ବଲାଙ୍ଗୀର କେତେ ସ୍ୱଚ୍ଛ ,କେତେ ସୁସ୍ଥ ? ବଲାଙ୍ଗୀର ସ୍ୱାଭିମାନ ମଂଚ
ବଲାଙ୍ଗିର, 17 ନଭେମ୍ବର (ହି.ସ.) ଉନ୍ନତିର ମାର୍ଗରେ ବଲାଙ୍ଗୀର ଯେ ଆଗେଇ ଚାଲିଛି ତାକୁ ଅସ୍ୱୀକାର କରି ହେବ ନାହିଁ । ଜନସଂଖ୍ୟା ବଢିଲା ,ଲୋକଙ୍କ ଜୀବନ ଶୈଳୀ ବଦଳିଲା ,କୋଠାବାଡି ସଂଖ୍ୟା ଅମାନିଆ ଭାବେ ବୃଦ୍ଧି ପାଇ ଚାଲିଛି । ପୁରୁଣା ଘର ସବୁ ବିକ୍ରି ହୋଇ ନଭଶ୍ଚୁମ୍ଭୀ ପ୍ରାସାଦ ଗୁଡିକର ସଂଖ୍ୟା ଦ
ବଲାଙ୍ଗୀର  କେତେ ସ୍ୱଚ୍ଛ ,କେତେ ସୁସ୍ଥ ?                    ବଲାଙ୍ଗୀର ସ୍ୱାଭିମାନ ମଂଚ


ବଲାଙ୍ଗୀର  କେତେ ସ୍ୱଚ୍ଛ ,କେତେ ସୁସ୍ଥ ?                    ବଲାଙ୍ଗୀର ସ୍ୱାଭିମାନ ମଂଚ


ବଲାଙ୍ଗିର, 17 ନଭେମ୍ବର (ହି.ସ.)

ଉନ୍ନତିର ମାର୍ଗରେ ବଲାଙ୍ଗୀର ଯେ ଆଗେଇ ଚାଲିଛି ତାକୁ ଅସ୍ୱୀକାର କରି ହେବ ନାହିଁ । ଜନସଂଖ୍ୟା ବଢିଲା ,ଲୋକଙ୍କ ଜୀବନ ଶୈଳୀ ବଦଳିଲା ,କୋଠାବାଡି ସଂଖ୍ୟା ଅମାନିଆ ଭାବେ ବୃଦ୍ଧି ପାଇ ଚାଲିଛି । ପୁରୁଣା ଘର ସବୁ ବିକ୍ରି ହୋଇ ନଭଶ୍ଚୁମ୍ଭୀ ପ୍ରାସାଦ ଗୁଡିକର ସଂଖ୍ୟା ଦୃତ ଗତିରେ ବଢି ଚାଲିଛି । ଦୋକାନ ବଜାର ଦେଖିଲେ ବଲାଙ୍ଗୀର ଏକ ମିନି ରାୟପୁର ବୋଲି ମନେ ହେଉଛି । ପ୍ରତିଦିନ ସକାଳେ ବୁଲି ଗଲାବେଳେ ପ୍ରତ୍ୟେକ ଦୋକାନ ସମ୍ମୁଖରେ ଅଳିଆ ଆବର୍ଜନା ,ପଲିଥିନ୍ ,ପ୍ଲାଷ୍ଟିକ ବୋତଲ ଓ କାଗଜ ଖୋଳ କୁଢ କୁଢ ହୋଇ ଗଦା ହୋଇଥିବା ଆପଣ ଦେଖି ପାରିବେ । ବୋତଲ ,ପ୍ଲାଷ୍ଟିକ ଓ ଲୁହା ସାମାନ ମାନ ଜରି ଗୋଟାଳୀଙ୍କ ଦ୍ୱାରା ପ୍ରାୟତଃ ସ‘ା ହୋଇ ଗଲାପରେ ଆସେ ଘରୋଇ ଆବର୍ଜନା ,ଯାହାକୁ ସଂଗ୍ରହ କରିବାର ଗୁରୁ ଦାୟିତ୍ୱ ମାଇକରେ ଗୀତ ବୋଲି ଦ୍ୱାର ଦ୍ୱାର ବୁଲୁଥିବା ସ୍ୱଚ୍ଛସାଥୀ ମାନଙ୍କ ଦ୍ୱାରା ସଂପନ୍ନ ହୋଇଥାଏ । ତେବେ ସ୍ୱତଃ ସମସ୍ତଙ୍କ ମନରେ ପ୍ରଶ୍ନ ଉଠେ ଦୈନିକ ଏହି ଆବର୍ଜନାର ପଡିମାଣ କେତେ ଓ ଏହା ଯାଉଛି କୁଆଡେ । ଏହାର ସତ୍ୟାସତ୍ୟ ଜାଣିବାକୁ ବଲାଙ୍ଗୀର ସ୍ୱାଭିମାନ ମଂଚ ତର‘ରୁ ଡକ୍ଟର ପ୍ରେମଚାନ୍ଦ ମହାନ୍ତି ଓ ବାମଦେବ ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ ବିଜାଖମନ ସ୍ଥିତ ଆବର୍ଜନା ପରିଚାଳନା ପ୍ଲାଂଟ ତଥା ଚମଡା ଗୋଦାମ ପାଶ୍ୱର୍ବର୍ତ୍ତୀ ଡମ୍ପିଂ ୟାର୍ଡ ପରିଦର୍ଶନ ସହ ସଂପୃକ୍ତ ଅଧିକାରୀମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ । ଆଲୋଚନାରୁ ଜଣାଗଲା ଯେ ବଲଙ୍ଗୀର ସହରରୁ ଦୈନିକ ହାରାହାରି ୪୦ ଟନ ଆବର୍ଜନା ବାହାରୁଛି ଏବଂ ଏହାର ପରିମାଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାର ପ୍ରକ୍ରିୟାକରଣ ପାଇଁ ୨୦୨୧ ମସିହାରୁ ୪ଟି ସ୍ଥାନରେ ପ୍ରକ୍ରିୟାକରଣ ପ୍ଲାଂଟ ସ୍ଥାପନ କରା ଯାଇଛି । ଏଥିରୁ ମୁଖ୍ୟ ପ୍ଲାଂଟଟି ବିଜାଖମନ ପାଖରେ ଅବସ୍ଥିତ । ଏଠାରେ ଶୌଚାଳୟ ଓ ପାଇଖାନାରୁ ସଂଗୃହୀତ ସେ‘୍ଟି ଟ୍ୟାଙ୍କ ପାଣିକୁ ମଧ୍ୟ ଏଣେତେଣେ ନପକାଇ ବିଶୋଧନ କରିବାକୁ ଏକ ପ୍ଲାଂଟ ବସା ଯାଇଛି । ତତ୍ ସଂଲଗ୍ନ ଚାରୋଟି ସ୍ଥାନରେ କଠିନ ବର୍ଜ୍ୟବସ୍ତୁ ପ୍ରସେସିଂ ପ୍ରକଳ୍ପ ଥିବାର ମଂଚ ସଦସ୍ୟମାନେ ଦେଖିଲେ କିନ୍ତୁ ଦୁଃଖର କଥା କୌଣସି ପ୍ରକଳ୍ପ କାର୍ଯ୍ୟକ୍ଷମ ନଥିଲା । ପରେ ବୁଝିଲା ବେଳକୁ ସେଠାକୁ ବିଦ୍ୟୁତ ସଂଯୋଗ କାଟି ଦିଆ ଯାଇଛି ବୋଲି ଜଣା ପଡିଲା । କର୍ମଚାରୀମାନଙ୍କୁ ଏହି ସବୁ ୟୁନିଟରେ ମେସିନ କରୁଥିବା କାମକୁ ହାତରେ କରିବାକୁ କୁହା ଯାଉଛି ବୋଲି ମତ ପ୍ରକାଶ କରୁଥିଲେ । ନିୟମତଃ ସବୁ ଆବର୍ଜନାକୁ ଏହି ପ୍ରକଳ୍ପ ନିକଟରେ ରଖିବା କଥା କିନ୍ତୁ ଏଥିପାଇଁ ଉଦ୍ଧିଷ୍ଟ ପ୍ରାୟ ୪୦୦ ଏକର ଜମି ଜବର ଦଖଲରେ ଥିବାରୁ ଡମ୍ପିଙ୍ଗ ୟାର୍ଡଟି ଏଠାରୁ ପ୍ରାୟ ୨ କିମି ଦୁରରେ ଚମଡା ଗୋଦାମ ପାଖରେ ମୁଖ୍ୟ ରାସ୍ତା ପାଶ୍ୱର୍ରେ ଥିବାର ଜଣାଗଲା । କେଠିଡ୍ ସମୟରେ ଏଢାରେ ଲାସ୍ ସବୁକୁ ପୋଡା ଯାଉଥିଲା । ରାସ୍ତା ପାଶ୍ୱର୍ରେ ପାହାଡ ପରିମାଣରେ ଏହି ଆବର୍ଜନା ଗଦା ହୋଇଥିବାରୁ ଦୁର୍ଗନ୍ଧରେ ନାକ ‘ାଟି ପଡୁଥିଲା । ଏହାର ଅପସାରଣ ଦାବିରେ କିଛି ଦିନ ତଳେ ମୁକ୍ତି ସଂଗଠନ ନାମକ ଏକ ସଂସ୍ଥା ଦ୍ୱାରା ରାସ୍ତା ରୋକ କରା ଯାଇଥିଲା । ‘ଳତଃ ବର୍ତ୍ତମାନ ପାଇଁକି ଏଠାରୁ କିଛି ଦୁର ଭିତରକୁ ଏହି ୟାର୍ଡକୁ ଘୁଂଚାଇ ଦିଆ ଯାଇଛି । କିନ୍ତୁ ଉଦ୍ଧେଶ୍ୟ ଆଜି ପର୍ଯ୍ୟନ୍ତ ପୁରା ହୋଇ ପାରିଲା ନାହିଁ । ଭିତରକୁ ଯେତେ ଦୁର ଦୃଷ୍ଟି ନିକ୍ଷେପ କଲେ ବି ଏହି ପାହାଡ ସଂଖ୍ୟା କମିବାର ଦିଶୁନାହିଁ । ପିରାମିଡ ଭଳି ବିଶାଳ ସ୍ଥୁପମାନ ଏଠି ବିଦ୍ୟମାନ ଥିବାର ଦେଖାଗଲା । ପ୍ରତ୍ୟେକ ପାହାଡର ପାଦଦେଶରେ ଶହଶହ ସଂଖ୍ୟକ ଗୋରୁଗାଈ ଚରୁ ଥିବାର ବିକଳ ଦୃଶ୍ୟ ଏଠି ଦେଖିବାକୁ ମିଳିଥିଲା । ଠାଏଠାଏ ଔଷଧ ଗଦା ସବୁ ଜଳି ବିଷାକ୍ତ ଧୂଆଁ ଆକାଶକୁ ଉଠୁଥିବା ସଦସ୍ୟମାନେ ଦେଖିଥିଲେ । ସବୁଠାରୁ ବିପଜ୍ଜନକ ବିଷୟ ଥିଲା ଅହରହ ଜଳୁଥିବା ଏହି ପାହାଡ ଭଳି ଆବର୍ଜନାରୁ ବାହାରୁ ଥିବା ବିଷାକ୍ତ ବାଷ୍ପର ନଭଶ୍ଚୁମ୍ଭୀ ଧାର । ସମସ୍ତେ ଜାଣିବା ଦରକାର ଯେ ପ୍ଲାଷ୍ଟିକ୍ ଓ ପଲିଥିନ ଜଳିଲା ବେଳେ ଏଥିରୁ ଡାଇଗକ୍ସିନ ବୋଲି ଏକ ବିଷାକ୍ତ ବାଷ୍ପ ବାହାରେ ଯାହା ମନୁଷ୍ୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହାନିକାରକ ଅଟେ । ପ୍ରକୃତରେ ଖୋଲା ପଡିଆରେ ଏଗୁଡିକୁ ନଜାଳି ସେଥିପାଇଁ ଇନସିନେରେଟର ସ୍ଥାପନ କରିବା ପାଇଁ ମଂଚ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ । ଯାହାହେଉ ଆଲୋଚନା ସମୟରେ ଏକ ନୁତନ ତଥ୍ୟ ସାମ୍ନାକୁ ଆସିଲା ଯାହା ସମସ୍ତଙ୍କ ପାଇଁ ଏକ ଆଶ୍ୱସ୍ଥିର ଖବର । ଆଗାମୀ କିଛି ମାସ ମଧ୍ୟରେ ଏକ ଚୁକ୍ତିନାମା ଅନୁସାରେ ଡାଲମିଆ ସିମେଂଟ କମ୍ପାନୀ ସମସ୍ତ ପ୍ଲାଷ୍ଟିକ ଓ ପଲିଥିନ ଜାତୀୟ ବର୍ଜ୍ଜ୍ୟ ବସ୍ତୁକୁ ଏଠୁ ଟ୍ରକ୍ ମାଧ୍ୟମରେ ହଟାଇ ତାକୁ ପୁନଃଚକ୍ରୀକରଣ ପ୍ରକ୍ରିୟାରେ ରାସ୍ତା କାମ ପାଇଁ ବ୍ୟବହାର କରିବେ ଏବଂ ପ୍ରତି ବଦଳରେ ମୁନିସିପାଲିଟିକୁ ଟ୍ରକ୍ ପିଛା ୬୦୦ ଟଙ୍କା ଦେୟ ଆକାରରେ ଦେବ । ମଂଚର ଅନୁରୋଧ କ୍ରମେ ନିର୍ବାହୀ ଅଧିକାରୀ ଟାଟା ପାୱାର ଅଧିକାରୀଙ୍କ ସହ ପ୍ରକଳ୍ପ ୟୁନିଟର ବିଦ୍ୟୁତ ସଂଯୋଗୀକରଣ କାର୍ଯ୍ୟ ଶୀଘ୍ର ସାରିବାକୁ ଅନୁରୋଧ କରିଥିଲେ । ସବୁଠାରୁ ପ୍ରଶଂସନୀୟ କାର୍ଯ୍ୟ ଥିଲା ପାଇଖାନା ସେ‘୍ଟି ଟ୍ୟାଙ୍କରୁ ସଂଗୃହୀତ ହେଉଥିବା ଦୂଷିତ ପଦାର୍ଥକୁ ପୁନଃ ବ୍ୟବହାର ଯୋଗ୍ୟ ଜଳରେ ପରିଣତ କରିବାର ଏକ ପ୍ରକଳ୍ପ । ତାହା ସଠିକ ରୂପେ କାର୍ଯ୍ୟ କରୁଥିବା କଥା ମଂଚର ସଦସ୍ୟମାନେ ଅନୁଭବ କରି ପାରିଥିଲେ । ଏଥିରେ ସଂଲଗ୍ନ େ‘ବଲ ଆନଏରୋବିକ୍ ବାୟୋ ରିଏକ୍ଟରରେ ପରିଶୋଧନ ପରେ ସେଥିରୁ ସଂଗୃହୀତ ଜଳକୁ ବଗିଚା କାମ କିମ୍ବା ଘର ତିଆରି କାର୍ଯ୍ୟ ପାଇଁ ବିନିଯୋଗ କରା ଯାଉଛି ବୋଲି ସେଠି କାର୍ଯ୍ୟରତ କର୍ମଚାରୀ ପ୍ରକାଶ କରିଥିଲେ । ଏଠାରେ ଜଳର ମାନ ନିର୍ଦ୍ଧାରଣ ପାଇଁ ଏକ ପରୀକ୍ଷାଗାର ରହିଛି ଯେଉଁଠାରେ ଜଳର ପିଏଚ ,ତାପମାତ୍ରା ,ବିଓଡି ,ସିଓଡି ଇତ୍ୟାଦି ମାପିବା ପାଇଁ ପର୍ଯ୍ୟାପ୍ତ ସୁବିଧା ରହିଛି । କିନ୍ତୁ ଅନୁଶୋଚନାର ବିଷୟ ଏହି ଯେ ଏଥିରୁ ବାହାରୁ ଥିବା କଠିନ ବଜ୍ର୍ଜ୍ୟ ଯାହା କମ୍ପୋଷ୍ଟ ଖତ ଆକାରରେ ବିକ୍ରି କରାଯିବା କଥା ତାହା ଏ ପର୍ଯ୍ୟନ୍ତ ସ‘ଳ ହୋଇ ପାରିନାହିଁ । ଏକ ସୁସ୍ଥ ସମାଜ ଗଠନ ପାଇଁ ସୁସ୍ତ ପରିବେଶ ନିହାତି ଦରକାର ଯାହ ସମ୍ଭବ ହେବ ଜନ ସାଧାରଣଙ୍କ ସକ୍ରିୟ ସହ ଯୋଗଦ୍ୱାରା । ଏଥିପାଇଁ କେତୋଟି ସାଧାରଣ ନିୟମ ହେଲା ପଲିଥିନ ବ୍ୟବହାରରେ ସଂଯମତା ,ଯରୁ ବାହାରୁଥିବା ଅଳିଆକୁ ଶୁଖିଲା ,ଓଦା ଓ ବିପଜ୍ଜନକ ବସ୍ତୁକୁ ଅଲଗା ବ୍ୟାଗରେ ରଖି ସଂଗ୍ରହକାରୀଙ୍କୁ ଦିଅନ୍ତୁ । ଇଲେକ୍ଟ୍ରନିକ ବଜ୍ର୍ଜ୍ୟ ବସ୍ତୁକୁ ମଧ୍ୟ ଅଲଗା ବାବେ ଏମାନଙ୍କୁ ଦିଅନ୍ତୁ । ମଂଚ ଲକ୍ଷ୍ୟ କଲାଯେ ଇ-ଆବର୍ଜନା ଜନିତ ପରିଚାଳନା ପାଇଁ ଏଠାରେ କିଛି ସ୍ୱତନ୍ତ୍ର ବ୍ୟବସ୍ଥା ନାହିଁ । ଏଥିପାଇଁ ଧ୍ୟାନ ଦେବାକୁ ମଂଚ ପକ୍ଷରୁ ଅନୁରୋଧ କରା ଯାଇଥିଲା । ଏହି ଦଳରେ ତ୍ରିଲୋଚନ ମହାପାତ୍ର ,ଡା, ପ୍ରଶାନ୍ତ ପ୍ରଧାନ ,ସୁରେନ୍ଦ୍ର ତ୍ରିପାଠୀ ,ବୁଠି ବେହେରା ,ରାଘବ ପାଣିଗ୍ରାହୀ ,.ଏଡଭୋକେଟ ଉମାକାନ୍ତ ସାହୁ ,ଚିତ୍ତ ରଞନ ପୁରୋହିତ ,ରଞନ ପ୍ରଧାନ ଜ୍ୟୋତିରାଜ ନାଗ ,ଭକ୍ତବନ୍ଧୁ ଯୋଷୀ ପ୍ରମୁଖ ସାମିଲ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande