
ଧର୍ମଶାଳା,୧୬ ନଭେମ୍ବର(ହି.ସ.) - ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ପରିଚିତ ସାମ୍ବାଦିକତା କେବଳ ଏକ ବୃତି ନୁହେଁ, ଏହା ଜନସାଧାରଣଙ୍କ ସ୍ୱରକୁ ଶାଣିତ କରିବା ସହ ସମାଜ ପ୍ରତି ଏକ ନୈତିକ ଦାୟିତ୍ୱ ଜାତୀୟ ପ୍ରେସ ଦିବସରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋିଯାଇଛି । ଆଜି ଅପରାହ୍ନରେ ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦାଠାରେ ଜାତୀୟ ସାମ୍ବାଦିକ ଦିବସ ପାଳନ ଅବସରରେ ସାମ୍ବାଦିକମାନେ ଖବର ପରିବେଷଣ ସମୟରେ ତୃତୀୟ ନୟନ ବ୍ୟବହାର କରି ଖବର ପ୍ରସାରଣ କରିବା ଓ ନିଜ ବିବେକ ଓ ବୁଦ୍ଧି ଲଗାଇ ଖବର ପ୍ରସାରଣ କରିବା ଯାହାକି ସମାଜ ଉପରେ କେତେ ପ୍ରଭାବ ପଡିବ ତାହା ପ୍ରତି ଯତ୍ନବାନ ହେବ ଉଚିତ ବୋଲି ଅଥିଥବମାନେ ମତବ୍ୟକ୍ତ କରିଥିଲେ । ପ୍ରମୋଦ ପତି ଫାଉଣ୍ଡେସନ୍ ଆନୁକୂଲ୍ୟରେ ଅନୁଷ୍ଠିତ ଦିବସରେ ଅନୁଷ୍ଠାନର ସାଧାରଣ ସଂପାଦକ ଅମିୟ କୁମାର ପରିଡ଼ାଙ୍କ ସଭାପତିତ୍ୱରେ ରାଜ୍ୟ ସାମ୍ବାଦିକ ସଭାପତି(ଏସ୍ୟୁଜେ) ଥଥା ପ୍ରଗତିବାଦୀ’ ଖବରକାଗଜର ଜିଲା ପ୍ରତିନିଧି କୈଳାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଓ ପ୍ରାକ୍ତନ ଅଧ୍ୟକ୍ଷ ପବିତ୍ର ମୋହନ ମାହାଲା ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ବେଳେ ସମ୍ବାଦ ଖବରକାଗଜର ଜିଲା ପ୍ରତିନିଧି ମନୋଜ ରାଉଳ,ସୂର?୍ୟ୍ୟପ୍ରଭା ଜିଲା ପ୍ରତିନିଧି ଶରତ ଚନ୍ଦ୍ର ପୋଥାଳ,ସମାଜର ଜିଲା ପ୍ରତିନିଧି ରଙ୍ଗବଲ୍ଲଭ ସାହୁ, ସକାଳର ଜିଲା ପ୍ରତିନିଧି ସନ୍ଦୀନ୍ତ ରାୟ,ନିର୍ଭୟ ସୂଚନାର ଜିଲା ପ୍ରତିନିଧି ଶୁଭକାନ୍ତ ନାୟକ, ବ୍ରହ୍ମବରଦା ସରପଂଚ ମମତା ଶୁଭଦର୍ଶିନୀ ଦେଓ, ସାମାଜିକ କର୍ମୀ ମଂଟୁ ଦାସ ଓ ଫାଉଣ୍ଡେସନ୍ର ସଚିବ ଦିବ୍ୟଜ୍ୟୋତି ପତି ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ସାମ୍ବାଦିକତା ଏକ ବୃତି ନା ଜନସେବାର ନୈତିକ ଦାୟିତ୍ୱ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ବ୍ରହ୍ମବରଦା ଅଂଚଳର ସାମ୍ବାଦିକ, ସାମାଜିକ କର୍ମୀ, କୃତୀ ଛାତ୍ରଛାତ୍ରୀ ଓ ବିଭିନ୍ନ ସାମାଜିକ ଅନୁଷ୍ଠାନର କର୍ମକର୍ତାଙ୍କୁ ଅନୁଷ୍ଠାନ ପକ୍ଷରୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଏଥିରେ ଅଂଚଳର ବହୁ ବୁଦ୍ଧିଜୀବୀ, ଶିକ୍ଷାବିତ୍ ,କବି,ସୁସାହିତ୍ୟିକ ଓ ଅଂଚଳର ବରିଷ୍ଠ ମୁରବୀମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଫାଉଁଣ୍ଡେସନର ସମସ୍ତ କର୍ମକର୍ତା ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ