
ଜୟପୁର, ୧୭ ନଭେମ୍ବର (ହି.ସ.) ପଂଚାୟତର ସମ୍ପତି ବିନା ଟେଣ୍ଡରରେ ପୁରୁଣା ପାଣି ଟାଙ୍କି ବିକ୍ରି କରାଯାଇଥିବା ନେଇ ସରପଂଚଙ୍କ ବିରୋଧରେ କୋରାପୁଟ ଜିଲା ବୈପାରିଗୁଡା ଥାନାରେ ଅଭିଯୋଗ। ଏହି ଘଟଣାକୁ କେନ୍ଦ୍ର କରି ଅଂଚଳରେ ଅସନ୍ତୋଷ ଦେଖାଦେଇଥିବା ବେଳେ ନ୍ୟାୟ ଦାବିରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ୱାର୍ଡ ସଭ୍ୟ, ନାଏବ ସରପଂଚ ଓ ଗ୍ରାମବାସୀ।
ଅଭିଯୋଗ ଅନୁଯାୟୀ, ପଂଚାୟତରେ ଥିବା ପୁରୁଣା ପାଣି ଟାଙ୍କିକୁ ନିୟମ ଅନୁଯାୟୀ ନିଲାମ କିମ୍ବା ଟେଣ୍ଡର ପ୍ରକ୍ରିୟା ଅନୁସରଣ ନକରି ବିକ୍ରି କରାଯାଇଛି। ଏହି ବିକ୍ରି କାରବାରରେ ସ୍ୱଚ୍ଛତା ରକ୍ଷା କରାଯାଇନଥିବା ଏବଂ ଆର୍ôଥକ ଅନିୟମିତତା ହୋଇଥିବା ନେଇ ସନ୍ଦେହ ପ୍ରକାଶ କରିଛନ୍ତି ଅଭିଯୋଗକାରୀ। ପଂଚାୟତର ସମ୍ପତି ବିକ୍ରି ସମ୍ପର୍କରେ ସମସ୍ତ ନିୟମ ଓ ପ୍ରକ୍ରିୟା ପାଳନ କରାଯାଇଛି କି ନାହିଁ, ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ସେମାନେ।
ଏହି ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆଣିବା ପାଇଁ ନିରପେକ୍ଷ ତଦନ୍ତ କରାଯିବା ସହ ବିକ୍ରି ସମ୍ପର୍କିତ ସମସ୍ତ କାଗଜପତ୍ର ଓ ଆର୍ôଥକ କାରବାରର ଯାଂଚ କରିବାକୁ ଦାବି ହୋଇଛି। ଯଦି ଏହି କାରବାରରେ କୌଣସି ଅନିୟମିତତା କିମ୍ବା ଆଇନ ଉଲ୍ଲଂଘନ ହୋଇଥାଏ, ତେବେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର ପଦକ୍ଷେପ ନେବାକୁ ଦାବି କରିଛନ୍ତି ଗ୍ରାମବାସୀ।
ପଂଚାୟତର ସମ୍ପତି କୌଣସି ବ୍ୟକ୍ତିଗତ ସମ୍ପତି ନୁହେଁ, ଏହା ଜନସାଧାରଣଙ୍କ ସମ୍ପତି। ତେଣୁ ଏହାର ବିକ୍ରି ଓ ପରିଚାଳନାରେ ସ୍ୱଚ୍ଛତା ଏବଂ ଉତରଦାୟିତ୍ୱ ରହିବା ଜରୁରୀ ବୋଲି ମତ ପ୍ରକାଶ ପାଇଛି। ଏବେ ଏହି ଅଭିଯୋଗ ଉପରେ ପୁଲିସ ଓ ସମ୍ପୃକ୍ତ ପ୍ରଶାସନ କି ପଦକ୍ଷେପ ଗ୍ରହଣ କରୁଛନ୍ତି, ତାହା ଉପରେ ଅଂଚଳବାସୀଙ୍କ ନଜର ରହିଛି।
------------------
---------------
ହିନ୍ଦୁସ୍ଥାନ ସମାଚାର / ପିକେପି