାରଣ ଲୋକେ କିପରି ଯୋଜନାଗୁଡ଼ିକର ସୁଫଳ ପାଇପାରିବେ, ସେ ସମ୍ପର୍କରେ ମଧ୍ୟ ସେ ସ୍ପଷ୍ଟ ଭାବେ ବୁଝାଇଥିଲେ। ଏଥିସହିତ ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସାଧାରଣ ଜନତାଙ୍କୁ ବିଭିନ୍ନ ସରକାରୀ ଜନକଲ୍ୟାଣକାରୀ ଯୋଜନା ଓ ମାଗଣା ଆଇନ ସେବା ସମ୍ପର୍କରେ ସଚେତନ କରିବା ସହ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ଏହି ସବୁ ଯୋଜନାର ସୁବିଧା ପହଂଚାଇବା ବୋଲି ସେ ପ୍ରକାଶ କରିଥିଲେ। ଏହି ଅଭିଯାନ ଅନ୍ତର୍ଗତ ପାରାଲିଗାଲ୍ ସ୍ୱେଚ୍ଛାସେବୀମାନେ ୬୦ ଦିନ ଧରି ଘରକୁ ଘର ଯାଇ ୧୩ଟି ଯୋଜନା ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବା ସହ ଆଇନଗତ ସହାୟତା ପହଂଚାଇବେ। ଏଥିସହିତ ଆଇନଗତ ସହାୟତା ଆବଶ୍ୟକ କରୁଥିବା ପୀଡ଼ିତ ଓ ଅସହାୟ ବ୍ୟକ୍ତିଙ୍କଠାରୁ ଆବେଦନପତ୍ର ମଧ୍ୟ ଗ୍ରହଣ କରିବେ ବୋଲି ସୂଚନା ଦିଆଯାଇଥିଲା। ଏହି ୬୦ ଦିନିଆ ମେଗା ଡ୍ରାଇଭ୍ ମାଧ୍ୟମରେ ଗ୍ରାମାଞ୍ଚଳର ଲୋକମାନେ ଆଇନଗତ ସହାୟତା ପାଇବା ସହ ବିଭିନ୍ନ ଜନହିତକର ଯୋଜନାର ସୁଫଳ ପାଇପାରିବେ ବୋଲି ଆଶା ପ୍ରକାଶ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande