ପିକକ୍ ଶିଶୁ ମେଳାର ତୃତୀୟ ଦିବସ: ଭୁବନେଶ୍ୱରରେ ଅନୁଷ୍ଠିତ ହେଲା କିଶୋରୀମାନଙ୍କ ଛାୟା ବିଧାନସଭା
Bhubaneswar, 16 ନଭେମ୍ବର (ହି.ସ.) କିଶୋରୀମାନଙ୍କ ନେତୃତ୍ୱ, ଦକ୍ଷତା, ଆତ୍ମବିଶ୍ୱାସ ଓ ସକ୍ରିୟ ଅଂଶଗ୍ରହଣକୁ ସୁଦୃଢ଼ କରିବା ସହ ଗଣତାନ୍ତ୍ରିକ ପ୍ରକ୍ରିୟା, ବିଧି ବ୍ୟବସ୍ଥା ସମ୍ପର୍କରେ ଜାଣିବା ସହିତ ନିଜର ମତାମତ ଉପସ୍ଥାପନ କରିବାର ଏକ ମଞ୍ଚ ପ୍ରଦାନ ଉଦ୍ଦେଶ୍ୟରେ ପିପୁଲସ୍ କଲଚରାଲ୍ ସେଣ୍ଟର (
ପିକକ୍ ଶିଶୁ ମେଳାର ତୃତୀୟ ଦିବସ: ଭୁବନେଶ୍ୱରରେ ଅନୁଷ୍ଠିତ ହେଲା କିଶୋରୀମାନଙ୍କ ଛାୟା ବିଧାନସଭା


Bhubaneswar, 16 ନଭେମ୍ବର (ହି.ସ.)

କିଶୋରୀମାନଙ୍କ ନେତୃତ୍ୱ, ଦକ୍ଷତା, ଆତ୍ମବିଶ୍ୱାସ ଓ ସକ୍ରିୟ ଅଂଶଗ୍ରହଣକୁ ସୁଦୃଢ଼ କରିବା ସହ ଗଣତାନ୍ତ୍ରିକ ପ୍ରକ୍ରିୟା, ବିଧି ବ୍ୟବସ୍ଥା ସମ୍ପର୍କରେ ଜାଣିବା ସହିତ ନିଜର ମତାମତ ଉପସ୍ଥାପନ କରିବାର ଏକ ମଞ୍ଚ ପ୍ରଦାନ ଉଦ୍ଦେଶ୍ୟରେ ପିପୁଲସ୍ କଲଚରାଲ୍ ସେଣ୍ଟର (ପିକକ୍) ଦ୍ଵାରା ଭୁବନେଶ୍ୱରସ୍ଥିତ ମହବୋଧି ପ୍ରେକ୍ଷାଳୟ (ବୁଦ୍ଧ ମନ୍ଦିର) ଠାରେ କିଶୋରୀ ଛାୟା ବିଧାନସଭା ଅନୁଷ୍ଠିତ ହୋଇଥିଲା। କିଶୋରୀମାନେ ଛାୟା ବିଧାନସଭାରେ ଭାଗ ନେଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିଥିଲେ, ଯଥା ଶିକ୍ଷା, ଶିଶୁ ଶ୍ରମ, ବାଲ୍ୟ ବିବାହ, ଅନଲାଇନ୍ ସୁରକ୍ଷା, ପରିବାର ଭିତ୍ତିକ ଯତ୍ନ , ସ୍ୱାସ୍ଥ୍ୟ, ସମାନତା ଓ ମର୍ୟ୍ୟାଦା, ମହିଳା ଓ ଶିଶୁ ବିକାଶ ପାଇଁ ଅତିରିକ୍ତ ବଜେଟ ଓ ମହିଳା ମାନଙ୍କର ପ୍ରଗତି ପାଇଁ ପ୍ରସ୍ତାବ ଆଗତ କରଯାଇଥିଲା । କିଶୋରୀ ମନ୍ତ୍ରୀମାନେ ମିଶନ୍ ବାତ୍ସଲ୍ୟ ଯୋଜନା, ପେନ୍ସିଲ୍ ପୋର୍ଟାଲ୍, ଶିଶୁ ଶ୍ରମ ନିରୋଧ ଆଇନର ବ୍ୟବସ୍ଥା, ବାଲ୍ୟ ବିବାହ ନିରୋଧ ଆଇନ, ରାଷ୍ଟ୍ରୀୟ କିଶୋର ସ୍ୱାସ୍ଥ୍ୟ କାର୍ୟ୍ୟକ୍ରମ (ଜକଝକ), ଆଇରନ୍ ଓ ଫୋଲିକ୍ ସପ୍ଲିମେଣ୍ଟେସନ୍ (ଡଓୠଝ) ଏବଂ ଶିଶୁ ସହାୟତା ନମ୍ବର ୧୦୯୮, ଜରୁରୀକାଳୀନ ସହାୟତା ନମ୍ବର ୧୧୨ ଓ ସାଇବର ଅପରାଧ ସହାୟତା ନମ୍ବର ୧୯୩୦ ଆଦି ବିଷୟରେ ସଦସ୍ୟା ମାନଙ୍କୁ ଗୃହରେ ଅବଗତ କରାଇଥିଲେ ।

ଏହି କାର୍ୟ୍ୟକ୍ରମରେ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ଜଗନ୍ନାଥ ପ୍ରଧାନ ଯୋଗଦେଇ ପିଲମାନଙ୍କୁ ବିଧାନସଭା ର କାର୍ୟ୍ୟପ୍ରଣାଳୀ ଉପରେ ଅବଗତ କରିଥିଲେ ଓ ସେ ଆହୁରି ମଧ୍ୟ କହିଥିଲେ ନେତା ହେବାକୁ ହେଲେ ଲୋକଙ୍କ ସହ ରହିବାକୁ ପଡିବ । ଅନ୍ୟମାନଙ୍କ ମଧ୍ୟରେ ବାଲିଅନ୍ତା ବ୍ଲକର ଶିକ୍ଷା ଅଧିକାରୀ ଦିଲ୍ଲୀପ କୁମାର ବଡପଣ୍ଡା, ସିଆରସିସି ସତ୍ୟବାନ ଖଣ୍ଡା, ବିଶିଷ୍ଟ ଶିକ୍ଷାବିତ ଚିତ୍ରଲେଖା ମହାନ୍ତି ପିଲାମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସାମ୍ବାଦିକ ଅଭିଷେକ ମହାନ୍ତି କହିଲେ ଏହି ଛାୟା ବିଧାନସଭା ଦାୟିତ୍ୱ ଗ୍ରହଣ କରିବା ଏବଂ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବାର ଏକ ଅଭିନବ ପ୍ରୟାସ। ପିକକ୍ର ସମ୍ପାଦକ ରଞ୍ଜନ କୁମାର ମହାନ୍ତି ନିଜ ବକ୍ତବ୍ୟରେ କହିଥିଲେ ଯେ, “ଏଇ ଛାୟା ବିଧାନସଭା କିଶୋରୀମାନଙଙ୍କୁ ବିଧାନସଭାର କାର୍ୟ୍ୟପ୍ରଣାଳୀକୁ ବୁଝିବା, ନିଜ ସମସ୍ୟା ଉପସ୍ଥାପନ କରିବା ପାଇଁ ଆତ୍ମବିଶ୍ୱାସ ପ୍ରଦାନ କରିବ।“ ପିକକ୍ର କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଧନ୍ୟବାଦ ଜଣାଇ କହିଥିଲେ ଯେ, “ନିଜର ମତାମତ ନିର୍ଭୀକ ଭାବେ ଉପସ୍ଥାପନ କରିବା ପାଇଁ ଏହା କିଶୋରୀ ମାନଙ୍କୁ ପ୍ରୋତ୍ସାହିତ କରିବ” ।

ଏହି ଛାୟା ବିଧାନସଭାରେ ଖୋର୍ଦ୍ଧା,କଟକ, ଯାଜପୁର, କେନ୍ଦ୍ରାପଡ଼ା ଏବଂ ଓଡ଼ିଶାର ଅନ୍ୟାନ୍ୟ ଜିଲ୍ଲାରୁ ପ୍ରାୟ ୧୦୦ ଜଣରୁ ଊର୍ଦ୍ଧ୍ଵ କିଶୋରୀ ଅଂଶଗ୍ରହଣ କରିଥିଲେ। ଏହାର ପ୍ରସ୍ତୁତି ସ୍ୱରୂପ ନଭେମ୍ବର ୧୫ ତାରିଖରେ ଏକ ଦିନିକିଆ ପ୍ରସ୍ତୁତି କର୍ମଶାଳା ଆୟୋଜିତ ହୋଇଥିଲା। ଏହି କର୍ମଶାଳାରେ ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନଗୋ ଏହାର ଅଭିମୁଖ୍ୟ ଓ ପ୍ରକ୍ରିୟା ସମ୍ପର୍କରେ ଅବଗତ କରାଇଥିଲେ । କିଶୋରୀ ମାନଙ୍କ ବିଧାନସଭାର କାର୍ୟ୍ୟଧାରା ଉପରେ ବିଧାନ ସଭାର ପୂର୍ବତନ ଯୁଗ୍ମ ସଚିବ ଦେବେନ୍ଦ୍ର କୁମାର ପ୍ରଧାନ ତାଲିମ ପ୍ରଦାନ କରିଥିଲେ ।

ଆଜି ସନ୍ଧ୍ୟାରେ ଏକ ସ୍ଵତନ୍ତ୍ର କାର୍ୟ୍ୟକ୍ରମ ‘ଶିଖିବା, ଭାବିବା, କହିବା – ପରିବର୍ତ୍ତନର ଆଧାର – ଏକ୍ସକ୍ଟଙ୍ଗସଦ୍ଭଶ ଗସଦ୍ଭୟ, ଝଷବକ୍ସସଦ୍ଭଶ ଠକ୍ଟସମରଗ୍ଦ - ପିଲାମାନଙ୍କର ସ୍ଵର’ କାର୍ୟ୍ୟକ୍ରମରେ ବିକଶିତ ଓଡ଼ିଶା: ମୋ ସ୍ୱପ୍ନର ପିଲାବେଳ, ପରିବାର, ବିଦ୍ୟାଳୟ ଓ ସମାଜ ବିଷୟରେ ପ୍ରିୟାନ୍ଶୀ ପାତ୍ର, ଜେସିକା ନାୟକ, ସାଇ ଐଶ୍ଵର୍ୟ୍ୟ। ମହାନ୍ତି, ଶୁଭମ ନାୟକ, ସଂସ୍କୃତି ମହାନ୍ତି ମହାପାତ୍ର, ଆଶାଲତା ଜେରାଇ, ସୋମାଗ୍ନି ସାହୁ ପ୍ରମୁଖ ପିଲାମାନେ ଭାଗନେଇ ନିଜର ସୁଚିନ୍ତିତ ମତାମତ ପ୍ରକାଶ କରିଥିଲେ । ପିଲାମାନଙ୍କ ମଧ୍ୟରେ ଆବୃତି ପ୍ରତିଯୋଗୀତା ଆଯୋଜିତ ହୋଇଥିଲା ଓ ଏଥିଦ୍ଭରେ ବିଚାରକ ଭାବେ ଯୋଗ ଦେଇଥିଲେ କମଲ ପତି, ସୁମିତ୍ରା ତ୍ରିପାଠୀ, ଇତିଶ୍ରୀ ଦୀକ୍ଷିତ, ଶର୍ମିଲା ସାହୁ, ପ୍ରତିମା ନଳିନୀ ପତି ଓ ମଧୁମିତା ଦାସ। । ସମ୍ମାନିତ ଅତିଥି ଭାବେ ରାଜ୍ୟ ମହିଳା କମିଶନର ସଦସ୍ୟା ପ୍ରତିଭା ଶତପଥି, ବରିଷ୍ଟ ସାମ୍ବାଦିକ ଯତୀନ୍ଦ୍ର ଦାଶ ପ୍ରମୁଖ ଯୋଗଦେଇଥିଲେ । ଓଡିଶୀ ନୃତ୍ୟର କୃତି ପ୍ରତିଯୋଗୀମାନଙ୍କୁ ଆଜି ପୁରସ୍କୃତ କରଯାଇଥିଲା । ପିକକ୍ ର ରତ୍ନା ଦାଶ,ଜ୍ୟୋତିଶଙ୍କର ମହାନ୍ତି, ଉପମା ମହାନ୍ତି, ସୁମିତ୍ରା ମହାନ୍ତି, ରଶ୍ମିରେଖା ସାହୁ, ପୂଜା ପଣ୍ଡା, ଅଙ୍କିତା ବାରିକ, ବିଷ୍ଣୁପ୍ରିୟା ପ୍ରମୁଖ କାର୍ୟ୍ୟକ୍ରମର ପରିଚାଳନା କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande