
ଝାରସୁଗୁଡା , ୧୭ ନଭେମ୍ବର (ହି.ସ.) କୋଲାବିରା ବ୍ଲକ ସୋଡାମାଳ ଗ୍ରାମପଞ୍ଚାୟତ କୁ ଶିକ୍ଷା କ୍ଷେତ୍ରରେ ଉତ୍ତମ କାର୍ଯ୍ୟ ପାଇଁ ମୂଖ୍ୟମନ୍ତ୍ରୀ ଶିକ୍ଷା ପୁରଷ୍କାର ପ୍ରଦାନ କରାଯାଇଛି l ସରପଞ୍ଚ ଚନ୍ଦନ ପଟ୍ଟନାୟକ ଙ୍କୁ ମୂଖ୍ୟମନ୍ତ୍ରୀ ପକ୍ଷରୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଛି l ଗତ ୧୪ ତାରିଖ ଶିଶୁ ଦିବସ ଅବସରରେ ବୁ ଭୁବନେଶ୍ୱରରେ ଅନୁଷ୍ଠିତ ଉତ୍ସବରେ ଏହି ଶିକ୍ଷା ପୁରଷ୍କାର ପ୍ରଦାନ କରାଯାଇଥିଲା l ସରପଞ୍ଚ ଙ୍କ ଅନୁପସ୍ଥିତି ରେ ସ୍ଥାନୀୟ ସିଆରସିସି ପୁରସ୍କାର ଗ୍ରହଣ କରି ସରପଞ୍ଚ ଚନ୍ଦନ ପଟ୍ଟନାୟକ ଙ୍କୁ ପ୍ରଦାନ କରିଛନ୍ତି l ଏଠାରେ ସୂଚନା ଥାଉକି ସରକାର ଙ୍କ ପକ୍ଷରୁ ରାଜ୍ୟର ୧୦ ଟି ଗ୍ରାମପଞ୍ଚାୟତକୁ ମୂଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି l ଏଥିରେ ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ର ସୋଡାମାଳ ପଞ୍ଚାୟତ ସାମିଲ ରହିଛି l ସରପଞ୍ଚ ଚନ୍ଦନ ପଟ୍ଟନାୟକ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ତରଣିସେନ ପ୍ରଧାନ ଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି l ଏହାସହ ରାଜ୍ୟର ତିନି ଜିଲ୍ଲାର ଝାରସୁଗୁଡ଼ା, ନବରଙ୍ଗପୁର ଓ ପୁରୀ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ମୂଖ୍ୟମନ୍ତ୍ରୀ ଶିକ୍ଷା ପୁରଷ୍କାର ମିଳିଥିବା ବେଳେ ଏଥିରୁ ଝାରସୁଗୁଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଗଡତିଆ ମଧ୍ଯ ଏହି ପୁରଷ୍କାର ବୁ ଭୁବନେଶ୍ୱର ରେ ଗ୍ରହଣ କରିଛନ୍ତି l
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ