ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା, ଅନୁଷ୍ଠିତ
ଖୋର୍ଦ୍ଧା, ୧୭ ନଭେମ୍ବର (ହି.ସ.) - ସ୍ଥାନୀୟ ହାବେଳୀ ପଡ଼ିଆରେ, ଜିଲ୍ଲା ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ତରଫରୁ ବ୍ଲକ୍ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା, ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ସଦର ମହକୁମା ପ୍ରାଣୀଚିକିତ୍ସାଳୟର ନୂତନ ଗୃହ ଉଦ୍ଘାଟିତ ହୋଇଛି ଯାହାର ଅଟକଳ ପରିମାଣ
Fishre


ଖୋର୍ଦ୍ଧା, ୧୭ ନଭେମ୍ବର (ହି.ସ.) - ସ୍ଥାନୀୟ ହାବେଳୀ ପଡ଼ିଆରେ, ଜିଲ୍ଲା ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ତରଫରୁ ବ୍ଲକ୍ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା, ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ସଦର ମହକୁମା ପ୍ରାଣୀଚିକିତ୍ସାଳୟର ନୂତନ ଗୃହ ଉଦ୍ଘାଟିତ ହୋଇଛି ଯାହାର ଅଟକଳ ପରିମାଣ ଦୁଇ କୋଟି ପଂଶଠି ଲକ୍ଷ ଟଙ୍କା ରହିଛି ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ସମ୍ମାନନୀୟ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷା ରୁପଶ୍ରୀ ରାଣୀ ଗୁମାନସିଂହ, ,ଉପାଧ୍ୟକ୍ଷ, ଗୋପୀନାଥ ମହାରଣା, ଉପାଧ୍ୟକ୍ଷ ପଂଚାୟତ ସମିତି ଉପାଧ୍ୟକ୍ଷ ଜିଲ୍ଲା ପରିଷଦ, ପ୍ରକାଶ ସାମନ୍ତରାୟ, ଉପାଧ୍ୟକ୍ଷ, ଜିଲ୍ଲା ପରିଷଦ ସଦସ୍ୟ ପ୍ରଫୁଲ୍ଲ କୁମାର ଦଳାଇ,ଜିଲ୍ଲା ପରିଷଦ ସଦସ୍ୟ, ଜୋନ୍-୧,ଡା, ସଦାଶିବ ମହାପାତ୍ର, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧୂକାରୀ, ରମେଶ ଚନ୍ଦ୍ର ରାଉଳ, ମୁଖ୍ୟ ଜିଲ୍ଲା ମତ୍ସ୍ୟ ଅଧୂକାରୀ, ଡା. କୃଷ୍ଣ କେଶବ ଷଡ଼ଙ୍ଗୀ, ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ, ସିଦ୍ଧାର୍ଥ ପଟ୍ଟନାୟକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଖୋର୍ଦ୍ଧା ମହୋଦୟ ଯୋଗଦେଇ ମେଳାର ଶୁଭ ଉଦ୍ଘାଟନ କରିଥିଲେ। ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ଆନୁଷ୍ଠାନିକ ଭାବେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଡା. କୃଷ୍ଣ କେଶବ ଷଡ଼ଙ୍ଗୀ, ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧୂକାରୀ ସ୍ୱାଗତ ଅଭିଭାଷଣ ଦେଇଥିଲେ। ଏଥିରେ ମୁଖ୍ୟଅତିଥ୍ ଓ ସମ୍ମାନନୀୟ ଅତିଥ୍ ନିଜନିଜର ଅଭିବ୍ୟକ୍ତି ରଖୁବା ସହିତ ଖୋର୍ଦ୍ଧା ର ୨୨ ପଂଚାୟତରୁ ଆସିଥିବା ୪୪୦ ରୁ ଉର୍ଧ ଚାଷୀମାନଙ୍କୁ ମତ୍ସ୍ୟଚାଷ ଓ ପ୍ରାଣୀପାଳନ ପାଇଁ ପ୍ରୋତ୍ସାହିତ କରିଥିଲେ। ପ୍ରାଣୀପାଳକ ଓ ମତ୍ସ୍ୟଚାଷୀମାନଙ୍କୁ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ଅବଗତ କରାଯାଇଥିଲା ଏବଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗକୁ ଅଧୂକ କ୍ରିୟାଶୀଳ କରିବା ନିମନ୍ତେ ଚାଷୀମାନଙ୍କ ଠାରୁ ସେମାନଙ୍କର ମତାମତ ନିଆଯାଇଥିଲା । ପୁନଶ୍ଚ ମତ୍ସ୍ୟବିଭାଗ ଏବଂ ପ୍ରାଣୀସମ୍ପଦ ବିକାଶ ବିଭାଗର ୨ ଜଣ ଲେଖାଏଁ ସଫଳଚାଷୀ ମାନେ ନିଜ ନିଜର ଅଭିଜ୍ଞତା ବଖାଣିଥିଲେ। ଗୋପାଳନ, ଛେଳିପାଳନ, କୁକୁଡ଼ାପାଳନ, ମତ୍ସ୍ୟଚାଷ କ୍ଷେତ୍ରରେ ୨୦୨୬-୨୭ ଆର୍ଥକ ବର୍ଷ ପାଇଁ ସରକାରୀ ରିହାତି ପାଇଥିବା ଅଗ୍ରଣୀଚାଷୀ, ଟ୍ରିଙ୍କିଲ ବଳବନ୍ଧରାୟ, ୩୦୦୦ କୁକୁଡ଼ା ପାଳନ, ପୁଷ୍ପଲତା ବଳବନ୍ତରାୟ, ୩୨ଟି ଛେଳି ପାଳନ, ସ୍ମୃତିରେଖା ମହାରଥୀ, ମତ୍ସ୍ୟ ପୋଖରୀ ଯୋଜନା ଏବଂ ସୁନିତା ପ୍ରଧାନ, ଜୈବିକ ମାଛ ଚାଷ ନିମନ୍ତେ ଡ଼ମିଚେକ ପାଇଥିଲେ । ଏହି ଅବସରରେ ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧି ଲକ୍ଷରେ ଏକ ଅଭିନବ ଉଦ୍ୟମ ଭାବେ ଜିଲ୍ଲା ସଦର ମହକୁମା ପ୍ରାଣୀଚିକିତ୍ସାଳୟ ପରିସରରେ ଅତିଥ୍ୟାମାନଙ୍କଦ୍ୱାରା ଫଳଦାୟୀ ବୃକ୍ଷର ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ପ୍ରାଣୀ ସମ୍ପଦ ବିକାଶ ବିଭାଗ, ମତ୍ସ୍ୟ ବିଭାଗ, ମିଶନ ଶକ୍ତି, ଓଡିଶା ଜୀବିକା ମିଶନ, ଓମଫେଡ, କୃଷି ବିଭାଗ, ଉଦ୍ୟାନ ବିଭାଗ, ମୃତିକା ସରଂକ୍ଷଣ ବିଭାଗ ଇତ୍ୟାଦି ପକ୍ଷରୁ ଷ୍ଟଲ ମାଧ୍ୟମରେ ବିଭିନ୍ନ ଉତ୍ପାଦ ଓ ଯୋଜନା ମାନ ପ୍ରଦର୍ଶିତ କରା ଯାଇଥିଲା । ବିଭିନ୍ନ ଚାଷୀ ଓ ବୀଣାପାଣି ଶିଶୁ ମନ୍ଦିର, ଖୋର୍ଦ୍ଧାର ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ ମାନେ ଆସି ଷ୍ଟଲ ବୁଲିବା ସହ ବିଭିନ୍ନ ବିଷୟରେ ପଚାରି ବୁଝିଥିଲେ। ମୁଖ୍ୟଅତିଥ୍ ଓ ସମ୍ମାନନୀୟ ଅତିଥିବୃନ୍ଦ ମତ୍ସ୍ୟ ଓ ପ୍ରାଣୀସମ୍ପଦର ସମସ୍ତ ପ୍ରଦଶର୍ନୀ ବୁଲି ଦେଖୁଥିଲେ ଓ ଏହାର ଉଚ୍ଚ ପ୍ରଶଂସା କରିଥିଲେ। ସଭା ଶେଷରେ ଡା, ସଦାଶିବ ମହାପାତ୍ର, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧୂକାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande