
ଭୁବନେଶ୍ୱର, 16 ନଭେମ୍ବର (ହି.ସ.)- ଜାତୀୟ ପ୍ରେସ୍ ଦିବସରେ ଗଣମାଧ୍ୟମ ପ୍ରତିନିଧିଙ୍କୁ
ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏନେଇ ସୋସିଆଲ ମିଡିଆ ଏକ୍ସରେ
ନବୀନ କହିଛନ୍ତି ଯେ, ଜାତୀୟ ପ୍ରେସ୍ ଦିବସ ଅବସରରେ ସମସ୍ତ ସାମ୍ବାଦିକ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ
ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।
ଗଣତନ୍ତ୍ରର ମୂଳଦୁଆକୁ ସୁଦୃଢ଼ କରିବା, ନାଗରିକମାନଙ୍କ
ଜାଣିବାର ଅଧିକାରର ସୁରକ୍ଷା କରିବା, ନିର୍ଭରଯୋଗ୍ୟ ଓ ସତ୍ୟାପିତ ସୂଚନା ପ୍ରସାର କରିବା ସହ ଜନସାଧାରଣଙ୍କ
ସ୍ୱରକୁ ଉପଯୁକ୍ତ ମଞ୍ଚ ଦେବା କ୍ଷେତ୍ରରେ ସେମାନଙ୍କର ଅପରିହାର୍ଯ୍ୟ ଅବଦାନ ପ୍ରଶଂସନୀୟ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା