ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ପରିସରରୁ ବାଇକ୍ ଚୋରି ଅଭିଯୋଗ, ସିସିଟିଭିରେ କଏଦ ଚୋରି ଦୃଶ୍ୟ
କେନ୍ଦ୍ରାପଡ଼ା , 17 ନଭେମ୍ବର (ହି.ସ.) - ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ପରିସର ମଧ୍ୟ ଏବେ ଅସୁରକ୍ଷିତ! ଜିଲ୍ଲାର ପ୍ରମୁଖ ପ୍ରଶାସନିକ କେନ୍ଦ୍ର ତଥା ଜନଗହଳିପୂର୍ଣ୍ଣ ସ୍ଥାନରୁ ଗୋଟିଏ କି ଦୁଇଟି ନୁହେଁ, ପ୍ରାୟ ୭ରୁ ୮ଟି ବାଇକ୍ ଚୋରି ହୋଇଥିବା ନେଇ ସଙ୍ଗିନ ଅଭିଯୋଗ ଆସିଛି। ଏହି ଚୋରି ଘଟଣାର କିଛି ଦୃଶ୍
ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ପରିସରରୁ ୭ରୁ ୮ଟି ବାଇକ୍ ଚୋରି ଅଭିଯୋଗ, ସିସିଟିଭିରେ କଏଦ ଚୋରି ଦୃଶ୍ୟ; ପୋଲିସର ତଦନ୍ତକୁ ନେଇ ପ୍ରଶ୍ନ


କେନ୍ଦ୍ରାପଡ଼ା , 17 ନଭେମ୍ବର (ହି.ସ.) - ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ପରିସର ମଧ୍ୟ ଏବେ ଅସୁରକ୍ଷିତ! ଜିଲ୍ଲାର ପ୍ରମୁଖ ପ୍ରଶାସନିକ କେନ୍ଦ୍ର ତଥା ଜନଗହଳିପୂର୍ଣ୍ଣ ସ୍ଥାନରୁ ଗୋଟିଏ କି ଦୁଇଟି ନୁହେଁ, ପ୍ରାୟ ୭ରୁ ୮ଟି ବାଇକ୍ ଚୋରି ହୋଇଥିବା ନେଇ ସଙ୍ଗିନ ଅଭିଯୋଗ ଆସିଛି। ଏହି ଚୋରି ଘଟଣାର କିଛି ଦୃଶ୍ୟ କାର୍ୟ୍ୟାଳୟ ପରିସରରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ଜଣାପଡ଼ିଛି।ସୂଚନା ଅନୁଯାୟୀ, ଆଜି ଜଣେ ବାଇକ୍ ଚାଳକ ନିଜ ଗାଡ଼ି ରଖି କାର୍ୟ୍ୟାଳୟ ଭିତରକୁ ଯାଇଥିବା ବେଳେ ଜଣେ ଦୁର୍ବୃତ୍ତ ବାଇକ୍ର ଲକ୍ ଭାଙ୍ଗି ଚୋରି କରିବାକୁ ଉଦ୍ୟମ କରିଥିଲା। ଏହି ସମୟରେ ବାଇକ୍ ଚାଳକ ଘଟଣାସ୍ଥଳରେ ପହଞ୍ଚି ଯିବାରୁ ଚୋର ଜଣକ ବାଇକ୍ ଛାଡ଼ି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ଏନେଇ କେନ୍ଦ୍ରାପଡ଼ା ଟାଉନ୍ ଥାନାରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି।ଜିଲ୍ଲାପାଳଙ୍କ କାର୍ୟ୍ୟାଳୟକୁ ପ୍ରତିଦିନ ବହୁ ସଂଖ୍ୟାରେ ସରକାରୀ କର୍ମଚାରୀ ଓ ସାଧାରଣ ଲୋକ ବିଭିନ୍ନ କାମରେ ଆସିଥାନ୍ତି। ସେମାନେ ନିଜ ଗାଡ଼ିକୁ କାର୍ୟ୍ୟାଳୟ ପରିସରରେ ରଖି କାମ ସାରି ଫେରିଥାନ୍ତି। କିନ୍ତୁ ଏଭଳି ଏକ ସୁରକ୍ଷିତ ଓ ଜନଗହଳିପୂର୍ଣ୍ଣ ସ୍ଥାନରୁ ବାରମ୍ବାର ବାଇକ୍ ଚୋରି ହେବା ଘଟଣା ଲୋକଙ୍କ ମନରେ ଭୟ ଓ ଅସୁରକ୍ଷାର ଭାବନା ସୃଷ୍ଟି କରିଛି।ଅନ୍ୟପକ୍ଷରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚୋରି, ଡକାୟତି ଓ ହତ୍ୟା ଭଳି ଅପରାଧିକ ଘଟଣାକୁ ନେଇ ଚିନ୍ତା ବଢ଼ୁଥିବା ବେଳେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ପରିସରରୁ ଏକାଧିକ ବାଇକ୍ ଚୋରି ଅଭିଯୋଗ ପୋଲିସର ଅପରାଧ ନିୟନ୍ତ୍ରଣ ଓ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସିସିଟିଭିରେ ଚୋରି ଦୃଶ୍ୟ କଏଦ ହୋଇଥିବା ସତ୍ତ୍ୱେ ଦୁର୍ବୃତ୍ତଙ୍କୁ ଚିହ୍ନଟ କରିବା ଓ ଚୋରି ଗାଡ଼ି ଉଦ୍ଧାର କରିବା ପୋଲିସ ପାଇଁ ଏବେ ଚ୍ୟାଲେଞ୍ଜ ହୋଇଛି।ତେଣୁ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ପରିସରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ସହ ସିସିଟିଭି ଫୁଟେଜ୍ ଆଧାରରେ ଚୋରଙ୍କୁ ଚିହ୍ନଟ କରି ତୁରନ୍ତ ଗିରଫ କରିବାକୁ ସାଧାରଣରେ ଦାବି ହେଉଛି।

---------------

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande