ଆକାଵାନ ମୁକାଵିଲା ପାଇଁ ପ୍ରସ୍ତୁତି ବୈଠକ
ଗଂଜାମ, 17 ନଭେମ୍ବର (ହି.ସ.)ସମ୍ଭାବ୍ୟ ପ୍ରବଳ ବର୍ଷା ଓ ଆକାବାନ୍ ବାତ୍ୟାର ମୁକାବିଲା ପାଇଁ ବ୍ରହ୍ମପୁର ମହାନଗର ନିଗମରେ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଛି l କମିଶନର ଶ୍ରୀମତୀ ଏ ସସ୍ୟ ରେଡ୍ଡୀ, ଡେପୁଟି ମେୟର ଶ୍ରୀ ଇ.ବିବେକ ରେଡ୍ଡୀ, କର୍ପୋରେଟରଗଣ, ବିଧାୟକ ପ୍ରତିନିଧି,ନିଗମର ସମସ୍ତ ଅଫିସର ଓ ଇଞ୍
Qrtyuiooo


ଗଂଜାମ, 17 ନଭେମ୍ବର (ହି.ସ.)ସମ୍ଭାବ୍ୟ ପ୍ରବଳ ବର୍ଷା ଓ ଆକାବାନ୍ ବାତ୍ୟାର ମୁକାବିଲା ପାଇଁ ବ୍ରହ୍ମପୁର ମହାନଗର ନିଗମରେ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଛି l କମିଶନର ଶ୍ରୀମତୀ ଏ ସସ୍ୟ ରେଡ୍ଡୀ, ଡେପୁଟି ମେୟର ଶ୍ରୀ ଇ.ବିବେକ ରେଡ୍ଡୀ, କର୍ପୋରେଟରଗଣ, ବିଧାୟକ ପ୍ରତିନିଧି,ନିଗମର ସମସ୍ତ ଅଫିସର ଓ ଇଞ୍ଜିନିୟର, ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ଏ ବାବଦରେ ବିସ୍ତୃତ ଆଲୋଚନା ହୋଇଥିଲା l ମେୟର ଶ୍ରୀମତୀ ସଙ୍ଘମିତ୍ରା ଦଳେଇ ଭିଡିଓ କଲ୍ ମାଧ୍ୟମରେ ଏହି ପ୍ରସ୍ତୁତି ବୈଠକରେ ଯୋଗ ଦେଇ ସାମୂହିକ ଉଦ୍ୟମରେ ବିପର୍ଯ୍ୟୟର ସଫଳ ମୁକାବିଲା କରିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ। ନିଗମ କାର୍ଯ୍ୟାଳୟରେ 18 ନଭେମ୍ବର ସକାଳ ଠାରୁ ଏକ ଚବିଶ ଘଣ୍ଟିଆ କଣ୍ଟ୍ରୋଲ ରୁମ କାମ କରିବ ବୋଲି ନିଗମ ପକ୍ଷରୁ ସୂଚନା ଦିଆଯାଇଛିl ସମୁଦାୟ 24ଟି ଅସ୍ଥାୟୀ ଆଶ୍ରୟସ୍ଥଳୀ ଚିହ୍ନଟ କରାଯିବା ସହ ସେଗୁଡିକର ସୁପରିଚାଳନା ପାଇଁ ସେଠାରେ ଚବିଶ ଘଣ୍ଟିଆ ଦାୟିତ୍ୱ ନିର୍ବାହ ସକାଶେ କର୍ମଚାରୀ ନିୟୋଜିତ କରାଯିବ l କଚ୍ଚାଘର ଏବଂ ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ସ୍ଥାନାନ୍ତର କରି ସେହି ଆଶ୍ରୟସ୍ଥଳୀଗୁଡ଼ିକରେ ରଖାଯିବ l ଡ୍ରେନେଜ ବିଭାଗର ଅଧିକାରୀଙ୍କ ସହ ସମନ୍ୱୟ ରଖି ବାହାନା ନାଳ ଓ ସାପୁଆ ନାଳ ପାର୍ଶ୍ୱବର୍ତ୍ତୀ ଜବରଦଖଲକୁ ଯୁଦ୍ଧକାଳୀନ ଭିତ୍ତିରେ ହଟାଇ ଜଳ ନିଷ୍କାସନ ସହଜ କରିବାକୁ ନିଷ୍ପତ୍ତି ହୋଇଛି। ଏବେ ବି କେତେକ ଗଛ ବିପଦସଙ୍କୁଳ ଅବସ୍ଥାରେ ଥିବାରୁ ନିଗମ ଅଧିକାରୀ, ଟାଟା ପାୱାର ସଂସ୍ଥା, ଅଗ୍ନିଶମ ବିଭାଗ ଆପୋଷ ବୁଝାମଣା ଭିତ୍ତିରେ ସ୍ଥାନୀୟ କୁଶଳୀ ଶ୍ରମିକଙ୍କ ସହଯୋଗରେ ସେହି ଗଛଗୁଡିକର ଡାଳ ଆଗୁଆ କାଟିବାକୁ ସ୍ଥିର ହୋଇଛି। ଜଳବନ୍ଦୀ ପ୍ରବଣ ଅଞ୍ଚଳରେ ପୂର୍ବରୁ ବ୍ୟାପକ ନାଳ ସଫା କରାଯାଇଥିଲେ ମଧ୍ୟ ସେହି ଅଞ୍ଚଳଗୁଡିକ ପ୍ରତି ବିଶେଷ ଦୃଷ୍ଟି ଦେଇ ନାଳ ସଫା ଜାରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି l ଗତ ସେପ୍ଟେମ୍ବର ଏବଂ ଅକ୍ଟୋବର ବର୍ଷାର ଅନୁଭବକୁ ମନରେ ରଖି ଉଭୟ କର୍ମଚାରୀ ଏବଂ ଯନ୍ତ୍ରପାତି ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ପ୍ରସ୍ତୁତ କରି ରଖିବାକୁ ସ୍ପଷ୍ଟ ନିର୍ଦ୍ଦେଶ ରହିଛି। ଜନସାଧାରଣ ଅଯଥା ଆତଙ୍କିତ ନ ହୋଇ, ଗୁଜବରେ ବିଶ୍ୱାସ ନ କରି ନିଜ ଅଞ୍ଚଳର ସମସ୍ୟାକୁ ମହାନଗର ନିଗମର କଣ୍ଟ୍ରୋଲ ରୁମ ନମ୍ବର 7608880480 ରେ ଯୋଗାଯୋଗ କରି ଜଣାଇବା ପାଇଁ ମହାନଗର ନିଗମ ପକ୍ଷରୁ ନିବେଦନ କରାଯାଇଛି l ଅର୍ଣ୍ଣବ ବାତ୍ୟାରେ ପ୍ରଭାବିତ ପରିବାରଗୁଡିକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ରିଲିଫ ପ୍ରଦାନ କାର୍ଯ୍ୟକ୍ରମ ଯେପରି ବାଧାପ୍ରାପ୍ତ ନହୁଏ ସେଥିପ୍ରତି ମଧ୍ୟ ଧ୍ୟାନ ଦେବାକୁ କମିଶନର ସମସ୍ତ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande