
ମାଲକାନଗିରି , ୧୭ ନଭେମ୍ବର (ହି.ସ.)ବନ୍ୟଜନ୍ତୁ ଚୋରା ଚାଲାଣ ରୋକିବା ଦିଗରେ କାଲିମେଳା ବନ ବିଭାଗକୁ ମିଳିଛି ଏକ ବଡ଼ ସଫଳତା। ମଙ୍ଗଳବାର ସକାଳ ପ୍ରାୟ ୬ଟା ୨୫ ମିନିଟ୍ ସମୟରେ କାଲିମେଳା ସେକ୍ସନର ବନ କର୍ମଚାରୀମାନେ ନିୟମିତ ପାଟ୍ରୋଲିଂ କରୁଥିବା ବେଳେ ଜବାନପାଲ୍ଲୀ-କୋଇମେଟଲା ରାସ୍ତା ନିକଟରେ ଦୁଇ ଜଣଙ୍କୁ ସନ୍ଦେହରେ ଅଟକାଇଥିଲେ। ଅଟକ ଦୁଇ ଜଣ ହେଲେ ଏମପିଭି-୬୪ ଗ୍ରାମର ଦେବବ୍ରତ ଗାଏନ୍, ଏବଂ ନବଗୋପାଳ ମଣ୍ଡଳ, । ସେମାନଙ୍କ ନିକଟରେ ଯାଞ୍ଚ କରିବା ପରେ ୫୦ଟି ଭାରତୀୟ ଫ୍ଲାପ୍ସେଲ୍ କଇଁଛ ଥିବା ଜଣାପଡ଼ିଥିଲା। ବନ୍ୟଜନ୍ତୁ ଚାଲାଣରେ ବ୍ୟବହୃତ ହେଉଥିବା ଦୁଇଟି ମୋଟରସାଇକେଲ ମଧ୍ୟ ବନ ବିଭାଗ ଜବତ କରିଛି। ଉଦ୍ଧାର ହୋଇଥିବା କଇଁଛ ଏବଂ ଜବତ ମୋଟରସାଇକେଲ ସହ ଦୁଇ ଅଟକ ବ୍ୟକ୍ତିଙ୍କୁ କାଲିମେଳା ବନାଞ୍ଚଳ କାର୍ଯ୍ୟାଳୟକୁ ନିଆଯାଇଛି। ବନ୍ୟଜନ୍ତୁ ସୁରକ୍ଷା ଆଇନ-୧୯୭୨ ଅନୁଯାୟୀ ଆବଶ୍ୟକୀୟ ବିଭାଗୀୟ ପ୍ରକ୍ରିୟା ଓ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ